ହ୍ରିଷିତା ଅମାୟରା ମିସ୍‌, ଶ୍ରୀୟା ମିସେସ୍‌ ଇଣ୍ଡିଆ

ପୁରୀ ଅଫିସ, ୮।୫: ଇଣ୍ଡିଆନ୍‌ ବିୟୁଟି କାଉନସିଲ୍‌ ପକ୍ଷରୁ ପୁରୀ ପାନ୍ଥନିବାସରେ ଅମାୟରା ମିସ୍‌ ଇଣ୍ଡିଆ ଏବଂ ଆମ୍ୟାରା ମିସେସ୍‌ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ହ୍ରିଷିତା ସରକାର ପ୍ରଥମ ସ୍ଥାନ ଅଧିକାର କରି ଅମାୟରା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଛନ୍ତି। ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୫ଟି ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ହ୍ରିଷିତା ଅନ୍ୟମାନଙ୍କୁ ପଛରେ ପକାଇ ଟାଇଟଲ ଜିତିବା ସହ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ସେହିପରି ଓଡ଼ିଶାର ଶ୍ରୀୟା କୁମୁଦ ଅମାୟରା ମିସେସ୍‌ ଇଣ୍ଡିଆ ବିଜେତା ହୋଇଛନ୍ତି। ଟାଇଟଲ ସହ ତାଙ୍କୁ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟ ବିଜେତାମାନଙ୍କ ମଧ୍ୟରେ ଆସାମର ଭାୟୋଲିନା ବୋରୋ ପ୍ରଥମ ରନର୍ସଅପ୍‌ ଏବଂ ଓଡ଼ିଶାର ଆକାଂକ୍ଷା ପଟେଲ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସେହିପରି ମିସେସ୍‌ ଇଣ୍ଡିଆ ଭାବେ ଝାଡ଼ଖଣ୍ଡର ସ୍ବାତୀ ସିଂ ପ୍ରଥମ ଏବଂ ମହାରାଷ୍ଟ୍ରର ଅଞ୍ଜଳି ଶର୍ମା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ସିମରନ୍‌ ଅଗ୍ରୱାଲ ସର୍ବୋତ୍ତମ ପ୍ରତିଭା, ବି. ଶ୍ରାବଣୀ ସର୍ବୋତ୍ତମ ହସ, ପିଙ୍କି ସେନଗୁପ୍ତା ସର୍ବୋତ୍ତମ ଆଖି, ରିଷିତା ସାର୍କ କ୍ୟାଟୱାଲ, ଟ୍ରୁପ୍ଟି ୱେଡ୍‌ ଉତ୍ତମ ବ୍ୟକ୍ତିତ୍ୱ, ମାହେଶ୍ୱରୀ ସାନିଆଲ୍‌ ଉତ୍ତମ ମନୋଭାବ, ୟାସୁ ସୋନି ଉତ୍ତମ ପୋଷାକ, ଅଙ୍କିତା ତ୍ରିଲାଥୀ ସର୍ବୋତ୍ତମ କେଶ, ମନୀଷା କିରଣ ଫଟୋଜେନିକ୍‌ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ପାଇଛନ୍ତି। ଅତିଥି ଓ ବିଚାରକ ଭାବେ ଆମେରିକାର କ୍ରିଷ୍ଟି ଜୁଡ଼ି, ଇଂଲଣ୍ଡର ମଞ୍ଜୁ ୱରାଙ୍କ ସମେତ ଶିଲା ପଟ୍ଟନାୟକ, ସ୍ନେହା ଚଟୱନୀ, ସୌରଭ ତେଲୋରେ ଏବଂ ଏକତା ବାଘାରିଆ ଯୋଗଦେଇଥିଲେ। ପ୍ରତିଷ୍ଠାତା ନିର୍ଦ୍ଦେଶିକା ମିନତୀ ସାହୁ, ସ୍ନେହଲତା ତ୍ରିପାଠୀ ଏବଂ ସୁଚିସ୍ମିତା ଷଡ଼ଙ୍ଗୀ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ମିଡିଆ ସଂଯୋଜକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବିକଲା ଇଞ୍ଜିନିୟର ସଂଘ

ଛତ୍ରପୁର,୧୧ା୬(ଡି.ଏନ.ଏ)-ବଲାଙ୍ଗୀର ଜିଲା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଞ୍ଜାମ ଡିଭିଜନାଲ କମିଟି ପକ୍ଷରୁ ଦାବି...

୯ କୁଇଣ୍ଟାଲ ୯୭ କେଜି ଗଞ୍ଜେଇ ଜବତ

ବୈପାରିଗୁଡ଼ା,୪ା୫(ଡି.ଏନ୍‌.ଏ.): ବୈପାରିଗୁଡା ପୋଲିସ ସୋମବାର ବାତିରିପୁଟ ଛକରୁ ୯କୁଇଣ୍ଟାଲ ୯୭କେଜି ଗଞ୍ଜେଇ ସହ ଏକ ଟ୍ରକ୍‌ ଜବତ କରିଛି। ଏ ନେଇ ବୈପାରିଗୁଡ଼ା ଥାନାରେ ଏକ...

ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ...

ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ କାର୍ଯ୍ୟ ଦେଖିଲେ ୫-ଟି ସଚିବ

ପୁରୀ ଅଫିସ,୧୪।୧୦: ପୁରୀ ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌। ବୁଧବାର ୫-ଟି ସଚିବ...

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା...

ଉପନିର୍ବାଚନ ଜିତିବା ନେଇ କର୍ମୀଙ୍କୁ ପାଠ ପଢ଼ାଇଲେ ଶିକ୍ଷାମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଦଳୀୟ ନେତୃବୃନ୍ଦ ଜୋରଦାର ରଣନୀତି ଚଳାଇଛନ୍ତି। ଏନେଇ ପ୍ରମୁଖ...

ବୃକ୍ଷରୋପଣ କଲେ ବିଚାରପତି

ଭଦ୍ରକ ଅଫିସ,୫।୯: ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ରୁ ଊର୍ଦ୍ଧ୍ୱ ବିଚାରପତି...

ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍‌ ଗଲେ ଗୋପାଳ

ବ୍ରଜରାଜନଗର,୧୩ା୨(ଡି.ଏନ୍‌.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍‌ ଯାଇଛନ୍ତି।...

Advertisement
Archives

Model This Week