Categories: ଖେଳ

ଲର୍ଡ୍ସ ଶତକ ମୋ କ୍ୟାରିୟରର ଶ୍ରେଷ୍ଠ ଇନିଂସ : ରାହାନେ

ମେଲବୋର୍ନ,୨୮ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏମ୍‌ସିଜିଠାରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଶତକୀୟ ପାଳିକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ହେଲେ ଏହାକୁ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଶତକ ଭାବେ ବିବେଚନା କରୁ ନହାନ୍ତିଁ ରାହାନେ। ତାଙ୍କ ୧୧୨ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟ ହାସଲ କରିବା ପ୍ରାୟତଃ ନିଶ୍ଚିତ। ପ୍ରଥମ ଇନିଂସରେ ୧୩୧ ରନ୍‌ରେ ପଛୁଆ ଥିବା ଅଷ୍ଟ୍ରେଲିଆ ତୃତୀୟ ଦିନ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୧୩୩ ରନ୍‌ କରିଛି। ଦଳ ୨ ରନର ଅଗ୍ରଣୀ ହାସଲ କରିଥିବାବେଳେ ହାତରେ ମାତ୍ର ୪ ଉଇକେଟ ବାକି ଅଛି।

‘ଏହା ମୋ ପାଇଁ ସ୍ବତନ୍ତ୍ର ଶତକ। ସେଞ୍ଚୁରି ହାସଲ କରିବା ସର୍ବଦା ଜଣେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଖୁସିର ବିଷୟ। କିନ୍ତୁ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସଠାରେ ଅର୍ଜନ କରିଥିବା ଶତକ ମୋ ପାଇଁ ଶ୍ରେଷ୍ଠ’ ବୋଲି ସୋମବାର ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହେବା ପରେ ରାହାନେ କହିଛନ୍ତି।

ଉଲ୍ଲେଖଥାଉ କି, ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସଠାରେ ରାହାନେ ୧୫୪ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ।

Share