ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଭିତ୍ତିଭୂମି ଅଭାବ ସହ ହଷ୍ଟେଲ ଛାତ୍ରଙ୍କୁ ନିମ୍ନମାନେ ଖାଦ୍ୟ ଦିଆ ଯାଉଥିବା ଯୋଗୁ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ପ୍ରାୟ୧୪୦ ଛାତ୍ର ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟକୁ ଶିକ୍ଷକ ଆସିବା ପୂର୍ବରୁ ସକାଳ ପ୍ରାୟ ୯ ଟାରୁ ହାତରେ ବ୍ୟାଗ ଧରି ଘରମୁହାଁ ହୋଇଥିଲେ। ଖବର ପାଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା, ଏବିଇଓ ଦଶରଥ ଗଣ୍ଡ, ସିଆର୍‌ସିସି ପଦାରବିନ୍ଦ ମହଲିକ, ଡବ୍ଲ୍ୟୁଇଓ ଅମିତ୍‌ କୁମାର ନାୟକ ପ୍ରମୁଖ ଛାତ୍ରାବାସରୁ ବାହାରିଥିବା ଛାତ୍ରମାନଙ୍କୁ ଅଧାରାସ୍ତାରେ ବୁଝାଶୁଝା କରିଥିଲେ। ଶେଷରେ ସେମାନଙ୍କୁ ବିଦ୍ୟାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂର ଦୁକାଲୁପଡ଼ାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସେମାନଙ୍କୁ ସମସ୍ତ ଶିକ୍ଷକଙ୍କ ସହଯୋଗରେ ଅଟକ ରଖାଯାଇ ସେଠାରେ ସେମାନଙ୍କୁ ଭାତ ଡାଲମା ଖାଇବାକୁ ଦିଆଯାଇଥିଲା।

ସୂଚନାଯୋଗ୍ୟ, ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମରୁ ଦଶମ ଶ୍ରେଣୀରେ ୩ଶହ ୬୧ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୨୦୧୭ରେ ଶ୍ରେଣୀଗୃହରେ ଏକ ଛାତ୍ରାବାସ ଖୋଲାଯାଇଥିଲା। ୨ଶହ ବିଶିଷ୍ଟ ଏହି ଛାତ୍ରାବାସରେ ଜିଲାର ଝରିଗାଁ, ଉମରକୋଟ, ରାଇଘର, ପାପଡ଼ାହାଣ୍ଡି ଆଦି ବ୍ଲକରୁ ପ୍ରାୟ ୧୪୦ ଛାତ୍ର ବିଦ୍ୟାଳୟର ତିନୋଟି ଶ୍ରେଣୀ ଗୃହରେ କୁନ୍ଦାକୁନ୍ଦି ହୋଇ ବହୁ ଅସୁବିଧାରେ ରହୁଛନ୍ତି। ଏପରିକି ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅନ୍ତେବାସୀ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ଚାଲିଥିଲା ଗଞ୍ଜେଇ କାରବାର, ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରି…

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ ଚଣ୍ଡିମନ୍ଦିର ନିକଟରେ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri