Posted inଫୁରସତ

ସମୁଦ୍ର ଭିତରେ ବିଶାଳ ନଦୀ

ଧରାବକ୍ଷରେ ପ୍ରବହମାନ ଜଳସ୍ରୋତକୁ ନଦୀ ବା ଝରଣା କୁହାଯାଏ। କେବଳ ପୃଥିବୀ ପୃଷ୍ଠରେ ଏଭଳି ଧାରା ପ୍ରବାହିତ ବୋଲି ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ମହାସାଗରର ଅତଳ ଗର୍ଭରେ ମଧ୍ୟ ବିଶାଳକାୟ ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହାକୁ ମନଗଢ଼ା କାହାଣୀ ବୋଲି ବିଚାର କରାଯାଉଥିଲା। ହେଲେ ପ୍ରକୃତିର ରହସ୍ୟ ମଧ୍ୟରୁ ଏହା ଗୋଟିଏ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

ପୃଥିବୀ ପୃଷ୍ଠ ଭଳି ସମୁଦ୍ର ଅଭ୍ୟନ୍ତରରେ ମଧ୍ୟ ନଦୀ ପ୍ରବାହିତ। ହେଲେ ପ୍ରକୃତିର ଏହି ରହସ୍ୟ ଉପରୁ ପରଦା ହଟି ନ ଥିଲା। ତେବେ ସମୁଦ୍ରବିଜ୍ଞାନୀମାନେ ସମୁଦ୍ର ଅଭ୍ୟନ୍ତରରେ ପ୍ରବାହିତ ଏଭଳି ଅନେକ ନଦୀ ଖୋଜିବାରେ ସଫଳ ହୋଇଛନ୍ତି। ଅତି ବିଶାଳକାୟ ଏହି ନଦୀଗୁଡ଼ିକ ସାମୟିକ ଭାବେ ନିଜର ସ୍ରୋତ ଏବଂ ଦିଗ ପରିବର୍ତ୍ତନ କରିଥାନ୍ତି ବୋଲି ସେମାନେ କହିଛନ୍ତି।
ସର୍ବପ୍ରଥମେ ମେକ୍ସିକୋର ସମୁଦ୍ର ତଳେ ଏପରି ଏକ ନଦୀକୁ ଠାବ କରାଯାଇଥିଲା। ଏହାର ନାମ ରଖାଯାଇଥିଲା ‘ସିନୋତେ ଏଞ୍ଜୋଲିନା’। ଏହା ସମୁଦ୍ରର ହାରାହାରି ୧୧୫ ଫୁଟ ତଳେ ପ୍ରବାହିତ। ଏହାର ପାଣି ସ୍ବଚ୍ଛ। ସମୁଦ୍ର ପାଣି ସହିତ ମିଶି ରହିଥିବାରୁ ଏହାର ପାଣି ଲବଣାକ୍ତ। ସେହିପରି କୃଷ୍ଣ ସାଗରରେ ଖୋଜାଯାଇଥିବା ନଦୀ ପୃଥିବୀର ଷଷ୍ଠ ବଡ଼ ନଦୀ। ଏହା ସମୁଦ୍ର ଆଭ୍ୟନ୍ତରରେ ୧୦୦ ଫୁଟ ତଳେ ପ୍ରବାହିତ। ଏହାର ବେଗ ଘଣ୍ଟାପ୍ରତି ୪ ମାଇଲ୍‌। ଥରକରେ ଏହା ୨୨୦୦୦ କ୍ୟୁବିକ୍‌ ମିଟର ସ୍ରୋତ ନେଇ ଆଗକୁ ମାଡୁଛି। କେତେକ ସ୍ଥାନରେ ଏହାର ଚଉଡ଼ା ୦.୬ ମାଇଲ୍‌ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ସମୁଦ୍ର ଆଭ୍ୟନ୍ତରରେ ହ୍ରଦ ଏବଂ ପ୍ରପାତ ମଧ୍ୟ ରହିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।
ତେବେ ସମୁଦ୍ରରେ ନଦୀର ଉତ୍ପତ୍ତି, ସ୍ରୋତ ପୃଥକ୍‌ ରହିବା ଏବଂ ଧାରା କିପରି ଜଣାପଡ଼େ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର ପ୍ରମୁଖ କାରଣ ସମୁଦ୍ର ପାଣିର ଘନତ୍ୱ, ଯାହା ପୃଥକ୍‌ ସ୍ଥାନରେ ଭିନ୍ନ। ଲବଣାଂଶ ମାତ୍ରା ମଧ୍ୟ ଅନୁରୂପ। ଯେତେବେଳେ ସମାନ ଘନତ୍ୱ ଯୁକ୍ତ ଜଳସ୍ରୋତ ପରସ୍ପର ମଧ୍ୟରେ ମିଶିଯାଆନ୍ତି ସେତେବେଳେ ସମୁଦ୍ର ଭିତରେ ନୂଆ ଧାରା ସୃଷ୍ଟି ହୋଇଥାଏ। ଏହି ଛୋଟ ଛୋଟ ଧାରା ମିଶି ବଡ଼ ସ୍ରୋତରେ ରୂପାନ୍ତରିତ ହୋଇଥାନ୍ତି। ସମୁଦ୍ର ସହିତ ମିଶି ରହିଥିଲେ ମଧ୍ୟ ଏହା ସହଜରେ ଜଣାପଡ଼ିଥାଏ। ଏହାର କମ୍ପନ ମଧ୍ୟ ଅନୁଭବ କରିହୁଏ। ଦ୍ୱିତୀୟତଃ ସମୁଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ମଧ୍ୟ ସମାନ ଭାବେ ପଡ଼ି ନ ଥାଏ। ତେଣୁ କେଉଁଠାରେ ପାଣି ଅଧିକ ଗରମ ତ ଆଉ କେଉଁଠି ଥଣ୍ଡା ହୋଇଥାଏ। ଥଣ୍ଡା ଏବଂ ଗରମ ମଧ୍ୟରେ ତାରତମ୍ୟ ବଢ଼ିଲେ ସମୁଦ୍ରରେ ଚାପ ସୃଷ୍ଟି ହୋଇ ଧାରାରେ ରୂପାନ୍ତରିତ ହୋଇଥାଏ। ସମୁଦ୍ର ପୃଷ୍ଠରେ ପ୍ରବାହିତ ପବନ ସ୍ରୋତକୁ ପ୍ରଭାବିତ କରେ। ତୃତୀୟତଃ ପୃଥିବୀ ନିଜ କକ୍ଷ ଚାରିପଟେ ଘୂରିବା ଦ୍ୱାରା ମଧ୍ୟ ସମୁଦ୍ରରେ ନଦୀ ସ୍ରୋତ ସୃଷ୍ଟି ହୋଇଥାଏ। ସାଧାରଣତଃ ଉତ୍ତର ଗୋଲାର୍ଦ୍ଧରେ ସାମୁଦ୍ରିକ ଧାରା ଘଣ୍ଟାର ଅନୁକୂଳ ଦିଗରେ (କ୍ଲକ୍‌ ଓ୍ବାଇଜ୍‌) ଏବଂ ଦକ୍ଷିଣ ଦିଗରେ ଘଣ୍ଟାର ପ୍ରତିକୂଳ ଦିଗରେ (ଆଣ୍ଟି କ୍ଲକ୍‌ ଓ୍ବାଇଜ) ସୃଷ୍ଟି ହୋଇଥାଏ।
ଗଲ୍ଫ ସ୍ରୋତକୁ ସମୁଦ୍ର ଆଭ୍ୟନ୍ତରରେ ପ୍ରବାହିତ ସବୁଠାରୁ ବଡ଼ ନଦୀର ମାନ୍ୟତା ମିଳିଛି। ପୃଥିବୀର ସମସ୍ତ ନଦୀର ଧାରା ମିଶିଲେ ମଧ୍ୟ ଏହା ତୁଳନାରେ ଛୋଟ ହେବ। ଏହି ସ୍ରୋତର ରଙ୍ଗ ନୀଳ। ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡୁଛି। ଏହି ନଦୀ ପୂର୍ବ ଆମେରିକା ତଟବର୍ତ୍ତୀ ଅଞ୍ଚଳରୁ ସୃଷ୍ଟି ହୋଇ ୟୁରୋପର ଉତ୍ତର ଦିଗ ଆଡ଼କୁ ଗତି କରିଛି। ଏହାର ପାଣି ଅପେକ୍ଷାକୃତ ଉଷ୍ମ। ଏହି ନଦୀର ସ୍ରୋତ ପାଇଁ ନରଓ୍ବେ ନିକଟବର୍ତ୍ତୀ ବନ୍ଦରଗୁଡ଼ିକରେ ବରଫ ଜମି ନ ଥାଏ। ବ୍ରାଜିଲ, ଜାପାନ, ଉତ୍ତର ଭୂମଧ୍ୟସାଗର, ଉତ୍ତର ପ୍ରଶାନ୍ତ ମହାସାଗରରେ ମଧ୍ୟ ସାମୁଦ୍ରିକ ନଦୀ ପ୍ରବାହିତ। ଏହି ନଦୀ ସାମୁଦ୍ରିକ ଜୀବଙ୍କ ଖାଦ୍ୟ ଭଣ୍ଡାର। ଏହାର ସ୍ରୋତରେ ବହିଆସୁଥିବା ପୋଷକ ତତ୍ତ୍ୱ ସାମୁଦ୍ରିକ ଜୀବଙ୍କୁ ଆହାର ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri