ଅପରକୋଲାବ କେନାଲରେ ୩୦ ଫୁଟ ଘାଇ: ଶତାଧିକ ଏକର ଚାଷଜମିରେ ମାଡ଼ିଗଲା ପାଣି, ମାଟି

ଜୟପୁର, ୧୦।୧(ନି.ପ୍ର.): ଅପର କୋଲାବ ପ୍ରୋଜେକ୍ଟର ଧନପୁର ଶାଖା କେନାଲ ଶୁକ୍ରବାର ରାତିରେ ଭୁଶୁଡ଼ିପଡିଛି। ଫଳରେ ପାଖାପାଖି ୩୦ ଫୁଟ୍‌ ଓସାରରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ପାଣି ପଶିଛି। ଶତାଧିକ ଏକର ଚାଷଜମିରେ ପାଣି ପଶି ମାଟି ମାଡ଼ିଯାଇଛି। ମୁଖ୍ୟ ରାଇଟ କେନାଲଠାରୁ ୫ ଶହ ମିଟର ଦୂରରେ ଥିବା ଏହି ଶାଖା କେନାଲ ଜୟପୁର ସହରର ଗାନ୍ଧୀ ଛକଠାରୁ ପାରାବେଢ଼ା ଓ ଏକଟାଗୁଡା ମଝିରେ ପ୍ରବାହିତ ହେଉଛି। କେନାଲ ଭାଙ୍ଗି ଚାଷଜମି ଓ ଗ୍ରାମ ଆଡ଼କୁ ପାଣି ମାଡି ଆସିବାରୁ ଖଳାରେ ଶୋଇଥିବା ଚାଷୀ ଏବଂ ଗ୍ରାମ ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଖବରପାଇ ବିଳମ୍ବିତ ରାତିରେ ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାସ୍ଥଳରେ ପହଞ୍ଚତ୍ କୋଲାବ କେନାଲ କର୍ତ୍ତୃପକ୍ଷଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ୨ ଘଣ୍ଟା ପରେ ଅଧିକାରୀମାନେ ସେଠାରେ ପହଞ୍ଚତ୍ଥିଲେ। ଗ୍ରାମବାସୀଙ୍କ ସହାୟତାରେ ୨ଟି ଗେଟ୍‌ ବନ୍ଦ କରିବା ପରେ ବିପଦ ଟଳିଥିଲା। ଚାଷ କ୍ଷତିଗ୍ରସ୍ତ ହେବାନେଇ ଜୟପୁର ବ୍ଳକ ଏକଟାଗୁଡା ପଞ୍ଚାୟତର ଚାଷୀ ଚିନ୍ତାରେ ପଡିଛନ୍ତି। ସେମାନେ ରବିଫସଲ ନେଇ ଜମିରେ ଧାନ ରୋଇଥିଲେ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ୩୦/୪୦ ବର୍ଷର କେନାଲ ସମୟକ୍ରମେ ଦୁର୍ବଳ ହୋଇ ଭାଙ୍ଗିପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। ଜମିକୁ ପାଣି ମାଡିବା ପାଇଁ ଚାଷୀ ଜଳକର ଦେଉଥିବା ବେଳେ କେନାଲର ରକ୍ଷଣାବେକ୍ଷଣ କରା ନ ଯିବା ହେତୁ ଏବେ ଦୁର୍ବଳ ହୋଇପଡି କେନାଲ ଭୁଶୁଡିପଡିଛି। ଏହା ମାଟି କେନାଲ ହୋଇଥିବାରୁ ଏପରି ଘଟିଲା। ୨ ଦିନ ମଧ୍ୟରେ ଏହାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଏସ୍‌ଡିଓ ସୁବାସ ଚନ୍ଦ୍ର ମିଶ୍ର ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଶନିବାର ଜିଲାପାଳ ମଧୁସୂଦନ ମିଶ୍ର, ଉପଜିଲାପାଳ ହେମକାନ୍ତ ସାୟ ଘଟଣାସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କନିଷ୍ଠଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା, ଏସ୍‌ଡିଓ ମିଶ୍ର କେନାଲରେ ମାଟି ପକାଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ କୋଲାବ ଜଳଭଣ୍ଡାରର ୪ଟି ଗେଟ୍‌ ବନ୍ଦ କରିଛି। ଫଳରେ ଧନପୁର, କାଳିଆ ଗାଁ, ଖୁଡୁପି, ଅନ୍ତା, ବାଲିଆ ଭଳି ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି। କେନାଲ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ କଂକ୍ରିଟ କେନାଲ କରିବା ପାଇଁ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ଗୁରୁତ୍ୱ ଦେଇ ନ ଥିବା ଉପସ୍ଥିତ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏସ୍‌ଡିଓ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ବାହିନୀପତି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ସହ ଏ ଦିଗରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri