ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀଗାଁ ବଜାର ଦେଇ ହାଟପଦାଠାରେ ପହଞ୍ଚିଥିଲେ। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଆଦିବାସୀଙ୍କ ପ୍ରତି ସରକାରଙ୍କ ଚରମ ଅବହେଳା କରାଯାଉଥିବା ଅଭିଯୋଗରେ ଚାଷୀ ମୁଲିଆ ସୁରକ୍ଷା ସମିତି ପକ୍ଷରୁ ଗର୍ଜିଥିଲେ।

ସମସ୍ତେ ଇନ କି ଲାବ ଜିନ୍ଦବାଦ କହିବା ସହ ଆଦିବାସୀ ଦିବସ ଜିନ୍ଦାବାଦ ବୋଲି ନାରାବାଜି କରିଥିଲେ। ପରେ ସରକାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଗ୍ରାମସଭା ଅକାମୀ କରିବା ଚଳିବ ନାହିଁ, ଜଙ୍ଗଲ ଅଧିକାର ଆଇନ ୨୦୦୬ ସଠିକ କାର୍ଯ୍ୟକାରୀ କରିବା ଦାବି କରିବା ସହ ସରକାର ପ୍ରକୃତି ସୁରକ୍ଷା ପ୍ରାକୃତିକ ସଂମ୍ପଦ ଉପରେ କମ୍ପାନୀ ରାଜକୁ ବନ୍ଦ କରିବାକୁ ଦାବି କରିଥିଲେ।

ସେହିପରି ଅନୁସୂଚିତ ଅଞ୍ଚଳରେ ଆଦିମ ଅଧିବାସୀ ଓ ଆଦିବାସୀ ଜମି କିଣା ବିକା ଆଇନକୁ ବନ୍ଦ କରିବାକୁ ଦାବି କରିଥିଲେ। ଏହାସହ ଦେଶୀବିଦେଶୀ କମ୍ପାନୀ ସ୍ବାର୍ଥରେ ଜଙ୍ଗଲବାସୀଙ୍କୁ ବିସ୍ଥାପନ କରାଯିବା ବନ୍ଦ ପାଇଁ ଦାବି କରାଯାଇଛି। ପରିବେଶ ଧ୍ବଂସକାରୀ ଓ ଜନ ବିରୋଧୀ ଜମି ଅଗ୍ରହଣ ବନ୍ଦକରିବା, ପ୍ରକୃତିକୁ ନଷ୍ଟ କରି ପୁଞ୍ଜିବାଦୀ କର୍ପୋରେଟ ନିର୍ଦ୍ଧାରିତ ବିକାଶର ଧାରାକୁ ବିରୋଧ କରାଯାଇଥିଲା। ସେହିପରି ଆଦିବାସୀମାନଙ୍କୁ ମିଛ ମୋକଦ୍ଦମାରେ ଗିରଫ କରିବାକୁ ଆଦିବାସୀ ସମାଜ ବିରୋଧ କରୁଛି ବୋଲି କୁହାଯାଇଥିଲା। ଆଜିର ଶାସନ ବ୍ରିଟିଶ ଶାସନ ଭଳି। ସ୍ବାଧୀନ ଭାରତରେ କାହିଁକି ଏଭଳି ବ୍ରିଟିଶ ଶାସନ ଭଳି କରାଯାଉଛି ବୋଲି ସରକାର ତମେ ଜବାବ ଦିଅ ବୋଲି ନାରାବାଜି କରିଥିଲେ। ଏଭଳି ସରକାରଙ୍କ ଉପରେ ସମିତି ଗର୍ଜିବା ସହ ତାଙ୍କ ଦାବି ପୂରଣ କରନ୍ତୁ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଡ଼ିଆ କନ୍ଧ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ,ଲେଙ୍କା ପ୍ରଧାନ, ରାଜୀବ ମାଝୀ,ଧିରେନ୍ଦ୍ର ପଡ୍ରା,ଆଇନଜୀବି ଇନ୍ଦ୍ରମଣୀ ପ୍ରଧାନ,ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ସମିତିର ବଳଭଦ୍ର ମଳିକ,କପିଳାସ ମଳିକ,ଗୋବିନ୍ଦ ମଲିକ,କୃଷ୍ଣ ମଲିକ ପ୍ରମୁଖ ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri