ଶତାଧିକ ଦଙ୍ଗାକାରୀ ଗିରଫ

ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍‌ବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର କହିଛନ୍ତି।
ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି କ୍ୟାପିଟୋଲ ବିଲ୍ଡିଂରେ କଂଗ୍ରେସର ମିଳିତ ଅଧିବେଶନ ଚାଲିଥିବାବେଳେ ଏହାକୁ ଭଣ୍ଡୁର କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହଜାର ହଜାର ସମର୍ଥକ ସେଠାରେ ଧସେଇ ପଶି ଦଙ୍ଗା ସୃଷ୍ଟି କରିଥିଲେ। ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। କ୍ୟାପିଟୋଲ ବିଲ୍ଡିଂକୁ ଦଖଲ କରିବା ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଆହୁରି ଅନେକ ଗିରଫ ହୋଇପାରନ୍ତି। ବାଇଡେନ୍‌ଙ୍କ ଶପଥ ପୂର୍ବରୁ ଅନ୍‌ଲାଇନ ଚାଟରଙ୍କୁ ନେଇ ଚିନ୍ତା ବଢ଼ୁଛି। କ୍ୟାପିଟୋଲ ହିଲ୍‌ ହିଂସା ପୁଣିଥରେ ସଂଘଟିତ କରିବା ପାଇଁ କେତେଜଣ ଯୋଜନା କରୁଥିବାରୁ ଏହା ଉପରେ ସୁରକ୍ଷା ସଂସ୍ଥାଗୁଡ଼ିକ କଡ଼ା ନଜର ରଖିଛନ୍ତି। ୨୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ଦଙ୍ଗାକାରୀଙ୍କୁ ଚିହ୍ନଟ ଲାଗି ଏଫ୍‌ବିଆଇକୁ ୧,୪୦,୦୦୦ ଟିପ୍‌ ମିଳିଥିବା ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି। ଏଫବିଆଇର ପଦକ୍ଷେପକୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ପ୍ରଶଂସା କରିଛନ୍ତି।

 

ବାଇଡେନ୍‌ଙ୍କ ଶପଥ ଉତ୍ସବରେ ଲେଡି ଗାଗା, ଜେନିଫର ପ୍ରଦର୍ଶନ କରିବେ

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ୨୦ ତାରିଖରେ ଶପଥ ନେବାକୁ ଯାଉଥିବାବେଳେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପପ୍‌ ଗାୟିକା ଜେନିଫର ଲୋପେଜ୍‌ ଏବଂ ଲେଡି ଗାଗା ଯୋଗଦେବେ। ଗାଗା ଜାତୀୟ ସଙ୍ଗୀତ ଗାନ କରିବାକୁ ଥିବାବେଳେ ଲୋପେଜ୍‌ କ୍ୟାପିଟୋଲର ଓ୍ବେଷ୍ଟ ଫ୍ରଣ୍ଟରେ ସଙ୍ଗୀତ ପରିବେଷଣ କରିବେ। ୭୮ ବର୍ଷୀୟ ବାଇଡେନ୍‌ଙ୍କ ସହ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ (୫୬) ମଧ୍ୟ ଏହି ଉତ୍ସବରେ ଶପଥ ଗ୍ରହଣ କରିବେ। ତେବେ କରୋନା ମହାମାରୀ ଓ ସୁରକ୍ଷାଗତ କାରଣକୁ ନେଇ ଉତ୍ସବକୁ କାଟଛାଣ୍ଟ କରାଯାଇଛି। ଶପଥ ଗ୍ରହଣ ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭର୍ଚୁଆଲି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri