ମୁକୁଳାପଡ଼ିଛି ଶତାଧିକ ବୋର୍‌ଓ୍ବେଲ, କ୍ଷେତ୍ରୀୟ ଅନୁଧ୍ୟାନ କରିବେ ବିଭାଗୀୟ ଇଞ୍ଜିନିୟର

ସୋନପୁର,୧୬।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର କଇଁଫୁଲ ଗାଁରେ ଏକ ଡିପ୍‌ ବୋରଓ୍ବେଲରେ ପଡି ଦୁଃଖୀ ନେଗୀ(୭୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଓଡିଶା ଉଠା ଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦ ବର୍ଷ ପୂର୍ବରୁ ଏହି ଗଭୀର ନଳକୂପ ଖୋଳା ଯାଇଥିଲା। ତେବେ ନଳକୂପଟି ଶୁଷ୍କ ପଡିବାରୁ ଠିକା ସଂସ୍ଥା ଉକ୍ତ ଗାତକୁ ବାଲି ଫିଲିଂ ନ କରି ସେମିତି ଛାଡି ଦେଇଥିଲା। ବର୍ଷାରେ ଧୋଇ ହୋଇ ଗାତର ଉପରି ଭାଗ କ୍ରମଶଃ ଓସାରିଆ ହୋଇ ଯାଇଥିଲା। ଫଳରେ ଘାସରେ ଭର୍ତ୍ତି ହୋଇଥିବା ଉକ୍ତ ଗାତରେ ପଡି ବୃଦ୍ଧା ଦୁଃଖୀଙ୍କ ଜୀବନ ଗଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଓଏଲଆଇସି ପକ୍ଷରୁ ରାଜ୍ୟରେ ଖୋଳା ଯାଇଥିବା ସମସ୍ତ ଡିପ୍‌ ବୋରଓ୍ବେଲ ଓ ସାଲୋ ଟ୍ୟୁବ୍‌ଓ୍ବେଲର ସ୍ଥିତି ଜାଣିବା ପାଇଁ ତତ୍ପରତା ପ୍ରକାଶ ପାଇଛି।

ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଏହି ପ୍ରସଙ୍ଗରେ ବୁଧବାର ନିଗମର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଠିକାସଂସ୍ଥାର ପ୍ରତିନିଧିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାରଠାରୁ ରାଜ୍ୟର ସମସ୍ତ ପୁରାତନ ଓ ନୂତନ ଡିପ୍‌ ବୋରଓ୍ବେଲ, ସାଲୋ ଟ୍ୟୁବ୍‌ ଓ୍ବେଲର ସ୍ଥିତି ଜାଣିବା ପାଇଁ ଓଏଲଆଇସିର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନେ ପ୍ରକଳ୍ପ ଅଞ୍ଚଳ ବୁଲିବେ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ନିଗମ ପକ୍ଷରୁ ସେଗୁଡିକୁ ତୁରନ୍ତ ପୋତାଯିବ। ସେହିପରି ଯେଉଁ ପ୍ରକଳ୍ପଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇନି ସେଗୁଡିକୁ ଚିହ୍ନଟ କରାଯାଇ କେସିଂ ପାଇପ୍‌ରେ କ୍ୟାପିଂ କରାଯିବାକୁ ଏମ୍‌ଡି ସାମଲ ନିର୍ବାହୀ ଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୩୦ ଜିଲାରେ ୭ ଦିନ ଭିତରେ ଏହି କାମ ସାରିବାକୁ କୁହାଯାଇଛି। ନିଜ ଅଞ୍ଚଳରେ କୌଣସି ଡିପ୍‌ ବୋରଓ୍ବେଲ ଓ ସେଲୋ ଟ୍ୟୁବ୍‌ ଓ୍ବେଲ ମୁକୁଳା ପଡିନାହିଁ, ସେଗୁଡିକ ଆବଦ୍ଧ କରାଯାଇଛି ବୋଲି ନିଗମର ନିର୍ବାହୀ ଯନ୍ତ୍ରୀମାନେ ଲିଖିତ ଭାବେ ଜଣାଇବାକୁ ଏମ୍‌ଡି ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଭଳି ଦୁଃଖଦ ଘଟଣା ପରେ ବୁଧବାର ସୁବର୍ଣ୍ଣପୁର ଜିଲାର କେତେକ ଗ୍ରାମରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଖୋଳା ଯାଇଥିବା ପୁରାତନ ଓ ନୂତନ ଡିପ୍‌ ବୋରଓ୍ବେଲଗୁଡିକ ସେମିତି ମୁକୁଳା ପଡିଥିବା ଦେଖିବାକୁ ମିଳିଥିଲା। ଅସଫଳ ପ୍ରକଳ୍ପଗୁଡିକୁ ଠିକାସଂସ୍ଥା ନ ପୋତି ସେମିତି ଛାଡି ଦେଇଛନ୍ତି। ବିଭାଗୀୟ ଇଞ୍ଜିନିୟରମାନେ ଏ ଦିଗରେ ଯତ୍ନବାନ ନୁହନ୍ତି। ସେହିପରି ନୂତନ ଭାବେ ଖୋଳା ଯାଇଥିବା ବୋରଓ୍ବେଲଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଦୀର୍ଘ ମାସ ଧରି କେସିଂ ପାଇପ୍‌ରେ କ୍ୟାପିଂ କରାଯାଇନି। ଗଭୀର ନଳକୂପର ପାଇପ୍‌ଗୁଡିକ ମୁକୁଳା ପଡିଛି। ମୃତ ବୃଦ୍ଧାଙ୍କ ଝିଅ ଜ୍ୱାଇଁଙ୍କ ଗାଁ ମଲ୍ଳିକମୁଣ୍ଡା ପଞ୍ଚାୟତର କସୁରପାଲିରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏକାଧିକ ଡିପ୍‌ ବୋରଓ୍ବେଲର କେସିଂ ପାଇପ୍‌ ମୁକୁଳା ପଡିଛି। ସରକାରୀ ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୧୪-୧୫ ମସିହା ପୂର୍ବରୁ ୨୬୦୧ଟି ସଚଳ ପ୍ରକଳ୍ପ ରହିଛି। ସେହିପରି ୨୦୧୫-୧୬ ମସିହା ପରେ ୮୪୦ଟି ବୋରଓ୍ବେଲ ଖୋଳାଯାଇଛି। ସେଥିମଧ୍ୟରୁ ୫୨୩ଟି ପ୍ରକଳ୍ପ ସଚଳ ଥିବା ବେଳେ ୩୧୭ଟି ଅଚଳ ହୋଇପଡିଛି। ଚଳିତବର୍ଷ ପୁଣି ୨୩୦୦ଟି ନୂଆ ବୋରଓ୍ବେଲ ଖୋଳିବା ପାଇଁ ଟେଣ୍ଡର ପରେ କାର୍ଯ୍ୟ ଚାଲୁ ରହିଛି। ତେବେ କେତୋଟି ବୋରଓ୍ବେଲ ମୁକୁଳା ପଡିଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରା କୁହନ୍ତି ସମସ୍ତ ପୁରାତନ ଓ ନୂତନ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରାଯିବ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ସେଗୁଡିକୁ ତୁରନ୍ତ ପୋତାଯିବ। ସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ କେସିଂ ପାଇପ୍‌ଗୁଡିକୁ କ୍ୟାପିଂ କରାଯିବ ବୋଲି କହିଛନ୍ତି। କଇଁଫୁଲ ଘଟଣାରେ ପ୍ରକଳ୍ପଟି ଅସଫଳ ହୋଇଥିଲା। ଠିକାସଂସ୍ଥା ପକ୍ଷରୁ ତାହା ପୋତା ଯାଇଥିଲା। ତେବେ ବର୍ଷାରେ ମାଟି ଦବି ଯିବାରୁ ୨୦ ଫୁଟ ଗାତ ସୃଷ୍ଟି ହୋଇଥିବା ଇଂ ବେହେରା ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ମୁକୁଳା ବୋର ଓ୍ବେଲରେ ପଡି ମୃତ୍ୟୁବରଣ କରିଥିବା ଦୁଃଖୀଙ୍କ ଘର ସୋନପୁର ବ୍ଲକ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁରେ। ସେ ଝିଅ ଘରକୁ ବୁଲି ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା।ଏହି ଘଟଣାରେ ସୋନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri