ବୈଷୟିକ ପ୍ରତିଷ୍ଠାନରେ ମାନବୀୟ ବିଦ୍ୟା

ଡ. ଚିତ୍ତରଂଜନ ମିଶ୍ର

ଦେଶର ୫ଟି ପ୍ରମୁଖ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଯଥା: ଆଇଆଇଟି- କାନପୁର, ଖଡ଼ଗପୁର, ମୁମ୍ବାଇ, ଚେନ୍ନାଇ ଓ ଦିଲ୍ଲୀରେ ପ୍ରାରମ୍ଭରୁ ପ୍ରଚଳନ ହୋଇଆସୁଥିବା ମାନବୀୟ ବିଦ୍ୟା ଓ ସାମାଜିକ ବିଜ୍ଞାନ ଶିକ୍ଷା ପାଠ୍ୟକ୍ରମ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନଗୁଡ଼ିକର ମାନ ସମ୍ମାନ ବୃଦ୍ଧିରେ ସହାୟକ ହୋଇପାରିଛି। ଯଦି ମାନବୀୟ ବିଦ୍ୟା ଓ ସାମାଜିକ ବିଜ୍ଞାନରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ସମ୍ପନ୍ନ ଫାକଲ୍‌ଟି ମେମ୍ବରମାନଙ୍କୁ ବୈଷୟିକ ପ୍ରତିଷ୍ଠାନରେ ଶିକ୍ଷାଦାନ ପାଇଁ ପ୍ରୋତ୍ସାହିତ କରାଯାଏ; ତେବେ ନିଃସନ୍ଦେହରେ ପରିସ୍ଥିତି ଆନନ୍ଦମୟ ହୋଇ ଉଠିବ। ସେମାନେ ସମଗ୍ର ବୈଷୟିକ ପ୍ରତିଷ୍ଠାନର ମୂଲ୍ୟବୃଦ୍ଧିରେ ସହାୟକ ହେବା ସହ ରାଷ୍ଟ୍ରକୁ ମଧ୍ୟ ଗୌରବାନ୍ବିତ କରିବେ। ମାନବୀୟ ବିଦ୍ୟା ଓ ସାମାଜିକ ବିଜ୍ଞାନର ଅଧ୍ୟୟନ କେବଳ ବୈଷୟିକ ପ୍ରତିଷ୍ଠାନକୁ ମୂଲ୍ୟଯୁକ୍ତ କରି ନ ଥାଏ ବରଂ ସମାଜର ଜଟିଳତାକୁ ସଠିକ୍‌ ହୃଦୟଙ୍ଗମ କରିବା ସହ ସାମାଜିକ ସଂସ୍କୃତିର ଅଭ୍ୟୁଦୟ ଓ ଐତିହାସିକ ପରିଦୃଶ୍ୟର ବିକାଶ କରିଥାଏ। ଏହା ଛାତ୍ରମାନଙ୍କୁ ଅଧିକ ସାମାଜିକ ସଚେତନତା ମନୋବୃତ୍ତି ପୋଷଣ କରିବାକୁ ପ୍ରେରିତ କରିଥାଏ ଏବଂ ଏହା ସେମାନଙ୍କ ବୈଷୟିକ ବୃତ୍ତିଗତ ଜୀବନର ଶେଷ ସୋପାନ ପର୍ଯ୍ୟନ୍ତ ମଧ୍ୟ ଉଜ୍ଜୀବିତ ରହିଥାଏ।
ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ପ୍ରଫେସର ଉଷା କୁମାରଙ୍କୁ ଆଇଆଇଟି, କାନପୁରରେ ଅକ୍ଟୋବର ୧୯୬୭ରେ ଏକ ପୂର୍ଣ୍ଣକାଳୀନ ଫାକଲ୍‌ଟି ମେମ୍ବର ଭାବେ ନିଯୁକ୍ତି ପ୍ରଦାନ ସହ ମାନବୀୟ ବିଦ୍ୟା ଅଧ୍ୟାପନା ପାଇଁ ପାଠ୍ୟ ନିର୍ଘଣ୍ଟ ପ୍ରଣୟନ କରିବା। ଛାତ୍ରୀଛାତ୍ର ଓ ଫାକଲ୍‌ଟିମାନଙ୍କୁ ଏହି ପାଠ୍ୟକ୍ରମ ନେବା ପାଇଁ ପ୍ରୋତ୍ସାହିତ କରାଯିବା ସହ ଉପଯୁକ୍ତ ବନ୍ଦୋବସ୍ତ କରାଗଲା। ବହୁ ଛାତ୍ରୀଛାତ୍ର ସେହି ପାଠ୍ୟକ୍ରମକୁ ଆନନ୍ଦର ସହ ଅଧ୍ୟୟନ କଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ବୃତ୍ତିଗତ ଜୀବନରେ ଏହା ଉପାଦେୟ ହୋଇଥିବା ହୃଦୟଙ୍ଗମ କଲେ। ଏଭଳି ସେମିଷ୍ଟର ପ୍ରୋଜେକ୍ଟ ଯୁବ ପିଢ଼ିଙ୍କ ମନ ମଧ୍ୟରେ ଏକ ଗଭୀର ରେଖାପାତ କଲା ଏବଂ ସେମାନଙ୍କ ଭବିଷ୍ୟତ ବୃତ୍ତିଗତ ଜୀବନ ଚୟନରେ ମଧ୍ୟ ତାହା ପଥ ପ୍ରଦର୍ଶକର ଭୂମିକା ସମ୍ପାଦନ କରିଥିଲା। ଏହି ସେମିଷ୍ଟର ପ୍ରୋଜେକ୍ଟକୁ ‘ଉଷା କୁମାର ମଡେଲ’ ବୋଲି ଅଭିହିତ କରାଯାଇଥାଏ। ଉକ୍ତ ମଡେଲକୁ ଦୃଷ୍ଟାନ୍ତ ଭାବେ ବିବେଚନା କରି ଆଇଆଇଟି, କାନପୁର ତା’ର କର୍ମଚାରୀଙ୍କ ଝିଅପୁଅମାନଙ୍କୁ ସହାୟତା କରିବା ପାଇଁ କ୍ୟାମ୍ପସ୍‌ରେ ଏକ ହାଇସ୍କୁଲ ଖୋଲିଥିଲା। ଏହି ହାଇସ୍କୁଲରେ କାନପୁର ସହରର ପିଲାମାନେ ମଧ୍ୟ ଅଧ୍ୟୟନ କରିବାର ସୁଯୋଗ ପାଇଲେ। ଏତଦ୍‌ବ୍ୟତୀତ ଆଇଆଇଟି, କାନପୁର ମଧ୍ୟ ସମ୍ପ୍ରତି କାନପୁର ସହରର ଗରିବ ଲୋକମାନଙ୍କୁ ରିଲିଫ୍‌ ସେବା ଯୋଗାଇଦେଇ ଏକ ଅତ୍ୟନ୍ତ ମହତ୍ତର ସାମାଜିକ କର୍ତ୍ତବ୍ୟ ନିର୍ବାହ କରୁଛି।
ଆଇଆଇଟି, ଦିଲ୍ଲୀର ପୂର୍ବତନ ଛାତ୍ର, ଏବେକାର ଫାକଲ୍‌ଟି ଏବଂ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଚକ୍ଷୁ ଚିକିତ୍ସାଳୟ ଓ ଚକ୍ଷୁ ବିଶେଷଜ୍ଞମାନଙ୍କ ସହ ଗଭୀର ସମନ୍ବୟତା ସ୍ଥାପନ କରି କାର୍ଯ୍ୟ କରିଥାଆନ୍ତି। ଆଇଆଇଟି, ଦିଲ୍ଲୀର ପୂର୍ବତନ ଛାତ୍ର ସଂଘର ଜଣେ ସଦସ୍ୟ ‘ପ୍ରୋଜେକ୍ଟ ପ୍ରକାଶ’ର ଶୁଭାରମ୍ଭ କରିଥିଲେ, ଯାହାକି ମାଗଣାରେ ଚକ୍ଷୁ ଯନତ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥାଏ। ‘ପ୍ରୋଜେକ୍ଟ ପ୍ରକାଶ’ ଏକ ଚଳନ୍ତି ପ୍ରକଳ୍ପ ଏବଂ ଆଇଆଇଟି, ଦିଲ୍ଲୀର ଏକାଧିକ ଛାତ୍ର ଏଥିରେ ଅଂଶଗ୍ରହଣ କରିଥା’ନ୍ତି। ପୁନଶ୍ଚ କୁହାଯାଇପାରେ ଯେ ଆଇଆଇଟି, ଦିଲ୍ଲୀର ପୂର୍ବତନ ଛାତ୍ର ସଂଘର ଅନ୍ୟ ଜଣେ ସଦସ୍ୟ ଏକ ପ୍ରୋଜେକ୍ଟ ‘ସ୍ପିକ୍‌ମ୍ୟାକେ’ର ଶୁଭାରମ୍ଭ କରିଥିଲେ, ଯାହାକି ଏବେ ସମଗ୍ର ଭାରତବର୍ଷକୁ ବ୍ୟାପିଯାଇଛି। ସେମାନେ ନିୟମିତ ସାରା ଦେଶରେ ବାର୍ଷିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥା’ନ୍ତି। ‘ସ୍ପିକ୍‌ମ୍ୟାକେ’ ଭାରତବର୍ଷର ସମଗ୍ର ଛାତ୍ରସମାଜ ଓ ଜନତାଙ୍କୁ ରାଷ୍ଟ୍ରର ସାଂସ୍କୃତିକ ଐତିହ୍ୟ, ଶାସ୍ତ୍ରୀୟ ସଙ୍ଗୀତ, କଳା ଓ ଦର୍ଶନର ଅନନ୍ୟ ବୈଭବ ସମ୍ବନ୍ଧରେ ସଚେତନ କରିଥାଏ।
ଠିକ୍‌ ସେହିଭଳି ଆଇଆଇଟି, ବମ୍ବେରେ ମାନବୀୟ ବିଦ୍ୟା (ବୈଦିକ ଅଙ୍କଶାସ୍ତ୍ର, ଭାଷା ବିଜ୍ଞାନ ଏବଂ ଅନ୍ୟାନ୍ୟ ଭିତ୍ତି ବିଷୟବସ୍ତୁ) କ୍ଷେତ୍ରରେ ପ୍ରଫେସରଙ୍କ ନିଯୁକ୍ତି ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଭାରତବର୍ଷକୁ ଆବିଷ୍କାର କରିବା ପାଇଁ ପ୍ରବଳ ଉତ୍କଣ୍ଠା ଓ ଉଦ୍ଦୀପନା ଜାଗ୍ରତ କରିଥିଲା। କେତେକ ଛାତ୍ର ସଂସ୍କୃତ ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଆଗଭର ହୋଇଥିଲେ। ସେମାନେ ଅନୁଭବ କଲେ ଯେ କାହିଁକି ସଂସ୍କୃତକୁ ସର୍ବକାଳୀନ ଭାଷା, ସମ୍ପୂର୍ଣ୍ଣ ଭାଷା, ସର୍ବୋତ୍ତମ ଭାଷା ଓ ଆଦର୍ଶ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ସଂସ୍କୃତକୁ ସବୁ ଆଧୁନିକ ଭାଷାର ଜନନୀ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ଆଉ କେତେକ ଛାତ୍ର ‘ଶାସ୍ତ୍ରଜ୍ଞ ପଣ୍ଡିତ’ମାନଙ୍କ ବିଷୟରେ ଚିନ୍ତା କରିଥିଲେ, ଯେଉଁମାନେ କି ଏକାଧିକ ଭାରତୀୟ ଭାଷାରେ ପାଞ୍ଜି ଓ କ୍ୟାଲେଣ୍ଡର ପ୍ରକାଶ କରିଥାନ୍ତି। ଆଇଆଇଟି, ବମ୍ବେର କେତେକ ଛାତ୍ର ‘ପଣ୍ଡିତ’ମାନଙ୍କ ଏହି ଗଣନାର ସଠିକତାର ନିର୍ଣ୍ଣୟ କରିବା ପାଇଁ ନିଜ ନିଜର ଲ୍ୟାପ୍‌ଟପ୍‌ କମ୍ପ୍ୟୁଟର୍ସ ଓ ଉପଯୁକ୍ତ ପ୍ରୋଗ୍ରାମିଂ ସଫ୍ଟୱେୟାରର ସାହାଯ୍ୟ ନେବାକୁ ଚିନ୍ତା କଲେ। ଛାତ୍ରମାନେ ଦେଖିଲେ ଯେ ତାଙ୍କର ଫଳାଫଳ ଓ ବର୍ଷବର୍ଷ ଧରି ‘ପଣ୍ଡିତ’ମାନେ କରି ଆସୁଥିବା ଗଣନାର ଫଳାଫଳ ସମ୍ପୂର୍ଣ୍ଣ ରୂପେ ମେଳ ଖାଇଯାଉଛିି! ଛାତ୍ର ଭାବେ ସେମାନେ ଲାଭ କରିଥିବା ମୂଲ୍ୟବୋଧକୁ ଆମେ ଧନ୍ୟବାଦ ଦେବା, କାରଣ ଏହି ମୂଲ୍ୟବୋଧ ଆଧାରରେ ଏକାଧିକ ଛାତ୍ର ନିଜର ଜୀବନ ଜୀବିକା ସୁଚାରୁରୂପେ ନିର୍ବାହ କରିବା ସହ ନିଜ ସ୍ବପ୍ନକୁ ମଧ୍ୟ ଚରିତାର୍ଥ କରିପାରିଲେ। ସେମାନେ ଆଗକୁ ବଢ଼ି ନିଜ ନିଜର ଲାଭଦାୟକ କମ୍ପାନୀମାନ ମଧ୍ୟ ଗଢ଼ିଲେ। ସେମାନେ ଅଶିକ୍ଷିତ ଓ ଗରିବ ଗ୍ରାହକମାନଙ୍କୁ ଆଦୌ ଅଣଦେଖା ନ କରି ସସମ୍ମାନେ ସେମାନଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ଲାଗିଲେ ଓ ସମସ୍ୟା ସମାଧାନର ପ୍ରକୃଷ୍ଟ ପଥ ମଧ୍ୟ ଉନ୍ମୋଚନ କଲେ।
ଠିକ୍‌ ସେହିପରି ଆଇଆଇଟି, ମାଡ୍ରାସର ପୂର୍ବତନ ଛାତ୍ରସଂଘର ଜଣେ ସଦସ୍ୟ ପୁଣେ ସହରର ନିକଟବର୍ତ୍ତୀ ଅଞ୍ଚଳରେ ନିଜର ଏକ ଜନସ୍ବାସ୍ଥ୍ୟ ଉଦ୍ୟମର ଶୁଭାରମ୍ଭ କରିବା ପାଇଁ ନିର୍ଣ୍ଣୟ ନେଲେ, ଯାହାକି ସ୍ଥାନୀୟ ଜନସାଧାରଣମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଆଇଆଇଟି, ମାଡ୍ରାସର ଫାକଲ୍‌ଟି ମେମ୍ବର ଓ ଛାତ୍ରୀଛାତ୍ରମାନେ ନିୟମିତ ଭାବେ ଏମ୍‌.ଏସ୍‌. ସ୍ବାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେଶନ ସହ ସମୁଦ୍ର ଜଳ ସଂକ୍ରାନ୍ତ ଷ୍ଟଡି ଓ ବନୀକରଣ ଉପରେ କାର୍ଯ୍ୟ କରୁଛନ୍ତି। ଏହାର ବାୟୋଲୋଜି ଗ୍ରୁପ ସ୍ଥାନୀୟ ମେଡିକାଲ ସେଣ୍ଟର ଓ ଡାକ୍ତରମାନଙ୍କ ସହ କଥାହେବା ସହ ପରସ୍ପର ମଧ୍ୟରେ ସୂଚନାର ଆଦାନପ୍ରଦାନ ମଧ୍ୟ କରୁଛନ୍ତି। ସେମାନେ କେ.ଆର.ଏମ୍‌. ବିଶ୍ୱବିଦ୍ୟାଳୟ ସହ ମଧ୍ୟ ମିଳିମିଶି କାମ କରୁଛନ୍ତି ଏବଂ ନିକଟରେ ଥିବା କେ.ଆର.ଏମ୍‌. ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ସେଣ୍ଟର ଓ କ୍ୟାନ୍‌ସର ବିଶେଷଜ୍ଞଙ୍କ ସହ ମଧ୍ୟ ସମ୍ପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି।
୧୯୫୧ରେ ଖଡ଼ଗପୁରରେ ପ୍ରତିଷ୍ଠିତ ଆଇଆଇଟି ତା’ର ଅୟମାରମ୍ଭ କାଳରୁ ସ୍ଥାନୀୟ ଚିକିତ୍ସାକର୍ମୀ ଓ ଡାକ୍ତରମାନଙ୍କୁ ନିଜର ବୈଷୟିକ ଜ୍ଞାନକୌଶଳ ବା ଟେକ୍ନୋଲୋଜି ପ୍ରଦାନ କରିଆସୁଅଛି। ନିକଟ ଅତୀତରେ ଆଇଆଇଟି, ଖଡ଼ଗପୁର ଟେକ୍ନୋଲୋଜିକାଲ୍‌ ଡିଭାଇସେସ୍‌ ଓ ପ୍ରଡକ୍ଟସ୍‌କୁ ମଧ୍ୟ ଲୋକମାନଙ୍କ ସେବା ପାଇଁ ଉତ୍ସର୍ଗ କରିଛି। ଆଇଆଇଟି, ହାଇଦ୍ରାବାଦ ସହ ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠା ଯୋଗୁ ଚକ୍ଷୁର ‘କର୍ନିଆଲ୍‌ ଟିସୁ’ର ଉପତ୍ାଦନ ସହ ଏକ ‘ହାଇଡ୍ରୋଜେଲ୍‌’ ମଧ୍ୟ ପ୍ରସ୍ତୁତ ହୋଇପାରିଲା, ଯାହାର ସାହଚର୍ଯ୍ୟରେ ‘ହ୍ୟୁମାନ କର୍ନିଆଲ୍‌ ଟିସୁ’ର ପ୍ରତିସ୍ଥାପନ ସମ୍ଭବପର ହେଲା। ଏହା ବର୍ତ୍ତମାନ ବାଙ୍ଗାଲୋରର ଏକ କମ୍ପାନୀକୁ ବିପଣନ କରାଯାଉଛି। ଖୁବ୍‌ ନିକଟରେ ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଏକ ‘ଓରାଲ୍‌ ଲିକ୍ୟୁଇଡ ସଲ୍ୟୁସନ’ ବା ପାଟିରେ ଖାଇବା ପାଇଁ ଏକ ତରଳ ଦ୍ରବଣ ପ୍ରସ୍ତୁତ କରିଛନ୍ତି, ଯାହାକି ବ୍ଲାକ ଫଙ୍ଗସ୍‌ ଦ୍ୱାରା ପ୍ରପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଯୋଗାଇ ଦିଆଯାଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ସମୟରେ ବହୁ ଲୋକ କରୋନା ସହ ଏହି ବ୍ଲାକ ଫଙ୍ଗସ୍‌ରେ ମଧ୍ୟ ପଡ଼ିଥିଲେ। ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ବୈଜ୍ଞାନିକମାନେ ବ୍ଲାକ ଫଙ୍ଗସ୍‌ର ସଫଳ ଚିକିତ୍ସା ପାଇଁ ସେମାନେ ବିକାଶ କରିଥିବା ‘ଓରାଲ ଲିକୁଇଡ୍‌ ସଲ୍ୟୁସନ୍‌ ପ୍ରଯୁକ୍ତିବିଦ୍ୟା’କୁ ଏକ ଉପଯୁକ୍ତ ଫାର୍ମା କମ୍ପାନୀକୁ ହସ୍ତାନ୍ତର କରି ବହୁଳ ମାତ୍ରାରେ ଏହାର ବାଣିଜି୍ୟକ ଉପତ୍ାଦନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ପୁନଶ୍ଚ ଆଇଆଇଟି, ହାଇଦ୍ରାବାଦରେ ଏକ ‘ଡିଜାଇନ ସେଣ୍ଟର’ର ପ୍ରତିଷ୍ଠା ଦ୍ୱାରା ପରଫର୍ମିଙ୍ଗ ଆର୍ଟିଷ୍ଟ ବା ପ୍ରଦର୍ଶନକାରୀ କଳାକାର ଓ ଡିଜାଇନର୍ସମାନଙ୍କଠାରୁ ଅସାଧାରଣ ଫଳାଫଳ ମିଳିପାରିଛି। ଏହି ସେଣ୍ଟରରେ ଛାତ୍ରୀଛାତ୍ରମାନେ ସଙ୍ଗୀତ ଶୁଣିବା, ଶିଖିବା, ଅଭ୍ୟାସ କରିବା ଓ ପ୍ରଦର୍ଶନ କରିବା ପାଇଁ ଅତିଶୟ ଆନନ୍ଦିତ ହୋଇଥାଆନ୍ତି।
ଆଗାମୀ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶରେ ଆଉ ଡଜନରୁ ଊର୍ଦ୍ଧ୍ୱ ଆଇଆଇଟି ଖୋଲିବାକୁ ଯାଉଛନ୍ତ। ଏ ସମସ୍ତ ଆଇଆଇଟିରେ ମାନବୀୟ ବିଦ୍ୟା ଓ ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ମଧ୍ୟ ଖୋଲାଯିବାର ଆବଶ୍ୟକତା ରହିଛି।
ମୋ: ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri