ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ

ମହାକାଳପଡ଼ା,୧୧।୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ ଯୋଜନା ଅଟକଳ ମୂଲ୍ୟ ସେତେବେଳେ ୨୨ ହଜାର ଟଙ୍କା ଥିଲା। ଶତାଧିକ ଲୋକଙ୍କୁ ମିଳିଥିବା ଆବାସ ଅର୍ଥକୁ ସେତେବେଳେ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି। ପଞ୍ଚାୟତ ତାଲିକାରେ ନାଁ ନ ଥିବାରୁ ବୃଦ୍ଧ ଦମ୍ପତି ପଲିଥିନ୍‌ ତଳେ ରହି ଜୀବନ ବିତାଉଛନ୍ତି।
ବ୍ଲକ ଅଧୀନ ଦେଉଳପଡ଼ା ପଞ୍ଚାୟତ ନଳପଦା ଗାଁର ଭ୍ରମରବର ବେହେରାଙ୍କ ପରିବାର। ବୃଦ୍ଧ ଦମ୍ପତିଙ୍କ କହିବା କଥା, ମହାବାତ୍ୟା ପରେ ୨୦୦୧ରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲା। କିନ୍ତୁ ସେତେବେଳେ ଦାୟିତ୍ୱରେ ଥିବା ଜନପ୍ରତିନିଧି, ସରକାରୀ କର୍ମଚାରୀ ଆମକୁ ୭ ହଜାର ଦେଇ ଅବଶିଷ୍ଟ ୧୫ ହଜାର ଟଙ୍କା ଉଠାଇ ନେଇଥିଲେ। ସରକାରୀ ନିୟମ ଅନୁସାରେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ ଗୃହ ନିର୍ମାଣରେ ଅର୍ଥ ଉଠାଇଥିଲେ ପରେ ଆବାସ ମିଳିବାରେ କଟକଣା ରହିଛି। ପଞ୍ଚାୟତ ସରପଞ୍ଚ ଦେବଦତ୍ତ ପରିଡ଼ାଙ୍କୁ ଭ୍ରମରବର ଆବାସ ଯୋଜନାରେ ସାମିଲ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଲିକାରେ ନାଁ ନ ଥିବାରୁ ସାମିଲ ହୋଇପାରିନାହିଁ। ପରେ ଏହି ବୃଦ୍ଧ ଦମ୍ପତିଙ୍କ ପୁତ୍ର ନାମରେ ତାଲିକାରେ ସାମିଲ ପାଇଁ ପ୍ରଶାସନକୁ ଅନୁରୋଧ କରିବେ ବୋଲି ସରପଞ୍ଚ ପରିଡ଼ା କହିଛନ୍ତି। ସେହିଭଳି ବିଭିନ୍ନ ସମୟରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ବାସ୍ତବ ହିତାଧିକାରୀଙ୍କ ନାମରେ ସମ୍ପୂର୍ଣ୍ଣ ଅର୍ଥ ସରକାରୀ ଖାତାରେ ଦିଆଯାଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ଗୃହ ଭୂମିରୁ ଉଠିନି। ପଞ୍ଚାୟତରେ ଭ୍ରମରବରଙ୍କ ଭଳି ଶହେରୁ ଅଧିକ ହିତାଧିକାରୀଙ୍କ ଅର୍ଥ ହଡ଼ପ ଯୋଗୁ ଗୃହ ନିର୍ମାଣ ହୋଇ ନ ଥିବା ଜଣାପଡ଼ଛି। ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବା ସହ ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଅର୍ଥ ହଡ଼ପରେ ସମ୍ପୃକ୍ତ ଥିବା ଦଲାଲ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ସରପଞ୍ଚ ପରିଡ଼ାଙ୍କୁ ପଚାରିବାରେ ପଞ୍ଚାୟତରେ ପୂର୍ବରୁ ଅନେକ ଗରିବ ହିତାଧିକାରୀଙ୍କ ନାମରେ ଗୃହ ଅର୍ଥ ହଡ଼ପ କରାଯାଇଛି। ତାଲିକାରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ବାସ୍ତବରେ ବହୁ ଗରିବ ଲୋକଙ୍କ ଚାଳଛପର ଘରକୁ ସରଜମିନ ଓ ନିରପେକ୍ଷ ତଦନ୍ତ କରି ଆବାସ ଯୋଜନାରେ ସାମିଲ କରାଯାଉ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗରିବ ଲୋକଙ୍କ ପକ୍କାଘର ନ ଥିବାରୁ ନିକଟ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତର ଗରିବ ହିତାଧିକାରୀଙ୍କ ଅଭିଯୋଗ ପୁନଃବିଚାର କରାଯାଉ। ଏହି ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସରପଞ୍ଚ ପରିଡ଼ା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri