Posted inଖେଳ

ବିରାଟ, ଆୟର ନୁହେଁ ଟିମ ଇଣ୍ଡିଆର ଅସଲି ହିରୋ ହେଉଛନ୍ତି ରୋହିତ ଶର୍ମା: ଏଭଳି କାହିଁକି କହିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ନୂଆଦିଲ୍ଳୀ,୧୬।୧୧: ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ହେବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସେମିଫାଇନାଲ ମ୍ୟାଚ ପରେ ଲୋକମାନେ ଅଧିକାଂଶ ସମୟରେ ବିରାଟ କୋହଲି, ମହମ୍ମଦ ଶାମି ଏବଂ ଶ୍ରେୟସ ଆୟରଙ୍କ ବିଷୟରେ ଆଲୋଚନା କରୁଛନ୍ତି, କାରଣ ବିରାଟ ଏହି ମ୍ୟାଚରେ ତାଙ୍କ ଦିନିକିଆ କ୍ୟାରିୟରର ୫୦ ତମ ଶତକ ପୂରଣ କରିଥିଲେ ମହମ୍ମଦ ଶାମି ୭ଟି ଉଇକେଟ୍‌ ନେଇ ଭାରତ ପାଇଁ ବିଶ୍ୱକପ ଇତିହାସରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ ଏବଂ ଶ୍ରେୟାସ ଆୟର ମଧ୍ୟ ୭୦ ବଲରେ ୧୦୫ରନର ଚମତ୍କାର ଇନିଂସ ଖେଳିଥିଲେ।

ଏହି କାରଣରୁ ଏହି ତିନି ଖେଳାଳିଙ୍କୁ ନେଇ ଅନେକ ଆଲୋଚନା ହେଉଛି, କିନ୍ତୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍‌ଙ୍କ ଅନୁଯାୟୀ ଟିମ ଇଣ୍ଡିଆର ପ୍ରକୃତ ହିରୋ ଅନ୍ୟ କେହି। ସ୍କାଏ ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ଏହି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କହିଛନ୍ତି, ଆସନ୍ତାକାଲି ବିରାଟ କୋହଲି, ଶ୍ରେୟସ ଆୟର ଏବଂ ମହମ୍ମଦଶାମିଙ୍କ ବିଷୟରେ ହେଡଲାଇନ ପ୍ରକାଶ ପାଇବ, କିନ୍ତୁ ଏହି ଟିମ ଇଣ୍ଡିଆର ପ୍ରକୃତ ହିରୋ ଏବଂ ପ୍ରକୃତ ବ୍ୟକ୍ତି ସିଏ ହେଉଛନ୍ତି ରୋହିତ ଶର୍ମା ଯିଏ ଦଳର ସଂସ୍କୃତି ବଦଳାଇଛନ୍ତି।

ବାସ୍ତବରେ ରୋହିତ ଶର୍ମା ଏହି ବିଶ୍ୱକପରେ ନିଜର ଚମତ୍କାର ଅଧିନାୟକତ୍ୱ ଏବଂ ଉତ୍କୃଷ୍ଟ ବ୍ୟାଟିଂ ସହିତ ଟିମ ଇଣ୍ଡିଆକୁ ଭଲ ସ୍ଥାନରେ ରଖିଛନ୍ତି। ଟିମ ଇଣ୍ଡିଆ ଏହି ବିଶ୍ୱକପରେ ଏପର୍ଯ୍ୟନ୍ତ ସମସ୍ତ ୧୦ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି। ଉଭୟ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଏହି ଉଜ୍ଜ୍ୱଳ ପ୍ରଦର୍ଶନ ପଛରେ ରୋହିତ ଶର୍ମା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri