ନାକାମାମୁଡ଼ି-ନାରିଙ୍ଗିଝୋଲା ରାସ୍ତାରେ କଟାଯାଇଛି ଶତାଧିକ ଗଛ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଭରପୂର ରହିଛି ଜଙ୍ଗଲ ସମ୍ପଦ। ମାତ୍ର କେତେଜଣ ବିଭାଗୀୟ କର୍ମଚାରୀ ଏବଂ ବନ ସଂରକ୍ଷଣ ସମିତି ଅବହେଳାରୁ ଜଙ୍ଗଲରୁ ଶତାଧିକ ଗଛ କଟାଯାଉଥିବା ଅଭିଯୋଗ ହେଉଛି। ମାଲକାନଗିରି ଜିଲା ବାଲିମେଳା ରେଞ୍ଜ ପାହାଡ଼ ଉପରେ ଥିବା ନାକାମାମୁଡି-ନାରିଙ୍ଗିଝୋଲା ରାସ୍ତା ପାର୍ଶ୍ୱରେ ଶତାଧିକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି। ଏହି ଗଛଗୁଡିକ ରାସ୍ତାପାର୍ଶ୍ୱରେ ପଡ଼ିଛି। ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବା, ନିଜ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦେବା, ଜଙ୍ଗଲ ମାଫିଆଙ୍କୁ ଧରିବାକୁ ଜିଲାରେ ଜଙ୍ଗଲ ଅଞ୍ଚଳର ଗ୍ରାମଗୁଡ଼ିକୁ ନେଇ ୨୦୦୦ରୁ ଊର୍ଦ୍ଧ୍ୱ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି। ସରକାରଙ୍କ ଯୁଗ୍ମ ବନ ପରିଚାଳନା ନିୟମ ଅନୁଯାୟୀ ନିଜ ଗ୍ରାମ ନିକଟ ଜଙ୍ଗଲକୁ ସୁରକ୍ଷା କଲେ ସେହି ଜଙ୍ଗଲରୁ ୫୦ ପ୍ରତିଶତ ଅଧିକାର ବନ ସୁରକ୍ଷା ସମିତି ପାଇବେ। ୮୪ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଅଞ୍ଚଳବାସୀ ବିନା ରୟାଲଟିରେ ସଂଗ୍ରହକରି ଆଦିବାସୀ ଉନ୍ନୟନ ସଂସ୍ଥାକୁ ବିକ୍ରି କରିବା, ସୁରକ୍ଷା ଦେଉଥିବା ବନ ସଂରକ୍ଷଣ ସମିତି ଜଙ୍ଗଲରୁ ଶତ ପ୍ରତିଶତ ବାଉଁଶ ବିନା ମୂଲ୍ୟରେ ନିଜର ବ୍ୟବହାର ପାଇଁ ନେଇପାରିବେ ବୋଲି ନିୟମ ରହିଛି। ଅନ୍ୟପକ୍ଷରେ ବନ ସୁରକ୍ଷା ସମିତି ଅଞ୍ଚଳର ଦାୟିତ୍ୱରେ ଥିବା ବନରକ୍ଷୀ ଜଙ୍ଗଲ ସୁରକ୍ଷା, ବନ ସଂରକ୍ଷଣ ସମିତି ସହ ସମ୍ପର୍କ, ଶିକାରୀ, ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତି, ଗଛ କାଟୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହକରି ସମିତି ସହଯୋଗରେ ମାମଲା ରୁଜୁ କରିବା ନିୟମ ଥିଲେ ମଧ୍ୟ ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଉଛି। ଜଙ୍ଗଲରୁ ଗଛ କଟାଯାଇଥିବା ଅଞ୍ଚଳ ବାଲିମେଳା ବନାଞ୍ଚଳ ଅଧୀନରେ ଯାଉଥିବା ବେଳେ ଏହା କୁଡୁମୁଲୁଗୁମ୍ମା ଏବଂ ବାଲିମେଳା ବନପାଳ ଉଭୟଙ୍କ ଦାୟିତ୍ୱରେ ରହିଛି। ତୁରନ୍ତ ଗଛ କାଟୁଥିବା ଲୋକଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ମାଲକାନଗିରି ଡିଏଫ୍‌ଓ ପ୍ରତାପ କତାପାଲ୍ଲିଙ୍କୁ ପଚାରିବାରୁ ସେ କହିଲେ, ଏହାର ତଦନ୍ତ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri