ଶିକାର କରିବାକୁ ଜଙ୍ଗଲରେ ବୁଲୁଥିଲେ, ମାଡ଼ି ବସିଲା ତାରସିଂ ପୋଲିସ; ବନ୍ଧୁକ ସହ…

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଡିମିରିଝୋଲି ଜଙ୍ଗଲରୁ ପୋଲିସ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ବଡ ଡିମିରିଝୋଲିର ସନ୍ତୋଷ ମଲ୍ଲିକ। ଏଥିସହ ପୋଲିସ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି।
ସୂଚନାନୁଯାୟୀ, ସନ୍ତୋଷ ସମ୍ପୃୃକ୍ତ ଅଞ୍ଚଳରେ ନିୟମିତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଶିକାର କରି ତାର ମାଂସ, ଛାଲ, ଦାନ୍ତ ବିକ୍ରି କରୁଥାଏ। ଏହିଭଳି ଗତକାଲି ମଧ୍ୟ ସେ ଶିକାର କରିବା ଯୋଜନା କରି ଜଙ୍ଗଲରେ ବୁଲୁଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ତାରସିଂ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ବୁଧବାର ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।
Dharitri – Odisha’s No.1 Odia Daily

Share