ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୨୮।୧୧ – ସଂରକ୍ଷିତ ଜଙ୍ଗଲରେ ଗର୍ଜୁଛି ବନ୍ଧୁକ। ବିଦ୍ୟୁତ୍‌ ଫାଶରେ ପଡ଼ି ବନ୍ୟଜନ୍ତୁ ପଡୁଛନ୍ତି ମୃତ୍ୟୁମୁଖରେ। ମାଂସ, ଚମଡ଼ା, ଦାନ୍ତ ଲୋଭରେ ଶିକାରୀମାନେ ଅବାଧ ଜନ୍ତୁ ଶିକାର କରୁଥିବାବେଳେ ଅସୁରକ୍ଷିତ ହୋଇପଡ଼ିଛି ଜୈବ ବିବିଧତାରେ ଭରପୂର ଢେଙ୍କାନାଳର ଅଭୟାରଣ୍ୟ।

ଶିଳ୍ପ, ଖଣିଖାଦାନ ପରେ ଜଙ୍ଗଲ ସମ୍ପଦରେ ସମୃଦ୍ଧ ଢେଙ୍କାନାଳ। ଓଡ଼ିଶାରେ ମଧ୍ୟସ୍ଥଳରେ ଅବସ୍ଥିତ ଏହି ଜିଲାର ପାଣିପାଗ ଅପେକ୍ଷାକୃତ ଥଣ୍ଡା। ତେଣୁ ଏକଦା ସଂରକ୍ଷିତ ଜଙ୍ଗଲ ପାଲଟିଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କ ନିରାପଦ ଆଶ୍ରୟସ୍ଥଳ। ତେବେ ବନ୍ୟଜନ୍ତୁଙ୍କ ଶିକାରରେ ରାତାରାତି ଲକ୍ଷାଧିକ ଟଙ୍କା କମାଇବା ଲୋଭରେ ଏବେ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ଅନ୍ୟପଟେ ଜଙ୍ଗଲ ଇଲାକାକୁ ଶିକାରୀ ମୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି। ଏହାକୁ ନେଇ ଶିକାରୀ ଏବଂ ବନ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା।

ଗତ ସେପ୍ଟେମ୍ବରରୁ ନଭେମ୍ବର ୨୭ ସୁଦ୍ଧା ଜିଲାରେ ୮ ରେଞ୍ଜ୍‌ରୁ ୩୨ଜଣ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ସଦର ରେଞ୍ଜ୍‌ରୁ ୩, କପିଳାସ ରେଞ୍ଜ୍‌ରୁ ୯, ଷଡଙ୍ଗୀ ରେଞ୍ଜ୍‌ରୁ ୨, ହିନ୍ଦୋଳ ରେଞ୍ଜ୍‌ରୁ ୫, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ରୁ ୩, ପଶ୍ଚିମାଞ୍ଚଳ ରେଞ୍ଜ୍‌ରୁ ୪ ଏବଂ ମହାବିରୋଡ ରେଞ୍ଜ୍‌ରୁ ୬ଜଣ ଶିକାରୀ ଅଛନ୍ତି। ସେମାନଙ୍କ ନିକଟରୁ ୧୦ ବନ୍ଧୁକ, ୧୫ ଜୀବନ୍ତ ଗୁଳି, ଧନୁତୀର, ହରିଣ ଛାଲ, ହରିଣ ଶିଙ୍ଗ, ସମ୍ବର ଶିଙ୍ଗ, ୨ଟି ହାତୀ ଦାନ୍ତ, ଶିକାରରେ ବ୍ୟବହୃତ ବିଦ୍ୟୁତ୍‌ ତାର ଏବଂ ଜନ୍ତୁ ମାଂସ ଜବତ କରାଯାଇଛି। ଅପରପକ୍ଷେ କପିଳାସ ରେଞ୍ଜରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବା ବନ ବିଭାଗର ଚିନ୍ତା ବଢ଼ାଇଛି। କାରଣ ହାତୀଙ୍କ ଅବାଧ ଚରାଭୂଇଁ ଏହି ସଂରକ୍ଷିତ ଜଙ୍ଗଲ ବହୁ ବିରଳ ଜୀବଜନ୍ତୁଙ୍କ ଆବାସସ୍ଥଳୀ। ବିଦ୍ୟୁତ୍‌ ତାର ବିଛାଇ ଶିକାର କରିବା ଐତିହ୍ୟ ପ୍ରାଣୀ ହାତୀଙ୍କ ଜୀବନକୁ ବିପଦରେ ପକାଉଛି।

ସେହିପରି ଗଁଦିଆ ଥାନା ଦେଓଗଁା-ଟାଙ୍ଗୀ ରାସ୍ତା ପାର୍ଶ୍ୱ ଜଙ୍ଗଲରେ ମାସକ ମଧ୍ୟରେ ହରିଣ, ବାର୍‌ହା ଶିକାର ବଢ଼ିଛି। ଶିକାରୀମାନେ ଶିକାର ଲାଗି ସୁଚିନ୍ତିତ ଯୋଜନା କରୁଛନ୍ତି। ଦିନରେ ଜଙ୍ଗଲକୁ ଯାଇ ବିଦ୍ୟୁତ୍‌ ତାର ବିଛାଉଛନ୍ତି। ସନ୍ଧ୍ୟାରେ ଖାଦ୍ୟ ଅନ୍ବେଷଣରେ ବାହାରୁଥିବା ଜନ୍ତୁ ଏଥିରେ ଲାଗି ପ୍ରାଣ ହରାଉଛନ୍ତି। ଶିକାରୀମାନେ ରାତିରେ ତାରରେ ଲାଗି ମରିଥିବା ହରିଣ, ବାର୍‌ହା ଆଣି ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଜନ୍ତୁମାଂସ ବିକ୍ରି କରୁଛନ୍ତି, ଯାହା ବନ ବିଭାଗ ନଜରକୁ ଆସିପାରୁନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ତାରରେ ଲାଗି ଅନେକ ସମୟରେ ଶିକାରୀ ନିଜେ ଶିକାର ହେଉଛନ୍ତି। ଗତ ମାସକ ତଳେ ଏପରି ଏକ ଘଟଣା ମହାବିରୋଡ ଅଞ୍ଚଳର ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ଗୋଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରିବା, ରାତ୍ରିକାଳୀନ ପାଟ୍ରୋଲିଂ ସାଙ୍ଗକୁ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେଲେ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଅବାଧରେ ବିଚରଣ କରିପାରିବେ ବୋଲି ପ୍ରାଣୀ ପ୍ରେମୀମାନେ ମତ ଦେଇଛନ୍ତି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚନ୍ଦ୍ର ଗୁଗ୍‌ନାନି କୁହନ୍ତି, ଗତ କିଛି ମାସ ହେଲା ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ବଢ଼ିଥିବା ନଜରକୁ ଆସିଛି। ଏହାପରେ ସମସ୍ତ ରେଞ୍ଜ୍‌ ଅଧିକାରୀ ଏବଂ କର୍ମଚାରୀଙ୍କୁ ଚଢ଼ାଉ ଜୋର୍‌ଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ଉଦ୍ୟମ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri