ବିସ୍ଫୋରଣସ୍ଥଳରୁ ମିଳିଲା ମଣିଷ କଙ୍କାଳ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣର ତୃତୀୟ ଦିନରେ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ (ପେସୋ) ଅଧିକାରୀଙ୍କ ସମେତ ରାଜ୍ୟ ଫରେନ୍‌ସିକର ୫ଜଣିଆ ଟିମ୍‌ ଏଥିରେ ସାମିଲ୍‌ ଅଛନ୍ତି। ଅନ୍ୟପକ୍ଷରେ ବିସ୍ଫୋରଣଠାରୁ ନିଖୋଜ ଥିବା ସାଇଟ୍‌ ଇଞ୍ଜିନିୟର ଗଞ୍ଜାମର ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି। ଏପରିସ୍ଥିତିରେ ବିସ୍ଫୋରଣସ୍ଥଳକୁ ଖୋଳିବାବେଳେ ଶୁକ୍ରବାର ସେଠାରେ ଏକ ମଣିଷ କଙ୍କାଳ ମିଳିଛି। ଉକ୍ତ କଙ୍କାଳକୁ କ୍ୟାପିଟାଲ ଥାନା ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ୍‌ର ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଆସିବା ପରେ କଙ୍କାଳଟି ନିଖୋଜ ସୀମାଞ୍ଚଳଙ୍କର କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।
ଏପଟେ ସାଇଣ୍ଟିଫିକ ଟିମ ସିସିଟିଭି ଫୁଟେଜଠାରୁ ଆରମ୍ଭ କରି ବିସ୍ଫୋରଣସ୍ଥଳରେ ଟିକିନିଖି ଯାଞ୍ଚ ଚଳାଇଛନ୍ତି। ଦିନକୁ ଦିନ ନୂଆ ତଥ୍ୟ ମିଳୁଛି। ଘଟଣା ଦିନ ଉକ୍ତ ପେଟ୍ରୋଲ ପମ୍ପ୍‌ର ସିଏନ୍‌ଜି ୟୁନିଟ୍‌ର ଅଣ୍ଡରଗ୍ରାଉଣ୍ଡ୍‌ ଚାମ୍ବର ଯାଞ୍ଚ ସହ ଏଲ୍‌ପିଜି ରିଫିଲିଂ ସମୟରେ ତାହା ବିସ୍ଫୋରିତ ହୋଇଥିଲା। ଟାଙ୍କିକୁ ସଂଯୋଗ କରୁଥିବା ଭାଲ୍‌ଭ ଖୋଲିବା ସମୟରେ ଅସାବଧାନତା କାରଣରୁ ତାହା ନାଇଟ୍ରୋଜେନ ସଂସ୍ପର୍ଶରେ ଆସିବାରୁ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା ବୋଲି ଫରେନସିକ ଟିମ୍‌ର ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ସବୁଠାରୁ ବଡ କଥା ହେଉଛି ଘଟଣାସ୍ଥଳରେ ଗ୍ୟାସ ଭର୍ତ୍ତି ସମୟରେ ଅଭିଜ୍ଞ ଲୋକଙ୍କ ଉପସ୍ଥିତି ଜରୁରୀ ହୋଇଥାଏ। ମାତ୍ର ଉକ୍ତ କାର୍ଯ୍ୟରେ ଭୁବନେଶ୍ୱରର ଏକ ମୋଟର ଗ୍ୟାରେଜ ମିସ୍ତ୍ରି ତଥା ଡ୍ରାଇଭର ଗ୍ୟାସ ଟାଙ୍କି ଓ ପାଇପ୍‌ରେ ନଟ୍‌ବୋଲ୍ଟ ଟାଇଟ୍‌ କରିବାରେ ସହଯୋଗ କରିବା ପରେ ନିକଟରେ ଠିଆ ହୋଇ ଦେଖୁଥିଲେ। ବିସ୍ଫୋରଣରେ ସେ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟ ଯାଞ୍ଚ କରୁଥିବା କୋଲକାତା ସଂସ୍ଥାର ଏପରି ଖାମଖିଆଲି ପାଇଁ ବିସ୍ଫୋରଣ ଘଟିଥିବା ମଧ୍ୟ କୁହାଯାଉଛି। ଅନ୍ୟପଟେ ବିସ୍ଫୋରଣ ସ୍ଥଳରେ ଉପସ୍ଥିତ ଥିବା ୪ଜଣଙ୍କ ପରିଚୟ ମିଳିପାରିଛି। ସୂର୍ଯ୍ୟ ଶକ୍ତି ଭେସେଲ ପ୍ରାଇଭେଟ ଲିମିଟେଡର ଇଞ୍ଜିନିୟର ହର୍ଷବର୍ଦ୍ଧନ ଶ୍ରୀବାସ୍ତବ, ଇଂ. ସୀମାଞ୍ଚଳ ପରିଡା, ସତ୍ୟ ନାୟକ ଓ ଗ୍ୟାରେଜ ମିସ୍ତ୍ରି ଅଲେଖ ମଲ୍ଲିକ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ଇଞ୍ଜିନିୟର ହର୍ଷବର୍ଦ୍ଧନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେହିଭଳି ଗୁରୁତର ଆହତ ଗ୍ୟାରେଜ ମିସ୍ତ୍ରି ଅଲେଖ ମଧ୍ୟ ସୁସ୍ଥ ହେଉଛନ୍ତି। ତେବେ ନିଖୋଜ ଥିବା ଇଂ. ସୀମାଞ୍ଚଳଙ୍କୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳ ଓ ଆଖପାଖରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଥିବା ମାଂସ ଓ ଶରୀରର ବିଭିନ୍ନ ଅଙ୍ଗ ମିଳିଥିବାବେଳେ ଶୁକ୍ରବାର ମାଟିତଳୁ ମଣିଷ କଙ୍କାଳ ମିଳିବା ପରେ ନିଖୋଜ ସୀମାଞ୍ଚଳଙ୍କୁ ନେଇ ନାନା ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri