ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍‌…

ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀ ଲୋକଙ୍କ ଆତଙ୍କିତ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ସାମୁଦ୍ରିକ ଝଡ଼ ଯୋଗୁ ପବନର ବେଗ ଘଣ୍ଟା ପ୍ରତି ୨୮୦ କିଲୋମିଟରରେ ପହଞ୍ଚିପାରେ। ପାଣିପାଗ ବିଭାଗ ଏହି ସାମୁଦ୍ରିକ ଝଡ଼କୁ ଏକ ଶ୍ରେଣୀ- ୩ ବର୍ଗ ସାଇକ୍ଲୋନ ବୋଲି ବର୍ଣ୍ଣନା କରିଛି।

ସାମୁଦ୍ରିକ ଝଡ଼ ବିପଦକୁ ଦୃଷ୍ଟିରେ ରଖି ଦ୍ୱୀପପୁଞ୍ଜର ଅନେକ ବିମାନ ଉଡ଼ାଣ ବାତିଲ କରାଯିବା ସହିତ ଏହାର ଷ୍ଟକ ଏକ୍ସଚେଞ୍ଜକୁ ବନ୍ଦ କରାଯାଇଛି। ଲୋକଙ୍କୁ ବିନା ଆବଶ୍ୟକତାରେ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଦେଶରେ ସମସ୍ତ ଦୋକାନ, ବ୍ୟାଙ୍କ ଏବଂ ପେଟ୍ରୋଲ ଷ୍ଟେଶନ ବନ୍ଦ ହୋଇ ଯାଇଛି।

ପାଣିପାଗ ଏଜେନ୍ସି କହିଛି ଯେ ସାମୁଦ୍ରିକ ଝଡ଼ ଯୋଗୁ ବଜ୍ରପାତ ଏବଂ ପ୍ରବଳ ପବନ ଜାରି ରହିବ। ସମୁଦ୍ରରେ ସାତ ମିଟର ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି। ଲୋକମାନଙ୍କୁ ସମୁଦ୍ରକୂଳକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।

ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ନାଗରିକମାନଙ୍କୁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସାମୁଦ୍ରିକ ଝଡ଼ ଫ୍ରେଡି ଏକ ଅତ୍ୟନ୍ତ ଭୟଙ୍କର ଘୂର୍ଣ୍ଣିବଳୟ ଯାହା ମରିସସ, ରୋଡ୍ରିଗୁସ ଏବଂ ସେଣ୍ଟ-ବ୍ରେଣ୍ଡନ ଦ୍ୱୀପପୁଞ୍ଜ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ। ସୋମବାର ଠାରୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବ ବୋଲି ମରିସସ ବିମାନବନ୍ଦର ଘୋଷଣା କରିଛି। ମଙ୍ଗଳବାର ରାତିରେ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri