ଧର୍ମାନୁଷ୍ଠାନ ଦଖଲରେ ସରକାରଙ୍କ ଶତାଧିକ ଏକର

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାରେ ଗଢ଼ି ଉଠିଛି ଅନେକ ଧର୍ମାନୁଷ୍ଠାନ। ହେଲେ ସେଥିମଧ୍ୟରୁ କେତୋଟି ଧାର୍ମିକ ଅନୁଷ୍ଠାନ ସରକାରୀ ଜାଗାକୁ ଜବରଦଖଲ କରିବାରେ ଲାଗିଛନ୍ତି। ଏପରି କି ଜବରଦଖଲ ଜମିକୁ ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି। କେବଳ ଅନୁଗୋଳ ସହରରେ ୨୫ ଏକର ସରକାରୀ ସମ୍ପତ୍ତି ଧର୍ମାନୁଷ୍ଠାନ ଅକ୍ତିଆରରେ ରହିଛି। ଏପରି ତଥ୍ୟ ପ୍ରଶାସନ ନିକଟରେ ପହଞ୍ଚିବା ପରେ ଧାର୍ମିକ ଅନୁଷ୍ଠାନ ଦଖଲରେ ଥିବା ଜମିର ଯାଞ୍ଚ ଆରମ୍ଭ ହୋଇଛି। ଜବରଦଖଲ ପ୍ରମାଣିତ ହେଲେ ତାହାକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନୁଗୋଳ ଜିଲା ପ୍ରଶାସନର ଏପରି କଠୋର ଆଭିମୁଖ୍ୟ ଦେଖି ବିଭିନ୍ନ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ଜମିର କାଗଜପତ୍ର ଧରି ତହସିଲ ଅଫିସରେ ଲାଇନ ଲଗାଉଥିବା ଦେଖିବାକୁ ମିଳୁଛି।
ଅନୁଗୋଳ ସହରର ହାଟ ଛକରୁ ଖଲାରୀ ଯିବା ରାସ୍ତାରେ ପଡ଼ୁଥିବା ଏକ ଧର୍ମାନୁଷ୍ଠାନ ସରକାରୀ ଜାଗାକୁ ଜବରଦଖଲ କରିଥିଲା। ପାଚେରି ବୁଲାଇ ସରକାରୀ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେଇଯିବା ପରେ ତାହାକୁ ପ୍ଲଟିଂ କରି ବିକ୍ରି କରୁଥିଲା। ଉକ୍ତ ଖବର ପ୍ରଶାସନ ନଜରକୁ ଆସିବା ପରେ ସେଠାରେ ଜବରଦଖଲ ଉଚ୍ଛେଦ କରାଯାଇଛି। ସେହିପରି ଅନ୍ୟ କେତୋଟି ଧାର୍ମିକ ଅନୁଷ୍ଠାନ ସରକାରୀ ଜମି ମାଡ଼ି ବସିଥିବାରୁ ରାଜସ୍ବ ବିଭାଗ ପକ୍ଷରୁ ଛାନ୍‌ଭିନ୍‌ କରାଯାଉଛି। ଗତ ଜୁନ୍‌ରୁ ଏହି ତଦନ୍ତ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ଇତିମଧ୍ୟରେ ଅନୁଗୋଳ ସହରରେ ପାଖାପାଖି ୨୫ ଏକର ଜାଗା କେତୋଟି ଧର୍ମାନୁଷ୍ଠାନ ଜବରଦଖଲରେ ଥିବା ଚିହ୍ନଟ କରାଯାଇଛି। ସୌଭାଗ୍ୟନଗର ଠାରେ ଥିବା ଏକ ଧାର୍ମିକ ଅନୁଷ୍ଠାନ ୩ ଏକର ସରକାରୀ ଜାଗା ଦଖଲ କରିଛି। ମାଟିଆସାହିରେ ଥିବା ଏକ ଧର୍ମାନୁଷ୍ଠାନ ୬ ଏକର, ଅନ୍ୟ ଏକ ଧାର୍ମିକ ଅନୁଷ୍ଠାନ ୨.୫୫ ଏକର, ଅମଲାପଡ଼ା ନିକଟରେ ଥିବା ଏକ ଧର୍ମାନୁଷ୍ଠାନ ୧୫ ଗୁଣ୍ଠ, ଶିକ୍ଷକପଡ଼ାରେ ଥିବା ଏକ ଧର୍ମାନୁଷ୍ଠାନ ୫ ଏକର ଜମି ଜବରଦଖଲ କରିଛି। ଯାଞ୍ଚ ଶେଷ ହେବା ପରେ ଏସବୁକୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସହରାଞ୍ଚଳରେ ଥିବା ସରକାରୀ ସମ୍ପତ୍ତିକୁ ଜବରଦଖଲ ମୁକ୍ତ କରାଯିବା ପରେ ଜିଲାର କେଉଁ ସ୍ଥାନରେ କେତେ ସରକାରୀ ଜମି ଧାର୍ମିକ ଅନୁଷ୍ଠାନ ନାମରେ ରହିଛି, ତାହାର ଆକଳନ କରାଯିବ। ଏହାପରେ ଜବରଦଖଲ ମୁକ୍ତ ଅଭିଯାନ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri