Posted inଫୁରସତ

ସମୁଦ୍ର ଭିତରେ ବିଶାଳ ନଦୀ

ଧରାବକ୍ଷରେ ପ୍ରବହମାନ ଜଳସ୍ରୋତକୁ ନଦୀ ବା ଝରଣା କୁହାଯାଏ। କେବଳ ପୃଥିବୀ ପୃଷ୍ଠରେ ଏଭଳି ଧାରା ପ୍ରବାହିତ ବୋଲି ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ମହାସାଗରର ଅତଳ ଗର୍ଭରେ ମଧ୍ୟ ବିଶାଳକାୟ ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହାକୁ ମନଗଢ଼ା କାହାଣୀ ବୋଲି ବିଚାର କରାଯାଉଥିଲା। ହେଲେ ପ୍ରକୃତିର ରହସ୍ୟ ମଧ୍ୟରୁ ଏହା ଗୋଟିଏ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

ପୃଥିବୀ ପୃଷ୍ଠ ଭଳି ସମୁଦ୍ର ଅଭ୍ୟନ୍ତରରେ ମଧ୍ୟ ନଦୀ ପ୍ରବାହିତ। ହେଲେ ପ୍ରକୃତିର ଏହି ରହସ୍ୟ ଉପରୁ ପରଦା ହଟି ନ ଥିଲା। ତେବେ ସମୁଦ୍ରବିଜ୍ଞାନୀମାନେ ସମୁଦ୍ର ଅଭ୍ୟନ୍ତରରେ ପ୍ରବାହିତ ଏଭଳି ଅନେକ ନଦୀ ଖୋଜିବାରେ ସଫଳ ହୋଇଛନ୍ତି। ଅତି ବିଶାଳକାୟ ଏହି ନଦୀଗୁଡ଼ିକ ସାମୟିକ ଭାବେ ନିଜର ସ୍ରୋତ ଏବଂ ଦିଗ ପରିବର୍ତ୍ତନ କରିଥାନ୍ତି ବୋଲି ସେମାନେ କହିଛନ୍ତି।
ସର୍ବପ୍ରଥମେ ମେକ୍ସିକୋର ସମୁଦ୍ର ତଳେ ଏପରି ଏକ ନଦୀକୁ ଠାବ କରାଯାଇଥିଲା। ଏହାର ନାମ ରଖାଯାଇଥିଲା ‘ସିନୋତେ ଏଞ୍ଜୋଲିନା’। ଏହା ସମୁଦ୍ରର ହାରାହାରି ୧୧୫ ଫୁଟ ତଳେ ପ୍ରବାହିତ। ଏହାର ପାଣି ସ୍ବଚ୍ଛ। ସମୁଦ୍ର ପାଣି ସହିତ ମିଶି ରହିଥିବାରୁ ଏହାର ପାଣି ଲବଣାକ୍ତ। ସେହିପରି କୃଷ୍ଣ ସାଗରରେ ଖୋଜାଯାଇଥିବା ନଦୀ ପୃଥିବୀର ଷଷ୍ଠ ବଡ଼ ନଦୀ। ଏହା ସମୁଦ୍ର ଆଭ୍ୟନ୍ତରରେ ୧୦୦ ଫୁଟ ତଳେ ପ୍ରବାହିତ। ଏହାର ବେଗ ଘଣ୍ଟାପ୍ରତି ୪ ମାଇଲ୍‌। ଥରକରେ ଏହା ୨୨୦୦୦ କ୍ୟୁବିକ୍‌ ମିଟର ସ୍ରୋତ ନେଇ ଆଗକୁ ମାଡୁଛି। କେତେକ ସ୍ଥାନରେ ଏହାର ଚଉଡ଼ା ୦.୬ ମାଇଲ୍‌ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ସମୁଦ୍ର ଆଭ୍ୟନ୍ତରରେ ହ୍ରଦ ଏବଂ ପ୍ରପାତ ମଧ୍ୟ ରହିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।
ତେବେ ସମୁଦ୍ରରେ ନଦୀର ଉତ୍ପତ୍ତି, ସ୍ରୋତ ପୃଥକ୍‌ ରହିବା ଏବଂ ଧାରା କିପରି ଜଣାପଡ଼େ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର ପ୍ରମୁଖ କାରଣ ସମୁଦ୍ର ପାଣିର ଘନତ୍ୱ, ଯାହା ପୃଥକ୍‌ ସ୍ଥାନରେ ଭିନ୍ନ। ଲବଣାଂଶ ମାତ୍ରା ମଧ୍ୟ ଅନୁରୂପ। ଯେତେବେଳେ ସମାନ ଘନତ୍ୱ ଯୁକ୍ତ ଜଳସ୍ରୋତ ପରସ୍ପର ମଧ୍ୟରେ ମିଶିଯାଆନ୍ତି ସେତେବେଳେ ସମୁଦ୍ର ଭିତରେ ନୂଆ ଧାରା ସୃଷ୍ଟି ହୋଇଥାଏ। ଏହି ଛୋଟ ଛୋଟ ଧାରା ମିଶି ବଡ଼ ସ୍ରୋତରେ ରୂପାନ୍ତରିତ ହୋଇଥାନ୍ତି। ସମୁଦ୍ର ସହିତ ମିଶି ରହିଥିଲେ ମଧ୍ୟ ଏହା ସହଜରେ ଜଣାପଡ଼ିଥାଏ। ଏହାର କମ୍ପନ ମଧ୍ୟ ଅନୁଭବ କରିହୁଏ। ଦ୍ୱିତୀୟତଃ ସମୁଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ମଧ୍ୟ ସମାନ ଭାବେ ପଡ଼ି ନ ଥାଏ। ତେଣୁ କେଉଁଠାରେ ପାଣି ଅଧିକ ଗରମ ତ ଆଉ କେଉଁଠି ଥଣ୍ଡା ହୋଇଥାଏ। ଥଣ୍ଡା ଏବଂ ଗରମ ମଧ୍ୟରେ ତାରତମ୍ୟ ବଢ଼ିଲେ ସମୁଦ୍ରରେ ଚାପ ସୃଷ୍ଟି ହୋଇ ଧାରାରେ ରୂପାନ୍ତରିତ ହୋଇଥାଏ। ସମୁଦ୍ର ପୃଷ୍ଠରେ ପ୍ରବାହିତ ପବନ ସ୍ରୋତକୁ ପ୍ରଭାବିତ କରେ। ତୃତୀୟତଃ ପୃଥିବୀ ନିଜ କକ୍ଷ ଚାରିପଟେ ଘୂରିବା ଦ୍ୱାରା ମଧ୍ୟ ସମୁଦ୍ରରେ ନଦୀ ସ୍ରୋତ ସୃଷ୍ଟି ହୋଇଥାଏ। ସାଧାରଣତଃ ଉତ୍ତର ଗୋଲାର୍ଦ୍ଧରେ ସାମୁଦ୍ରିକ ଧାରା ଘଣ୍ଟାର ଅନୁକୂଳ ଦିଗରେ (କ୍ଲକ୍‌ ଓ୍ବାଇଜ୍‌) ଏବଂ ଦକ୍ଷିଣ ଦିଗରେ ଘଣ୍ଟାର ପ୍ରତିକୂଳ ଦିଗରେ (ଆଣ୍ଟି କ୍ଲକ୍‌ ଓ୍ବାଇଜ) ସୃଷ୍ଟି ହୋଇଥାଏ।
ଗଲ୍ଫ ସ୍ରୋତକୁ ସମୁଦ୍ର ଆଭ୍ୟନ୍ତରରେ ପ୍ରବାହିତ ସବୁଠାରୁ ବଡ଼ ନଦୀର ମାନ୍ୟତା ମିଳିଛି। ପୃଥିବୀର ସମସ୍ତ ନଦୀର ଧାରା ମିଶିଲେ ମଧ୍ୟ ଏହା ତୁଳନାରେ ଛୋଟ ହେବ। ଏହି ସ୍ରୋତର ରଙ୍ଗ ନୀଳ। ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡୁଛି। ଏହି ନଦୀ ପୂର୍ବ ଆମେରିକା ତଟବର୍ତ୍ତୀ ଅଞ୍ଚଳରୁ ସୃଷ୍ଟି ହୋଇ ୟୁରୋପର ଉତ୍ତର ଦିଗ ଆଡ଼କୁ ଗତି କରିଛି। ଏହାର ପାଣି ଅପେକ୍ଷାକୃତ ଉଷ୍ମ। ଏହି ନଦୀର ସ୍ରୋତ ପାଇଁ ନରଓ୍ବେ ନିକଟବର୍ତ୍ତୀ ବନ୍ଦରଗୁଡ଼ିକରେ ବରଫ ଜମି ନ ଥାଏ। ବ୍ରାଜିଲ, ଜାପାନ, ଉତ୍ତର ଭୂମଧ୍ୟସାଗର, ଉତ୍ତର ପ୍ରଶାନ୍ତ ମହାସାଗରରେ ମଧ୍ୟ ସାମୁଦ୍ରିକ ନଦୀ ପ୍ରବାହିତ। ଏହି ନଦୀ ସାମୁଦ୍ରିକ ଜୀବଙ୍କ ଖାଦ୍ୟ ଭଣ୍ଡାର। ଏହାର ସ୍ରୋତରେ ବହିଆସୁଥିବା ପୋଷକ ତତ୍ତ୍ୱ ସାମୁଦ୍ରିକ ଜୀବଙ୍କୁ ଆହାର ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୦।୯: ପ୍ରଜ୍ଞା (PRAGYA)ର କାର୍ଯ୍ୟ ଏବେ ବିଦ୍ୟୁତ ଉତ୍ପାଦନ କରିବା ନୁହେଁ। ଏହା ଏକ ପ୍ରକାରର ପରୀକ୍ଷଣ ଯନ୍ତ୍ର (ଟେଷ୍ଟ ମେସିନ), ଯାହା ଉପରେ କମ୍ପାନୀ କ୍ରମାଗତ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri