କେମିତି ହୋଇଥିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର,୨୪।୭: ୧୯୮୦ ଦଶକର କଥା। ସେତେବେଳେ ଜଣେ କୁଖ୍ୟାତ ଅପରାଧି ଥିଲେ ରବୀନ୍ଦ୍ର ବେହେରା। ତାଙ୍କର ଅପରାଧର ଶାଖା ମେଲାଇଥିଲେ ଟିଟୋ, ହାଇଦର ଏବଂ ସୁଲେମାନ। ଏମାନଙ୍କ ନାମ ଶୁଣିଲେ ଥରୁଥିଲା କେନ୍ଦ୍ରାପଡ଼ାରୁ କଟକ। ରବୀନ୍ଦ୍ରଙ୍କ କଳାକାରନାମା ଜାଣିବା ପରେ ଟିଟୋ, ହାଇଦର ଏବଂ ସୁଲେମାନ ମିଶି ରବୀନ୍ଦ୍ରଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ। ତା’ପରେ ଟିଟୋ ସାଜିଥିଲା ଗ୍ୟାଙ୍ଗ ଲିଡର। ୨୦୦୯ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା। ସେହି ବର୍ଷ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ସୁଲେମାନଙ୍କୁ ହତ୍ୟା କରିଥିଲେ ଟିଟୋ ଏବଂ ହାଇଦର।

ପରେ ଦୁହେଁ ନିଜ ନିଜର ପିଲାଙ୍କୁ ଧରି ଅଲଗା ହୋଇଯାଇଥିଲେ। ୧୯୯୧ରେ କେନ୍ଦ୍ରାପଡ଼ା କୋର୍ଟ ପରିସରରେ ବୁଲା ସେଠୀ ନାମକ ଜଣେ ଅପରାଧୀକୁ ଗୁଳିକରି ହତ୍ୟା କରିଥିଲା ହାଇଦାର । ୧୯୯୭ରେ ହାଇଦର ପୋଲିସ ଗୁଳିରେ ଆହତ ହୋଇଥିଲା। ଏହି ଘଟଣାର ୮ ବର୍ଷ ପରେ ୨୦୦୫ରେ ସୁଲେମାନର ସାନ ଭାଇ ସେଖ ଚୁନାଙ୍କୁ ହତ୍ୟା କରିଥିଲେ ହାଇଦର। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।

ଜେଲରେ ଥିଲା ବେଳେ ମଧ୍ୟ ସକ୍ରିୟ ଥିଲା ହାଇଦର ଗ୍ୟାଙ୍ଗ। ୨୦୦୭ରେ କେନ୍ଦୁଝର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଏବଂ ତାଙ୍କ ଡ୍ରାଇଭରକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ୨ କୋଟି ଟଙ୍କା ଲାଞ୍ଚ ମାଗିବା ପରେ ରଶ୍ମିରଞ୍ଜନ ୧.୧୨ କୋଟି ଟଙ୍କା ଦେଇଥିଲେ। ତଥାପି ତାଙ୍କୁ ହତ୍ୟାକରି ପୋଡି ଦିଆଯାଇଥିଲା। ଏହି ମାମଲାରେ ୨୦୧୫ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ସେବେଠାରୁ ସେ ଜେଲରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଟ୍ରମ୍ପଙ୍କୁ ଆଖି ଦେଖାଇଲା ପାକିସ୍ତାନ: ଚୁକ୍ତି ସ୍ବାକ୍ଷର କରିବାକୁ ସିଧା ସିଧା କଲା ମନା

ଇସଲାମାବାଦ୍‌,୨୬।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ସେନା ଅଧ୍ୟକ୍ଷ ଅସୀମ ମୁନିର ଆମେରିକା ପ୍ରତି ଯେତେ ପ୍ରେମ ଦେଖାଉଥିଲେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାହାକୁ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ସୌମ୍ୟ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ: ମାରିବାକୁ ସତ୍ୟନଗରୁ ପିଲା ଯାଇଥିଲେ ବାଲିଅନ୍ତା: ପୁଣି ଆଉ ଜଣଙ୍କୁ ବାନ୍ଧିଲା…

ଭୁବନେଶ୍ୱର୨୬।୫, ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri