ଜିଲାପାଳ ଅଫିସ ଆଗରେ ସ୍ବାମୀ-ସ୍ତ୍ରୀଙ୍କ ମାରପିଟ

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୂର୍ବରୁ ଉଭୟଙ୍କ ମାମଲା ହୀରାକୁଦ ଥାନାରେ ରହିଥିବାରୁ ସେଠାକୁ ଏହି ମାମଲା ହସ୍ତାନ୍ତର କରାଯାଇଛି। ନିର୍ଯାତନା ଅଭିଯୋଗରେ ସ୍ବାମୀ ଅକ୍ଷୟ କୁମାର ସୁତାରଙ୍କୁ ଗିରଫ କରାଯାଇଛି।
ହୀରାକୁଦ ପୋଲିସ ସୂଚନା ଅନୁଯାୟୀ, ଅକ୍ଷୟଙ୍କ ସହିତ ପ୍ରାଚୀ ପଣ୍ଡାଙ୍କ ବିବାହ ହୋଇଥିଲେ ମଧ୍ୟ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲ ନ ଥିଲା। ପ୍ରାଚୀ ଅଭିଯୋଗ କରିଥିଲେ ଯେ, ଅକ୍ଷୟ ପୂର୍ବରୁ ବିବାହିତ ସତ୍ତ୍ୱେ ତାଙ୍କୁ ଠକି ବିବାହ କରିଥିଲେ। ଅନେକ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଉଭୟଙ୍କୁ ଡାକି ଆପୋସ ବୁଝାମଣା କରାଯାଇଥିଲା। ଅନ୍ୟପଟେ ଅକ୍ଷୟ ମଧ୍ୟ ସ୍ତ୍ରୀ ପ୍ରାଚୀଙ୍କ ନାମରେ ୨୦୨୦ ମାର୍ଚ୍ଚ ୧୫ରେ ଥାନା ଓ ଜାତୀୟ ମାନବାଧିକାର ପରିଷଦ ନିକଟରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ, ପ୍ରାଚୀ ଘରେ ଆଶାନ୍ତି ସୃଷ୍ଟି କରୁଛନ୍ତି। ପରିବାର ସହ ଭଲ ସମ୍ପର୍କ ରଖୁ ନାହାନ୍ତି। ବାରମ୍ବାର ଆତ୍ମହତ୍ୟା କରି ଫସାଇଦେବାକୁ ଧମକ ଦେଉଛନ୍ତି। ଅନେକ ଥର ଉଦ୍ୟମ କରି ବିଫଳ ମଧ୍ୟ ହୋଇଛନ୍ତି। ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଆପୋସ ବୁଝାମଣା ପାଇଁ ପ୍ରୟାସ କରାଯାଇଥିଲା। ପ୍ରାଚୀ ପରିଷଦ ଆଗରେ ସ୍ବାମୀ ଓ ତାଙ୍କ ପରିବାର ସହ ସୁ ସମ୍ପର୍କ ରଖିବେ, ଘରେ ସିସି ଟିଭି ଲଗାଇଲେ ଆପତ୍ତି ନାହିଁ ବୋଲି ଚୁକ୍ତିନାମା ଲେଖିଥିଲେ। ଅକ୍ଷୟ ମଧ୍ୟ ପ୍ରାଚୀଙ୍କୁ ସମ୍ମାନ ଦେବା ସହ ଖୁସିରେ ରଖିବେ। ତାଙ୍କ ପରିବାର ସହ ଭଲ ସମ୍ପର୍କ ରହିବ ଓ ଏହାର ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri