ମଣିଷତ୍ୱ ହ୍ରାସ ପାଉଛି

ଭାରତ ଉପରେ ଯେତେବେଳେ ଇଂରେଜ ଶାସନ କରୁଥିଲେ, ସେତେବେଳେ ତାଙ୍କ ନିଜ ସୁବିଧା ଓ ଯାତାୟାତ ପାଇଁ ବମ୍ବେରୁ ଠାଣେ ପର୍ଯ୍ୟନ୍ତ ରେଳ ଲାଇନ୍‌ ପକାଇ ୧୬ ଏପ୍ରିଲ ୧୮୫୩ରେ ପ୍ରଥମେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆନ୍‌ ରେଲ୍‌ଓ୍ବେଜ’କୁ ଭାରତୀୟ ରେଲ୍‌ଓ୍ବେ ଭାବେ ନାମ ପରିବର୍ତ୍ତନ କରାଯାଇଥିବା ସତ୍ତ୍ୱେ ରେଲ୍‌ଓ୍ବେର ହିନ୍ଦୁସ୍ଥାନୀ ଶବ୍ଦ ଖୋଜି ବାହାର କରିପାରୁନାହାନ୍ତି ସମ୍ପୃକ୍ତ କର୍ତ୍ତୃପକ୍ଷ। ଭାରତୀୟ ରେଲ୍‌ଓ୍ବେର ପୁରୁଣା ସ୍ମୃତି ବହନ କରୁଥିବା ଠାଣେ ନିକଟସ୍ଥ ଡିବା ଷ୍ଟେଶନରେ ୯ ଜୁନରେ ପ୍ରବଳ ଭିଡ଼ ଥିବା ଏକ ଲୋକାଲ ଟ୍ରେନ୍‌ରୁ ଖସିପଡ଼ି ୪ ଜଣଙ୍କ ମୃତ୍ୟୁ ହେବା ସହ ୯ ଆହତ ହୋଇଛନ୍ତି। ଏଭଳି ଘଟଣା ବିଭିନ୍ନ ସମୟରେ ଘଟିବା ଦେଖାଯାଏ। ଉଭୟ ଓ୍ବେଷ୍ଟର୍ନ ଓ ସେଣ୍ଟ୍ରାଲ ରେଲ୍‌ଓ୍ବେର ମୁମ୍ବାଇ ସବ୍‌ଅର୍ବାନ ବା ସହରୀତଳ ଅଞ୍ଚଳରେ ଚଳାଚଳ କରୁଥିବା ଲୋକାଲ ଟ୍ରେନ୍‌ଗୁଡ଼ିକରେ ପ୍ରତିଦିନ ପାଖାପାଖି ୭୦ ଲକ୍ଷ ଲୋକ ଯାତ୍ରା କରିଥା’ନ୍ତି। ଟ୍ରେନ୍‌ଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ। ଏମିତିକି ଲୋକେ ଫୁଟ୍‌ବୋର୍ଡ କିମ୍ବା ଝରକା ରେଲିଂରେ ଝୁଲି ଯିବାଆସିବା କରିବାର ନିତିଦିନ ଦୃଶ୍ୟ ଦେଖିବାକୁ ମିଳେ।
ବମ୍ବେ ସହରର ପରିସ୍ଥିତି ଭାରତୀୟମାନଙ୍କର ମସ୍ତିଷ୍କ ବାଚାଳାମିର ଏକ ବିଶେଷ ଦୃଷ୍ଟାନ୍ତ। ପୃଥିବୀର ସବୁ ଦେଶରେ ଅର୍ଥନୈତିକ ଗୁରୁତ୍ୱ ରହିଥିବା ସହରଗୁଡ଼ିକରେ ପ୍ରଥମେ ଉନ୍ନତିର ଛବି ଦେଖିବାକୁ ମିଳିଥାଏ। ପୂର୍ବରୁ ଲଣ୍ଡନ, ନ୍ୟୁୟର୍କ, ଲସ୍‌ ଆଞ୍ଜେଲ୍ସ, ଟୋକିଓ ଭଳି ସହର ଯେଉଁ ଅର୍ଥନୈତିକ ଉନ୍ନତିର ପ୍ରତୀକ ଭାବରେ ଗଢ଼ି ଉଠିଥିଲେ, ତାହାର ଅବିକଳ ନକଲ ଏକବିଂଶ ଶତାବ୍ଦୀରେ ଚାଇନାର ଶାଙ୍ଘାଇ ଭଳି ସହରରେ ଦେଖିବାକୁ ମିଳୁଛି। ଅନେକ ଦଶନ୍ଧି ଧରି ଭାରତର ଅର୍ଥନେତିକ କେନ୍ଦ୍ରବିନ୍ଦୁ ଭାବେ ମୁମ୍ବାଇ ବା ବମ୍ବେ ପରିଚିତ ହୋଇ ଆସୁଥିଲେ ମଧ୍ୟ ତାହାର ସ୍ଥିତି କ୍ରମଶଃ ଧ୍ୱଂସାଭିମୁଖୀ ହେଉଥିବାର ସମସ୍ତେ ଲକ୍ଷ୍ୟ କରୁଥିବେ। ଏହା ସତ୍ୟ ଯେ, ସମୁଦ୍ର ତଟବର୍ତ୍ତୀ ଦୁଇଟି ପୋଲ ଉପରେ ରାସ୍ତା ନିକଟ ଅତୀତରେ ନିର୍ମାଣ କରାଯାଇଛି। ସେହି କାର୍ଯ୍ୟ ପାଇଁ ସବୁ ରାଜନୈତିକ ଦଳ ଏବଂ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ନାମ ନେବା ପାଇଁ ତତ୍ପରତା ଦେଖାଇ ଆସୁଛନ୍ତି। କିନ୍ତୁ ବର୍ଷାଋତୁ ଆରମ୍ଭ ହେବା ମାତ୍ରକେ ବମ୍ବେ ସହର ପ୍ରାୟତଃ ବୁଡ଼ିଯାଏ। ସେଠାରେ ଭୂତଳ ମେଟ୍ରୋ ରେଲ୍‌ ଆଜି ମଧ୍ୟ ପ୍ରାରମ୍ଭିକ ସ୍ତରରେ ଅଟକି ରହିଛି। ସବୁବେଳେ ରାସ୍ତାଘାଟ ଖୋଳାହୋଇ ପଡ଼ିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଏପରିକି ପାଦରେ ଚାଲିଯିବା ମଧ୍ୟ ଅନେକ ସ୍ଥାନରେ ଅସମ୍ଭବ ହୋଇପଡ଼ୁଛି। ଅନ୍ୟପଟେ ବମ୍ବେର ରିୟଲ ଇଷ୍ଟେଟ୍‌ ବା ଜମି ଓ ଆପାର୍ଟମେଣ୍ଟ ଦର ପୃଥିବୀର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଲାଣି। ସବୁ ବର୍ଷ ପୁରୁଣା କୋଠା ଧସି ସାଧାରଣ ଲୋକଙ୍କ ମୃତ୍ୟୁଖବର ପଢ଼ିବାକୁ ମିଳିଥାଏ। ଏପରିକି ବିଜ୍ଞାପନ ଉଦ୍ଦେଶ୍ୟରେ ନିର୍ମିତ ହୋର୍ଡିଂ ପଡ଼ିଯିବା ଫଳରେ ରାସ୍ତାକଡ଼ରେ ଚାଲୁଥିବା ଲୋକଙ୍କର ମୃତ୍ୟୁ ଘଟୁଛି। ମୋଟାମୋଟି କହିବାକୁ ଗଲେ, ବମ୍ବେ ସହରର ପରିସ୍ଥିତି ଭାରତୀୟ ମାନସିକତାର ଏବଂ ତାହାଠାରୁ ବେଶି ଏହି ଦେଶର ଏବଂ ମହାରାଷ୍ଟ୍ର ରାଜ୍ୟର ଶାସକମାନଙ୍କ ଆଭିମୁଖ୍ୟ ସମ୍ପର୍କରେ ଅନେକ କଥା କହୁଛି। ଭାରତୀୟମାନେ ଗୋଟିଏ ସବୁବେଳେ ଦ୍ୱନ୍ଦ୍ୱରେ ବୁଡ଼ି ରହିଥିବା ଜାତି ବୋଲି ବମ୍ବେ ସହର ପ୍ରମାଣ ଦେବାରେ ଯଥେଷ୍ଟ। ଏହି ଦେଶରେ ଗୋଟିଏ ପରେ ଗୋଟିଏ ପ୍ରଧାନମନ୍ତ୍ରୀ ଡାକରା ଦେଇ ଆସୁଛନ୍ତି ଯେ, ଗ୍ରାମାଞ୍ଚଳ ଛାଡ଼ି ସହରାଭିମୁଖୀ ହୁଅନ୍ତୁ ଭାରତର ନାଗରିକ। କିନ୍ତୁ ସବୁ ଛୋଟବଡ଼ ସହର ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଗୁଡ଼ିକ ସମାଧାନ କରିବା ପାଇଁ ସରକାରଙ୍କ ପାଖରେ ସମୟ କିମ୍ବା ଇଚ୍ଛାଶକ୍ତି ଥିବା ଭଳି ମନେହେଉନାହିଁ। ଅଧିକାଂଶ ସହରରେ ପ୍ରତ୍ୟେକ ବର୍ଷ ଘର ଟିକସ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଏ। ବମ୍ବେ ସହରୀତଳ ଅଞ୍ଚଳକୁ ସେବା ଯୋଗାଇ ଦେଉଥିବା ପଶ୍ଚିମ ଓ କେନ୍ଦ୍ର ରେଳବାଇକୁ ଦୋଷ ଦେବା ସହଜ। ଅନ୍ୟପଟେ ଜନସଂଖ୍ୟା ବୃଦ୍ଧି ଏବଂ ଆଧୁନିକୀକରଣର ଅଭାବ ସେହି ସେବାକୁ ଅନେକ ବର୍ଷ ଧରି ପଙ୍ଗୁ କରିଆସୁଛି। ଏହା ନିଶ୍ଚୟ ଦୁଃଖଦାୟକ ଯେ, ଜିଆର୍‌ପି ତଥ୍ୟ ଅନୁଯାୟୀ, ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଦୈନିକ ୭ ଜଣଙ୍କର ମୃତ୍ୟୁ ହେଉଛି। ୨୦୦୫ରୁ ୨୦୨୪ ପର୍ଯ୍ୟନ୍ତ ୨୦ ବର୍ଷ ମଧ୍ୟରେ ଦୁର୍ଘଟଣାରେ ୫୧,୮୦୨ ଜଣଙ୍କର ମୃତ୍ୟୁ ହେଲାଣି। ଏହି ତଥ୍ୟ ନିଶ୍ଚିତ ଭାବେ ଉଦ୍‌ବେଗଜନକ। କିନ୍ତୁ ଏହିସବୁ ମୃତ୍ୟୁ ପାଇଁ କିଏ ଦାୟୀ, ତାହା ଭାରତବର୍ଷରେ ପଚାରିବାକୁ ଲୋକ ନାହାନ୍ତି। ଜନସଂଖ୍ୟା ଯେତେ ବୃଦ୍ଧି ପାଉଛି ଭାରତରେ ସେତିକି ମଣିଷତ୍ୱ ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri