ଆର୍‌ଆର୍‌ର ବିଶାଳ ସ୍କୋର୍‌, ଏସଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୨୧୧ …

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ସମ୍ମୁଖରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ୨୧୧ରନ୍‌ର ବିଶାଳ ସ୍କୋର୍‌ର ବିଜୟ ଲକ୍ଷ୍ୟ ରଖିଛି। ଆର୍‌ଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି।

ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆର୍‌ଆର୍‌ ଯୁବ ଅଧିନାୟକ ସଞ୍ଜୁ ସାମସନ ୨୭ ବଲ୍‌ରେ ୫୫ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ଦେବଦୂତ ପାଡ଼ିକଲ ୨୯ ବଲ୍‌ରେ ୪୧ରନ୍‌ କରିଛନ୍ତି। ଜୋଶ୍‌ ବଟଲର ୨୮ ବଲ୍‌ରେ ୩୫ ରନ୍‌, ସିମରୋନ୍‌ ହେଟମେୟର ୧୩ ବଲ୍‌ରେ ୩୨ ରନ୍‌ ଏବଂ ଓ୍ବାଶଭି ଜୟଶ୍ୱାଲ ୧୬ ବଲ୍‌ରେ ୨୦ ରନ୍‌ ସଂଗ୍ରହ କରିଛନ୍ତି।

Share