ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ ଟନକୁ ସମ୍ପ୍ରସାରଣ ପାଇଁ ପୁଣି ଜନଶୁଣାଣି ପ୍ରକ୍ରିୟା ଚାଲିଛି। ଗତ ୬ ତାରିଖରେ ଅନୁଷ୍ଠିତ ଜନଶୁଣାଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ମେଶିନରେ ଖଣି ପରିଚାଳନା ଯୋଗୁ ଶ୍ରମିକ ଜୀବିକା ହରାଇବା, ପାରିପାର୍ଶ୍ୱିକ ଉନ୍ନୟନ ଆଦି ପ୍ରସଙ୍ଗ ନେଇ ବିରୋଧ ହୋଇଥିଲା। ଏହି ଖଣି ସମ୍ପ୍ରସାରଣ ହେଲେ ୭୩.୭୭୭ ହେକ୍ଟର ଜଙ୍ଗଲ ଜମିରେ ଥିବା ୫୬ ପ୍ରଜାତିର ବିପୁଳ ସଂଖ୍ୟାକ ମୂଲ୍ୟବାନ ଗଛ, ୧୦ ପ୍ରଜାତିର ଘାସ ଜାତୀୟ ଉଦ୍ଭିଦ, ୧୫ ପ୍ରଜାତିର ଗୁଳ୍ମ ଓ ଲତା ଇତ୍ୟାଦି ନଷ୍ଟ ହେବ, ଯାହାକି ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ଖଣି କମ୍ପାନୀର ପରିବେଶ ପରାମର୍ଶଦାତା ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟନିର୍ବାହୀ ସାରାଂଶରେ ଏହା ଉଲ୍ଲେଖ ରହିଛି। ଏହାସହ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ସାରାଂଶରୁ ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଓ ଢେଙ୍କାନାଳ ଜିଲାର ୨୦,୫୧୪ ପରିବାରର ୯୮,୪୬୬ ଲୋକ ଏହି ଖଣି ସମ୍ପ୍ରସାରଣରେ ପ୍ରଭାବିତ ହେଉଛନ୍ତି। ଏଥିରେ ଯାଜପୁର ଜିଲାର କାଳିଆପାଣି, କଲରଙ୍ଗିଅଟା, ପୋଡ଼ାଗୋଡ଼ା, ପିମ୍ପୁଡ଼ିଆ, ତଳଙ୍ଗି, ମଣ୍ଟିରା, ବରାଗାଜି, କଙ୍କପଡ଼ାପାଲ, ଦେଓଗାଁ ଆଦି ଗ୍ରାମର ପ୍ରାୟ ୪୭,୪୫୨ ବର୍ଗମିଟର ଅଞ୍ଚଳ ରହିଛି। ୧୦,୫୩୩ ସହରୀ ଜନସଂଖ୍ୟା ମଧ୍ୟ ରହିଛି। ଲୋଡିଂ/ଅନ୍‌ଲୋଡିଂ, ପରିବହନ, କ୍ରସିଂ ଏବଂ ସ୍କ୍ରିନିଂ, ବ୍ୟାକ୍‌ ଫିଲିଂ ଆଦି ଖଣି କାର୍ଯ୍ୟରେ ଧୂଳିକଣା ସୃଷ୍ଟି କରିବ। ଏହାସହ ଡ୍ରିିଲିଂ, ବ୍ଲାଷ୍ଟିଂ, ଲୋଡିଂରେ ବାୟୁ ପ୍ରଦୂଷଣ ସୃଷ୍ଟି ହେବ। ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ଜଳ ସିଞ୍ଚନ, ଫିକ୍ସଡ ସ୍ପ୍ରିଙ୍କଲର ସିଷ୍ଟମ, ମୋବାଇଲ ଫଗ ସିଷ୍ଟମ, ଯନ୍ତ୍ରର ଠିକ୍‌ ରକ୍ଷଣାବେକ୍ଷଣ, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ସବୁଜିମା ସୃଷ୍ଟି ଇତ୍ୟାଦି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଏହାବାଦ ଓଏମ୍‌ସି କଲୋନୀ ଏବଂ କାଳିଆପାଣି ରାସ୍ତାରେ ଦିନ ସମୟରେ ୫୮.୨ଡିବି(ଏ)ରୁ ୬୮.୫ ଡିବି(ଏ) ଏବଂ ରାତିରେ ୪୮.୯ ଡିବି(ଏ) ରୁ ୬୨.୭ ଡିବି(ଏ) ମଧ୍ୟରେ ଶବ୍ଦ ପ୍ରଦୂଷଣ ରହିଛି। ତାହା ଶବ୍ଦ ପ୍ରଦୂଷଣ ମାନଦଣ୍ଡର ସୀମା ତୁଳନାରେ ସାମାନ୍ୟ ଅଧିକ। ତେଣୁ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା କରି ସମ୍ପୃକ୍ତ ଅଞ୍ଚଳବାସୀ ଚିନ୍ତାପ୍ରକଟ କରିଛନ୍ତି। ଏହି ଜୋନ ମଧ୍ୟରେ ଆମ୍ବ, ଶାଳ, ନିମ୍ବ ଇତ୍ୟାଦି ୫୬ ପ୍ରଜାତିର ଗଛ ଦେଖିବାକୁ ମିଳିଛି। ଏହାସହ ତୁଲସି, ବଣ ଚାକୁଣ୍ଡା ଆଦି ୧୦ ପ୍ରଜାତି, କାଷ୍ଟୋର, ବେଗୁନିଆ, ବାଉଁଶ, କାଶତଣ୍ଡୀ ଆଦି ୧୫ ପ୍ରଜାତିର ଗୁଳ୍ମ ଓ ଲତା ଜାତୀୟ ପ୍ରଜାତି ରହିଛ। ଏହାସହ ବିଲୁଆ, ପେଚା, କାଉ, ବେଙ୍ଗ ଆଦି ଦେଖିବାକୁ ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ଜୋନରେ ରହୁଥିବା ଆଦିବାସୀ, ବନବାସୀଙ୍କ ସମେତ ସାଧାରଣ ଲୋକ ଜୈବବିବିଧତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଖଣି ସମ୍ପ୍ରସାରଣ ହେଲେ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ପ୍ରଭାବିତ ହେବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଅଞ୍ଚଳବାସୀ ପ୍ରଥମ ଜନଶୁଣାଣିକୁ ବିରୋଧ କରିଥିବାବେଳେ ଦ୍ୱିତୀୟ ଜନଶୁଣାଣିକୁ କଳେବଳେ କୌଶଳେ ସଫଳ କରିବାକୁ କମ୍ପାନୀ ନିଜର ସମସ୍ତ ବଳ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି। ଖଣି ଲିଜ୍‌ ଅଞ୍ଚଳରେ ଥିବା ଜଙ୍ଗଲ ଜମିର ପରିବର୍ତ୍ତନ କାର୍ଯ୍ୟ ହୋଇସାରିଛି। ପ୍ରକଳ୍ପ ଅଞ୍ଚଳର ନିର୍ଦ୍ଦିଷ୍ଟ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ପିସିସିଏଫ୍‌ ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଦ୍ୱାରା ଅନୁମୋଦନ ପ୍ରାପ୍ତ ହୋଇଛି। ଏହାସହ ସମ୍ପ୍ରସାରଣ ପ୍ରକଳ୍ପରେ ୧୦୭୭ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପକ୍ଷରୁ ରିପୋର୍ଟରେ ପ୍ରତିଶ୍ରୁତି ଦିଆଯାଇଛି। ଜଙ୍ଗଲ କ୍ଷୟ ଓ କଳକାରଖାନା କାରଣରୁ ଉତ୍ତାପ ବୃଦ୍ଧି ପାଉଥିବାବେଳେ ପ୍ରତିବର୍ଷ ବୃକ୍ଷରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରୁଛନ୍ତି। ଅପରପକ୍ଷେ ଏ ସବୁକୁ ବେପରୁଆ ଶିଳ୍ପ ଓ ଖଣି ସଂସ୍ଥା ନିର୍ବିଘ୍ନରେ କାଟିବାରେ ଲାଗିଛନ୍ତି। ଗଛ କାଟି ଉତ୍ତାପ ବୃଦ୍ଧି କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri