Posted inଜାତୀୟ

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା ଏସିଆନ୍‌ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର ଘଟିଛି। ଏଠାରେ ଚିକିତ୍ସିତ ହେଉଥିବା ରାଜକିଶୋର ନାମକ ଜଣେ ଲୋକଙ୍କର ମୃତ୍ୟୁ କ୍ୟାନସର ଯୋଗୁ ହୋଇଥିଲା। ଶନିବାର ରାତିରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିବାର ତାଙ୍କ ପରିବାରବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପରିବାରବର୍ଗ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ପହଞ୍ଚିଲେ। ସେଠାରେ ରାଜକିଶୋରଙ୍କ ମୃତଦେହ ଉପରୁ କପଡ଼ା ହଟା ଯାଇଥିଲା। ଜଣାପଡ଼ିଥିଲା ତାହା ରାଜକିଶୋରଙ୍କ ମୃତଦେହ ନୁହେଁ। ଏହା ଅନ୍ୟ ଜଣେ ମହିଳାଙ୍କର। ଫଳରେ ଶ୍ମଶାନ ଘାଟରେ ହଙ୍ଗାମା ହୋଇଥିଲା। ଅପରପକ୍ଷରେ ଏସିଆନ୍‌ ହସ୍ପିଟାଲରୁ ମଧ୍ୟ ଜଣେ କ୍ୟାନସର ପୀଡ଼ିତା ମହିଳା ଉଷାଙ୍କ ମୃତ ଦେହ ଗାଏବ ଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୁଦ୍ଧି ହଜିଯାଇଥିଲା। ରାଜକିଶୋରଙ୍କ ପରିବାରବର୍ଗ ହସ୍ପିଟାଲକୁ ଫୋନ୍‌ କରି ସେମାନଙ୍କ ହସ୍ତାନ୍ତର କରାଯାଇଥିବା ମୃତଦେହ ସମ୍ପର୍କରେ ଜଣାଇଥିଲେ। ତତ୍‌କ୍ଷଣାତ୍‌ ଏସିଆନ୍‌ ହସ୍ପିଟାଲ ପକ୍ଷରୁ ରାଜକିଶୋରଙ୍କ ମୃତ ଦେହ ଶ୍ମଶାନକୁୁ ଆମ୍ବୁଲାନ୍ସ୍‌ରେ ନିଆଯାଇଥିଲା। ସେଠାରୁ ପୋଲିସ ଉପସ୍ଥିତିରେ ଉଷାଙ୍କ ମୃତଦେହକୁ ଫେରାଇ ଅଣାଯାଇଥିଲା। ରାଜକିଶୋର ଏବଂ ଉଷାଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବୁଝାସୁଝା ମଧ୍ୟ କରିଥିଲେ। ଅସାବଧାନତା ବଶତଃ ଏଭଳି ଘଟିଥିବା ଏସିଆନ୍‌ ହସ୍ପିଟାଲର ସହାୟକ ଚିକିତ୍ସା ଅଧିକାରୀ ଡ. ଗୀତିକା ବିରଦି ସୂଚନା ଦେଇଛନ୍ତି। ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri