ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ

ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଦେଖି କେତେକ ପାକିସ୍ତାନୀ ସଙ୍ଗଠନ ଭାରତକୁ ସହାୟତା ଦେବା ନାଁରେ କ୍ରାଉଡ୍‌ ଫଣ୍ଡିଂର ସାହାରା ନେଇଥିଲେ। ସଂଗୃହୀତ ଅର୍ଥ ଏବେ ଆତଙ୍କବାଦୀ କାର୍ଯ୍ୟକଳାପରେ ଉପଯୋଗ ହେବା ଆଶଙ୍କା ସୃଷ୍ଟି ହୋଇଛି।

କରୋନା ସଙ୍କଟ ସମୟରେ ଆମେରିକାରେ ପାକିସ୍ତାନର କେତୋଟି ଦାତବ୍ୟ ସଂସ୍ଥା ମହାମାରୀ ମୁକାବିଲାରେ ଭାରତକୁ ସହାୟତା ଦେବା ନାଁରେ କୋଟି କୋଟି ଡଲାର ସଂଗ୍ରହ କରିଛନ୍ତି। ଏହି ରାଶିର ବ୍ୟବହାର ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା ଓ ସରକାର ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ କରାଯାଉଥିବା ନେଇ ଏକ ରିପୋର୍ଟରେ ଆଶଙ୍କା କରାଯାଇଛି। ଡିସ୍‌ଇନ୍‌ଫୋ ଲାବ୍‌ ପକ୍ଷରୁ କୋଭିଡ୍‌-୧୯ ସ୍କାମ୍‌ ୨୦୨୧ ରିପୋର୍ଟରେ ଦାବି କରାଯାଇଛି ଯେ କୋଭିଡ୍‌-୧୯ ଆଳରେ ପାକିସ୍ତାନର ଦାତବ୍ୟ ସଙ୍ଗଠନଗୁଡ଼ିକ ମାନବ ଇତିହାସର ଅନ୍ୟତମ ବଡ଼ ଦୁର୍ନୀତି କରିଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ ନାମରେ ଏକ ଅଭିଯାନ ଚଳାଇ କରୋନା ଦ୍ୱିତୀୟ ଲହରର ସାମ୍ନା କରୁଥିବା ଭାରତରେ ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଓ ଟିକା ସମେତ ଅନ୍ୟ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆର୍ଥତ୍କ ସହଯୋଗ ଦେବାକୁ ଚ୍ୟାରିଟି ସଂସ୍ଥାଗୁଡ଼ିକ ଅନୁରୋଧ କରିଥିଲେ।
ଭାରତର ଭଲ ଛବି ଥିବା ଦେଖି ବହୁ ସଂଖ୍ୟକ ଲୋକ ମୋଟା ଅଙ୍କର ଅର୍ଥ ଦାନ କରିଥିଲେ। ଏହି ସଙ୍ଗଠନଗୁଡ଼ିକର ସମ୍ପର୍କ ପାକିସ୍ତାନୀ ସେନା ଇଙ୍ଗିତରେ ପରିଚାଳିତ ଆତଙ୍କବାଦୀ ସଙ୍ଗଠନ ସହିତ ରହିଥିବା ସାମ୍ନାକୁ ଆସିଛି। ଚ୍ୟାରିଟି ନାମରେ ସଂଗୃହୀତ ଅର୍ଥର ବ୍ୟବହାର ବିକ୍ଷୋଭ ପ୍ରଦର୍ଶନ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରାଯାଇପାରେ। ଭାରତକୁ ସାହାଯ୍ୟ ଆଳରେ ଏଭଳି କାମ କରିଥିବା ଚ୍ୟାରିଟି ସଂସ୍ଥା ମଧ୍ୟରେ ଇସ୍‌ଲାମିକ୍‌ ମେଡିକାଲ ଆସୋସିଏଶନ ଅଫ୍‌ ନର୍ଥ ଆମେରିକା (ଇମାନା) ସାମିଲ ଅଛି। ୨୦୨୧ ଏପ୍ରିଲ ୨୭ରେ ଇମାନା ହ୍ୟାସ୍‌ଟ୍ୟାଗ୍‌ ହେଲ୍ପ ଇଣ୍ଡିଆ ବ୍ରିଦ୍‌ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ପ୍ରାଥମିକ ଭାବେ ୧.୮ କୋଟି ଡଲାର ସଂଗ୍ରହର ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସଂସ୍ଥା ମିଛ କହି ଲୋକଙ୍କଠାରୁ କେତେ ଅର୍ଥ ନେଇଛି ସେନେଇ କିଛି ସ୍ପଷ୍ଟ କରିନାହିଁ। ସଂଗୃହୀତ ଅର୍ଥ କେବେ ଓ କେଉଁ କାର୍ଯ୍ୟରେ ଲଗାଯାଇଛି ତାହା ମଧ୍ୟ କହିନାହିଁ। ଆମେରିକାରେ ଥିବା ଅନ୍ୟ ଚ୍ୟାରିଟି ସଙ୍ଗଠନଗୁଡ଼ିକ ମଧ୍ୟ ଏଭଳି ଭାବେ ଅର୍ଥ ସଂଗ୍ରହ କରିଛନ୍ତି। ରିପୋର୍ଟରେ ଏହାକୁ ମାନବ ଇତିହାସରେ ସବୁଠୁ ନିକୃଷ୍ଟ ଭ୍ରଷ୍ଟାଚାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଅଭିଯାନ ଚଳାଇଥିବା ସଙ୍ଗଠନ ଇମାନା ଆମେରିକାର ଇଲିନୋଇସ୍‌ରେ ସକ୍ରିୟ ରହିଛି। ଏହି ସଂସ୍ଥା ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ଡକ୍ଟର ଇସ୍‌ମାଇଲ ମେହର ଇମାନା ଏହାର ଅଧ୍ୟକ୍ଷ। ମୁଖ୍ୟତଃ ଡକ୍ଟର ଇମାନା ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ର ଯୋଜନା ତିଆରି କରିଥିଲେ। ପ୍ରକାଶ ଯେ, ଇମାନାର କୌଣସି ସ୍ଥାନରେ ଅଫିସ କିମ୍ବା ବ୍ରାଣ୍ଡ୍‌ ନାହିଁ। ଏଥିଲାଗି ଏହି ସଂସ୍ଥାକୁ ଅର୍ଥ ସଂଗ୍ରହ କରିବାରେ ରୋକାଯାଇ ପାରିନାହିଁ। ଏକ ଆକଳନ ଅନୁସାରେ ସଂଗୃହୀତ ରାଶି ୩୦-୧୫୮ କୋଟି ଡଲାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri