ଗୁଣପୁରରେ ବୃହତ୍ ହିନ୍ଦୁ ସମ୍ମିଳନୀ, ହିନ୍ଦୁ ସମାଜକୁ ଏକତ୍ରିତ ଓ ସଚେତନ କରିବା ପାଇଁ ଆହ୍ୱାନ

ଗୁଣପୁର, ୨୫ା୧ (ସଂକେତ ପାତ୍ର ) : ଗୁଣପୁରରେ ଆୟୋଜିତ “ହିନ୍ଦୁ ସମ୍ମିଳନୀ” ବୃହତ୍ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ପ୍ରାୟ ୫ ହଜାରରୁ ଅଧିକ ଭକ୍ତ ଓ ସାଧାରଣ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହିନ୍ଦୁ ସମାଜର ଏକତା, ସଂସ୍କୃତିକ ସୁରକ୍ଷା, ପରମ୍ପରାର ମୂଲ୍ୟ ବୁଝିବା ଓ ଯୁବପିଢ଼ୀଙ୍କୁ ସଠିକ୍ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ, ରାଷ୍ଟ୍ରୀୟ ସନ୍ଥ ଶ୍ରୀ ସଚ୍ଚିଦାନନ୍ଦ ସରସ୍ବତୀ ଜୀ ମହାରାଜ ଉପସ୍ଥିତ ଥିଲେ। ସେ ହିନ୍ଦୁ ସମାଜକୁ ସଂଗଠିତ ଓ ସଚେତନ ରହିବା, ଧର୍ମ ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଶକ୍ତିଶାଳୀ ଆହ୍ୱାନ କରିଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଇଛନ୍ତି କିପରି ସମୟ ସହ ହିନ୍ଦୁ ଧର୍ମ, ଜୀବନ ମୂଲ୍ୟ, ପରିବାରିକ ସଂସ୍କାର ଓ ସାମାଜିକ ଦାୟିତ୍ୱକୁ ଗଭୀର ଭାବେ ଅନୁଷ୍ଠାନ କରାଯିବ ।

୨୫ତାରିଖ ସକାଳ ୮ ଘଣ୍ଟିକାରେ ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାର୍ଥନା, ଧାର୍ମିକ ଆଲୋଚନା, ଯୁବଜାଗରଣ ବକ୍ତବ୍ୟ, ସାଂସ୍କୃତିକ ନୃତ୍ୟ ଓ ଦେଶଭକ୍ତିମୂଳକ ପ୍ରଦର୍ଶନୀ ହୋଇଥିଲା, ଯାହା ଉପସ୍ଥିତ ଲୋକଙ୍କ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ମଧ୍ୟାହ୍ନ ୧ ଘଣ୍ଟିକାରେ ବୃହତ୍ ଅନ୍ନଯଜ୍ଞ ଓ ଅନ୍ନପ୍ରସାଦ ବିତରଣ କରାଯାଇଥିଲା, ଯାହାରେ ୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ସମସ୍ତେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ପରିବେଶରେ ଅନ୍ନପ୍ରସାଦ ଗ୍ରହଣ କରିଥିଲେ।ଆୟୋଜକମାନେ ହିନ୍ଦୁ ସମାଜର ସଦସ୍ୟ, BJP ଓ RSS ସଦସ୍ୟ, ସ୍ଥାନୀୟ ବୃଦ୍ଧ, ସାଧୁ-ସନ୍ଥ, ଯୁବ ଏବଂ ମହିଳାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଗୁଣପୁର ଉପସଭାପତି ସିବୋ ପ୍ରସାଦ ଗୌଡ଼, ସଭାପତି ମମତା ଗୌଡ଼ ଓ ଅନ୍ୟାନ୍ୟ ସଂସ୍ଥା କାର୍ଯ୍ୟକର୍ତ୍ତାମାନେ ନିଜସ୍ଵଇଛାରେ ସହଯୋଗ କରିଥିଲେ । ଆୟୋଜକମାନେ କହିଛନ୍ତି ଯେ, ଏପରି କାର୍ଯ୍ୟକ୍ରମ ହିନ୍ଦୁ ସମାଜକୁ ଏକତ୍ରିତ, ସଚେତନ ଓ ଶକ୍ତିଶାଳୀ କରିବା ସହ ଯୁବପିଢ଼ୀକୁ ଧର୍ମ, ସଂସ୍କୃତି ଓ ପରମ୍ପରା ମୂଲ୍ୟ ଅନୁଭବ କରିବାରେ ସାହାଯ୍ୟ କରେ। ଆଗାମୀ ଦିନରେ ଏହି ପ୍ରକାରର ବୃହତ୍ ହିନ୍ଦୁ ସମ୍ମିଳନୀ ଆହୁରି ବୃହତ୍ ଭାବରେ ଆୟୋଜିତ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପଗିରି ମନ୍ଦିର ଗୁପ୍ତଧନ ଲୁଟ୍‌ର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ‘ଗୁରୁ’ଙ୍କ ସହ ୫ ଗିରଫ, ଜବତ ହୋଇପାରିନି…

ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ…

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ଖାଉଟି ଅଦାଲତରେ ଦଣ୍ଡିତ ହେଲେ ‘ମୁକେଶ ଏଣ୍ଟରପ୍ରାଇଜେସ’: ନୂଆ ଟିଭି ସହ…

ଭବାନୀପାଟଣା, ୧୨।୩ (ଉତ୍ତମ କୁମାର ଦାଶ): ଗ୍ରାହକଙ୍କୁ ସେବା ଯୋଗାଇବାରେ ଅବହେଳା କରିବା ଜୁନାଗଡ଼ର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଶ୍ୱପ୍ରସିଦ୍ଧ ଟିଭି ନିର୍ମାତା ସଂସ୍ଥା ‘ସାମସଙ୍ଗ’କୁ…

ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

ବଞ୍ଚୋ, ୧୨।୩ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri