ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ ଟନକୁ ସମ୍ପ୍ରସାରଣ ପାଇଁ ପୁଣି ଜନଶୁଣାଣି ପ୍ରକ୍ରିୟା ଚାଲିଛି। ଗତ ୬ ତାରିଖରେ ଅନୁଷ୍ଠିତ ଜନଶୁଣାଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ମେଶିନରେ ଖଣି ପରିଚାଳନା ଯୋଗୁ ଶ୍ରମିକ ଜୀବିକା ହରାଇବା, ପାରିପାର୍ଶ୍ୱିକ ଉନ୍ନୟନ ଆଦି ପ୍ରସଙ୍ଗ ନେଇ ବିରୋଧ ହୋଇଥିଲା। ଏହି ଖଣି ସମ୍ପ୍ରସାରଣ ହେଲେ ୭୩.୭୭୭ ହେକ୍ଟର ଜଙ୍ଗଲ ଜମିରେ ଥିବା ୫୬ ପ୍ରଜାତିର ବିପୁଳ ସଂଖ୍ୟାକ ମୂଲ୍ୟବାନ ଗଛ, ୧୦ ପ୍ରଜାତିର ଘାସ ଜାତୀୟ ଉଦ୍ଭିଦ, ୧୫ ପ୍ରଜାତିର ଗୁଳ୍ମ ଓ ଲତା ଇତ୍ୟାଦି ନଷ୍ଟ ହେବ, ଯାହାକି ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ଖଣି କମ୍ପାନୀର ପରିବେଶ ପରାମର୍ଶଦାତା ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟନିର୍ବାହୀ ସାରାଂଶରେ ଏହା ଉଲ୍ଲେଖ ରହିଛି। ଏହାସହ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ସାରାଂଶରୁ ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଓ ଢେଙ୍କାନାଳ ଜିଲାର ୨୦,୫୧୪ ପରିବାରର ୯୮,୪୬୬ ଲୋକ ଏହି ଖଣି ସମ୍ପ୍ରସାରଣରେ ପ୍ରଭାବିତ ହେଉଛନ୍ତି। ଏଥିରେ ଯାଜପୁର ଜିଲାର କାଳିଆପାଣି, କଲରଙ୍ଗିଅଟା, ପୋଡ଼ାଗୋଡ଼ା, ପିମ୍ପୁଡ଼ିଆ, ତଳଙ୍ଗି, ମଣ୍ଟିରା, ବରାଗାଜି, କଙ୍କପଡ଼ାପାଲ, ଦେଓଗାଁ ଆଦି ଗ୍ରାମର ପ୍ରାୟ ୪୭,୪୫୨ ବର୍ଗମିଟର ଅଞ୍ଚଳ ରହିଛି। ୧୦,୫୩୩ ସହରୀ ଜନସଂଖ୍ୟା ମଧ୍ୟ ରହିଛି। ଲୋଡିଂ/ଅନ୍‌ଲୋଡିଂ, ପରିବହନ, କ୍ରସିଂ ଏବଂ ସ୍କ୍ରିନିଂ, ବ୍ୟାକ୍‌ ଫିଲିଂ ଆଦି ଖଣି କାର୍ଯ୍ୟରେ ଧୂଳିକଣା ସୃଷ୍ଟି କରିବ। ଏହାସହ ଡ୍ରିିଲିଂ, ବ୍ଲାଷ୍ଟିଂ, ଲୋଡିଂରେ ବାୟୁ ପ୍ରଦୂଷଣ ସୃଷ୍ଟି ହେବ। ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ଜଳ ସିଞ୍ଚନ, ଫିକ୍ସଡ ସ୍ପ୍ରିଙ୍କଲର ସିଷ୍ଟମ, ମୋବାଇଲ ଫଗ ସିଷ୍ଟମ, ଯନ୍ତ୍ରର ଠିକ୍‌ ରକ୍ଷଣାବେକ୍ଷଣ, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ସବୁଜିମା ସୃଷ୍ଟି ଇତ୍ୟାଦି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଏହାବାଦ ଓଏମ୍‌ସି କଲୋନୀ ଏବଂ କାଳିଆପାଣି ରାସ୍ତାରେ ଦିନ ସମୟରେ ୫୮.୨ଡିବି(ଏ)ରୁ ୬୮.୫ ଡିବି(ଏ) ଏବଂ ରାତିରେ ୪୮.୯ ଡିବି(ଏ) ରୁ ୬୨.୭ ଡିବି(ଏ) ମଧ୍ୟରେ ଶବ୍ଦ ପ୍ରଦୂଷଣ ରହିଛି। ତାହା ଶବ୍ଦ ପ୍ରଦୂଷଣ ମାନଦଣ୍ଡର ସୀମା ତୁଳନାରେ ସାମାନ୍ୟ ଅଧିକ। ତେଣୁ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା କରି ସମ୍ପୃକ୍ତ ଅଞ୍ଚଳବାସୀ ଚିନ୍ତାପ୍ରକଟ କରିଛନ୍ତି। ଏହି ଜୋନ ମଧ୍ୟରେ ଆମ୍ବ, ଶାଳ, ନିମ୍ବ ଇତ୍ୟାଦି ୫୬ ପ୍ରଜାତିର ଗଛ ଦେଖିବାକୁ ମିଳିଛି। ଏହାସହ ତୁଲସି, ବଣ ଚାକୁଣ୍ଡା ଆଦି ୧୦ ପ୍ରଜାତି, କାଷ୍ଟୋର, ବେଗୁନିଆ, ବାଉଁଶ, କାଶତଣ୍ଡୀ ଆଦି ୧୫ ପ୍ରଜାତିର ଗୁଳ୍ମ ଓ ଲତା ଜାତୀୟ ପ୍ରଜାତି ରହିଛ। ଏହାସହ ବିଲୁଆ, ପେଚା, କାଉ, ବେଙ୍ଗ ଆଦି ଦେଖିବାକୁ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ଜୋନରେ ରହୁଥିବା ଆଦିବାସୀ, ବନବାସୀଙ୍କ ସମେତ ସାଧାରଣ ଲୋକ ଜୈବବିବିଧତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଖଣି ସମ୍ପ୍ରସାରଣ ହେଲେ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ପ୍ରଭାବିତ ହେବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଅଞ୍ଚଳବାସୀ ପ୍ରଥମ ଜନଶୁଣାଣିକୁ ବିରୋଧ କରିଥିବାବେଳେ ଦ୍ୱିତୀୟ ଜନଶୁଣାଣିକୁ କଳେବଳେ କୌଶଳେ ସଫଳ କରିବାକୁ କମ୍ପାନୀ ନିଜର ସମସ୍ତ ବଳ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ଖଣି ଲିଜ୍‌ ଅଞ୍ଚଳରେ ଥିବା ଜଙ୍ଗଲ ଜମିର ପରିବର୍ତ୍ତନ କାର୍ଯ୍ୟ ହୋଇସାରିଛି। ପ୍ରକଳ୍ପ ଅଞ୍ଚଳର ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ପିସିସିଏଫ୍‌ ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଦ୍ୱାରା ଅନୁମୋଦନ ପ୍ରାପ୍ତ ହୋଇଛି। ଏହାସହ ସମ୍ପ୍ରସାରଣ ପ୍ରକଳ୍ପରେ ୧୦୭୭ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପକ୍ଷରୁ ରିପୋର୍ଟରେ ପ୍ରତିଶ୍ରୁତି ଦିଆଯାଇଛି। ଜଙ୍ଗଲ କ୍ଷୟ ଓ କଳକାରଖାନା କାରଣରୁ ଉତ୍ତାପ ବୃଦ୍ଧି ପାଉଥିବାବେଳେ ପ୍ରତିବର୍ଷ ବୃକ୍ଷରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି। ଅପରପକ୍ଷେ ଏ ସବୁକୁ ବେପରୁଆ ଶିଳ୍ପ ଓ ଖଣି ସଂସ୍ଥା ନିର୍ବିଘ୍ନରେ କାଟିବାରେ ଲାଗିଛନ୍ତି। ଗଛ କାଟି ଉତ୍ତାପ ବୃଦ୍ଧି କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?