ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା କରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା। ନାରୀ ସୁରକ୍ଷା ନାରୀ ସମ୍ମାନ ଆମର ଦାବି, ନାରୀ ବନ୍ଦନ ଅଧିନିୟମ ଲାଗୁ କର, ରାହୁଲ ଗାନ୍ଧୀ ମୁର୍ଦ୍ଦାବାଦ, ନବୀନ ପଟ୍ଟନାୟକ, ଭକ୍ତ ଦାସ ମୁର୍ଦ୍ଦାବାଦ, ନରେନ୍ଦ୍ର ମୋଦି, ମୋହନ ମାଝୀ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ।
ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଜିଲା ମହିଳା ସୋମବାରୀ ମୁଣ୍ଡା, ମଣ୍ଡଳ ମହିଳା ସଭାପତି ପ୍ରମିଳା ନାଏକ, ଉପସଭାପତି ଲିପିରେଖା ମହାନ୍ତ, ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, କେନ୍ଦୁଝର ଏମପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପୂର୍ବତନ ମଣ୍ଡଳ ସଭାପତି ରମେଶ ମହାନ୍ତ, ମଣ୍ଡଳ ସାଧାରଣ ସମ୍ପାଦକ ମଧୁସୂଦନ ମହାନ୍ତ, ଯୁବମୋର୍ଚ୍ଚା ସଭାପତି ନିତେଶ କୁମାର ମହାନ୍ତ, ମଣ୍ଡଳ ପ୍ରଭାରୀ ମିତ୍ରଭାନୁ ମହାନ୍ତଙ୍କ ସହ ଶତାଧିକ ମହିଳା ସାମିଲ ହୋଇଥିଲ।
ସେହିପରି କେନ୍ଦେଇପଶି ମଣ୍ଡଳରେ ଏକ ବିଶାଳ ଜନଆକ୍ରୋଶ ମହିଳା ପଦଯାତ୍ରା ଆୟୋଜିତ ହୋଇଯାଇଛି। କେନ୍ଦେଇପଶି ମଣ୍ଡଳ ତରଫରୁ ଆୟୋଜିତ ଏହି ପ୍ରତିବାଦ ରାଲିରେ ବହୁ ସଂଖ୍ୟକ ମହିଳା ଯୋଗଦେଇଥିଲେ। ସ୍ଥାନୀୟ ପେଟ୍ରୋଲ ପମ୍ପଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କେନ୍ଦେଇପଶି ବଜାର ଅଞ୍ଚଳ ଦେଇ ପରିକ୍ରମା କରିଥିଲେ। ପ୍ରତିବାଦ ରାଲିରେ କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିୟସ ସିଂହ, କେନ୍ଦେଇପଶି ମଣ୍ଡଳ ପ୍ରଭାରୀ ଲକ୍ଷ୍ମଣ ରାଉତ, ସାଧାରଣ ସଂପାଦକ ତପନ କୁମାର ସାହୁ, କଲ୍ୟାଣ ମହାନ୍ତ, ଋଷିକେଶ ମହାକୁଡ଼, ସୁଧୀର ସାହୁ, ଖଗେଶ୍ୱର ମହାନ୍ତ, ବିପିନ ମହାନ୍ତ, ରଜନୀ କାନ୍ତ ମିଶ୍ର, ଟୁନି ମହାନ୍ତ, ମୀନାକ୍ଷୀ ନାଏକ, ସୁଶୀଳା ନାଏକ, ବାସନ୍ତୀ ଦେହୁରୀ, ଗୌରାଙ୍ଗ ଗାରଡିଆ, ରବିନ ମହାନ୍ତ, ନାଗେଶ୍ୱର ମହାରଣା, ହାଡ଼ିବନ୍ଧୁ ମହାପାତ୍ରଙ୍କ ନେତୃତ୍ୱରେ ଶୋଭାଯାତ୍ରା କରିକେନ୍ଦେଇ ପୋଷି ଛକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।