ହ୍ରିତିକଙ୍କ ମୁଣ୍ଡରେ ଝୁଲୁଛି ବିଜ୍ଞାପନର ଖଣ୍ଡା, ମାଗିବାକୁ ପଡିବ କ୍ଷମା

ମୁମ୍ବାଇ: ଏମିତି ସମୟ ଥିଲା ଯେତେବେଳେ ଲୋକେ ବଲିଉଡ ଷ୍ଟାରଙ୍କୁ ଆଖିବୁଜି ଭଲ ପାଉଥିଲେ । ଏମିତିକି ସେମାନଙ୍କ ଭୁଲ ବି ନଜରକୁ ଆସୁ ନ ଥିଲା । ଏବେ କିନ୍ତୁ ସମୟ ପରିବର୍ତ୍ତନ ହୋଇଛି । ଷ୍ଟାରଙ୍କ ଛୋଟ ଛାଟ ଭୁଲ ବି ଦର୍ଶକେ ଧରିନେବା ସହ ସେମାନେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି । ତେଣୁ ଏବେ ସବୁଷ୍ଟାର ଦେଖିଚାହିଁ ପାଦ ବଢାଉଛନ୍ତି । ଏହାରି ଭିତରେ ବଲିଉଡର ଆଗଧାଡିର ନାୟକ ହ୍ରିତିକ ରୋଶନ ଏକ ଭୁଲ କରି ବସିଛନ୍ତି । ଯାହାପାଇଁ ହ୍ରିତିକ ଭୁଲ ମାଗନ୍ତୁ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।
ସର୍ବ ପ୍ରଥମେ ଜମାଟୋ ବୟକଟ ଟ୍ରେଣ୍ଡ କରୁଥିବା ବେଳେ ହିନ୍ଦୁ ଜନଜାଗୃତି ସମିତି ଟୁଇଟ କରିଛି । ଯେଉଁଥିରେ ଲେଖାଯାଇଛି, ହ୍ରିତିକ କହୁଛନ୍ତି ଥାଳି ଖାଇବାକୁ ମନ ଥିଲା, ମହାକାଳରୁ ମଗେଇ ଦେଲି.. । ମହାକାଳ କୌଣସି ସେବକ ନୁହେଁ ଯାହାକୁ ମାଗିଲେ ଭୋଜନ ପହଞ୍ଚାଇଥାଏ । ଏହା ଏକ ଭଗବାନ ଯାହାର ପୂଜା କରାଯାଇଥାଏ । କ’ଣ ଜମାଟୋ ଅଲଗା ଧର୍ମର ଭଗବାନଙ୍କୁ ଏମିତି ଅପମାନ କରିପାରେ ।

ଏହାପରେ ଗୁଡଗାଓଁ ସ୍ଥିତ କମ୍ପାନୀ କହିଛି, ‘ମହାକାଳ’ ଥାଳି ବିଜ୍ଞାପନ ଅଖିଳ ଭାରତୀୟ ଅଭିଯାନର ଅଂଶ ଥିଲା । ଯେଉଁଥିରେ ସବୁ ସହରର ବଡ ବଡ ରେସ୍ତୋରାଁ ଓ ପପୁଲାରିଟି ଆଧାରରେ ଏହାର ଶୀର୍ଷ ବ୍ୟଞ୍ଜନକୁ ସାମିଲ କରାଯାଇଥିଲା । ଏହାସହ ‘ମହାକାଳ ରେସ୍ତୋରାଁ’ ଉଜ୍ଜ୍‌ୟିନରେ ଆମ ରେସ୍ତୋରାଁର ଭାଗିଦାର ମଧ୍ୟରୁ ଗୋଟିଏ । ଆଉ ଥାଳି ଏହାର ମେନ୍ୟୁରେ ଆସୁଛି । ଆମେ ଉଜ୍ଜୟିନିର ଲୋକଙ୍କ ଭାଗନାକୁ ଖୁବ୍ ସମ୍ମାନ କରୁ ଓ ବିଚାରାଧିନ ବିଜ୍ଞାପନ ଏବେ ଚାଲୁ ନାହିଁ । ଆମେ ଏଥିପାଇଁ ସଚ୍ଚୋଟତାର ସହ କ୍ଷମା ମାଗୁଛୁ, କାରଣ ଆମର ଉଦ୍ଦେଶ୍ୟ ନୁହେଁ କାହାର ଆସ୍ଥା ଓ ଭାବନାକୁ ଆଘାତ ଦେବା ।
ସୂଚନାଯୋଗ୍ୟ, ଟୁଇଟରରେ ହାସଟ୍ୟାଗ ବୟକଟ ଜମାଟୋ ଟ୍ରେଣ୍ଡ କରିବା ପରେ କମ୍ପାନୀ କ୍ଷମା ମାଗିଥିଲା । ହେଲେ ଏବେ ଲୋକେ ଚାହୁଁଛନ୍ତି କମ୍ପାନୀ ତ କ୍ଷମା ମାଗିନେଲା । ହେଲେ ହ୍ରିତିକ ତାଙ୍କ ଭୁଲ ପାଇଁ କ୍ଷମା ମାଗନ୍ତୁ । ସୋସିଆଲ ମିଡିଆରେ ହ୍ରିତିକ ରୋଶନ ମାଫି ମାଙ୍ଗେ ଟ୍ରେଣ୍ଡ କରିବା ସହ ଲୋକଙ୍କ ରାଗ ବି ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri