Categories: ଖେଳ

ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଲା ବାଂଲାଦେଶ

ପୁଣେ,୧୧।୧୧: ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱପକର ୪୩ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୩୦୬ ରନ୍‌ କରିଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ର ଟାର୍ଗେଟ୍‌ ରଖିଛି ବାଂଲାଦେଶ।

ବାଂଲାଦେଶର ଦୁଇ ଓପନର ତାନଜିଦ୍‌ ହାସନ ଏବଂ ଲିଟନ ଦାସ ପଡ଼ିଆକୁ ଓହ୍ଲାଇ ଦୁହେଁ ଭଲ ଷ୍ଟାଟ୍‌ ଦେଇଥିଲେ। ତାନଜିଦ୍‌ ୪୩ ବଲରେ ୩୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଲିଟନ ୪୫ ବଲରେ ୩୬ ରନ୍‌ କରିଥିଲେ। ସେହିପରି ଅଧିନାୟକ ନଜମୁଲ ହୁସେନ ଶାନ୍ତୋ ୫୭ ବଲ୍‌ରେ ୪୫ ରନ୍‌ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ହେଲେ ତୋହିଦ୍‌ ହ୍ରିଡୋ ୭୯ ବଲ୍‌ରେ ୫ ଚଉକା ଏବଂ ୨ ଛକା ସହାୟତାରେ ୭୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ବାଂଲାଦେଶ ୩୦୬ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share