ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ଜାପାନ ପାଣିପାଗ ଏଜେନ୍ସି (ଜେଏମ୍‌ଏ) ଆକଳନ କରିଛି। ତୀବ୍ରଗତିରେ ପବନ, ଭୀଷଣ ବର୍ଷା ଏବଂ ଏଥିଜନିତ ହେବାକୁ ଥିବା ଭୂସ୍ଖଳନରୁ ଧନଜୀବନ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଭାବିତ ହେବାକୁ ଥିବା ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଝଡ଼ବେଳେ ଘଣ୍ଟା ପ୍ରତି ବେଗ ସର୍ବାଧିକ ୨୩୪ କିଲୋମିଟର ରହିପାରେ। ଏହା ପ୍ରଭାବରେ ଦକ୍ଷିଣପଶ୍ଚିମ କ୍ୟୁଶୁ ଅଞ୍ଚଳରେ ଗତ ୨୪ ଘଣ୍ଟା ଭିତରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ଜେଏମ୍‌ଏ ପକ୍ଷରୁ ସ୍ବତନ୍ତ୍ର ଓ୍ବାର୍ନିଂ ଜାରି କରାଯାଇଛି। ଅନୂ୍ୟନ ୨୦ ହଜାର ଲୋକ କ୍ୟୁଶୁର କାଗୋଶିମା ଏବଂ ମିୟାଜାକି ଆଶ୍ରୟସ୍ଥଳରେ ମୁଣ୍ଡଗୁଞ୍ଜିଛନ୍ତି। ଦୀର୍ଘ ଦଶନ୍ଧି ପରେ ଜାପାନର କୌଣସି ଅଞ୍ଚଳରେ ପ୍ରଥମ ଥର ପାଇଁ ସ୍ପେଶାଲ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ସୁଦ୍ଧା ଝଡ଼ ଟୋକିଓରେ ପହଞ୍ଚିବ ବୋଲି ଜେଏମ୍‌ଏ ପୂର୍ବାନୁମାନ କରିଛି। ସୋମବାର ସୁଦ୍ଧା ୫୦ ସେ.ମି.ରୁ ଅଧିକ ବର୍ଷା ହୋଇପାରେ। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି। ଲୋକେ ବିଳମ୍ବ ନ କରି ତୁରନ୍ତ ବିପଦପୂର୍ଣ୍ଣ ସ୍ଥାନ ଛାଡ଼ିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଘରର ଦ୍ୱିତୀୟ କିମ୍ବା ଏହାର ଊର୍ଦ୍ଧ୍ୱ ମହଲାରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। କ୍ୟୁଶୁ ସହରରେ ବାତ୍ୟାଜନିତ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହେବା ସହ ରବିବାର ରାତି ସୁଦ୍ଧା ପ୍ରାୟ ୨,୧୬,୪୫୦ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି। ଶତାଧିକ ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଛି। କ୍ୟୁଶୁ ଦ୍ୱୀପରେ ମଧ୍ୟ ରେଳ ଚଳାଚଳ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri