ବର୍ଷାରେ ଗଜା ହେଲା ଶତାଧିକ ବସ୍ତା ଧାନ

ବିଷମକଟକ,୧୭।୧(ଡି.ଏନ୍‌.ଏ.)  ଖରିଫ ଋତୁରେ ଚାଷୀ ଜମିରେ ଫଳାଇଥିବା ଧାନ ମଣ୍ଡିରେ ବିକ୍ରିକରି ଭଲ ଟଙ୍କା ପାଇବାର ଆଶା ରଖିଥିଲେ। ଅଦିନିଆ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ ଦେଇଛି। ମଙ୍ଗଳବାରଠାରୁ ହୋଇଥିବା ଲଗାଣ ବର୍ଷାରେ ଜମିରେ ପଡ଼ିଥିବା ଧାନଫସଲ ଭିଜି ଗଜା ହୋଇଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଚାଷୀଙ୍କଠାରୁ ଏଭଳି ଅଭିଯୋଗ ଆସିଛି।
ପାଗ ଶୁଖିଲା ଦେଖି ଅନେକ ଚାଷୀ ଧାନ ଅମଳ କରି ଖଳାରେ ରଖିଛନ୍ତି। ଏହା ମଧ୍ୟରେ ବର୍ଷା ହୋଇଯିବାରୁ ଧାନ ଘୋଡ଼ାଇବା ସମ୍ଭବ ହୋଇ ନ ଥିଲା। ଫଳରେ ଧାନ ଭିଜି ଗଜା ହୋଇଯିବା ସହ ରଙ୍ଗ ବଦଳିଯାଇଛି। ଯେଉଁ ଚାଷୀ ଧାନ କାଟିଛନ୍ତି, ଜମିରେ ପାଣି ଭର୍ତ୍ତି ହୋଇଯିବାରୁ ଧାନ ପାଣିରେ ଭାସୁଥିବା ଅଭିଯୋଗ ହୋଇଛି। ଏବେ ଭିଜା ଧାନ କ’ଣ କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଶୁକ୍ରବାର ବିଷମକଟକ ବ୍ଲକ ଚାଟିକଣା, ଡାକୁଲୁଗୁଡ଼ା, ଡୁକୁମ, ବିଷମକଟକ, ହାଟ ମୁନିଗୁଡ଼ା ଭଳି ଅନେକ ପଞ୍ଚାୟତର ଚାଷୀ ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ସାକ୍ଷାତ୍‌ କରି କ୍ଷୟକ୍ଷତି ବିଷୟରେ ଅବଗତ କରିଥିଲେ। ତେବେ ଚାଷୀଙ୍କ ସମସ୍ୟା ଶୁଣି ସମସ୍ତ ଚାଷୀ ବ୍ୟକ୍ତିଗତ ଭାବେ ନିଜ କ୍ଷୟକ୍ଷତି ସଂକ୍ରାନ୍ତରେ ଲିଖିତଭାବେ ଜଣାଇବାକୁ ତହସିଲଦାର କହିଥିଲେ। କ୍ଷେତ୍ର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ପରେ କ୍ଷୟକ୍ଷତିର ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ନିମନ୍ତେ ସେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ସରକାର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରେ ଗୋଦାମ ନିର୍ମାଣ କରିଛନ୍ତି। ବିଷମକଟକ ବ୍ଲକର କେତୋଟି ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଦାମ ରହିଛି। ଚାଷୀ ସେଠି ଧାନ ରଖିବା ସମ୍ଭବ ନୁହେଁ। ତେଣୁ ମିଲର୍ସମାନେ ଚାଷୀଙ୍କ ଅମଳ ଧାନକୁ ବର୍ଷା ସମୟରେ ନିଜ ଗୋଦାମ ଗୃହରେ ରଖି ସାହାଯ୍ୟ କରୁଥିଲେ। ଏବେ ଚାଷୀଙ୍କ ଧାନ ରଖିବାକୁ ଏମ୍‌ଆଇ ଦେବଦତ୍ତ ଲେଙ୍କା ମିଲର୍ସଙ୍କୁ ସମ୍ପୂର୍ଣ୍ଣ ମନା କରିଥିବା ଜଣାପଡ଼ିଛି। ସରକାରୀ ନିୟମ ନ ଥିବା ସେ କହିଛନ୍ତି। ଫଳରେ ଚାଷୀ ସୁରକ୍ଷିତ ସ୍ଥାନରେ ଧାନ ରଖି ନ ପାରି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅନେକ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ଫେବୃୟାରୀ, ମାର୍ଚ୍ଚ ପାଇଁ ଆସିଛି। ଏବେ ଚାଷୀ ଧାନ କେଉଁଠି ରଖିବେ ଚିନ୍ତାର ବିଷୟ ହୋଇଥିବା ଅଞ୍ଚଳର ଜି. ସୁବାରାଓ, ବାବୁଲା ପୂଜାରୀ, ଜି. ପ୍ରଦୀପ ଗୁଡୁଲା, କ୍ରିଷ୍ଣା ରାଓଙ୍କ ସମେତ ଅନେକ ଚାଷୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri