ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି। ଅନଲାଇନ ପେମେଣ୍ଟ ପାଇଁ ପାଖରେ କେବଳ ମୋବାଇଲ ଫୋନ ରହିବା ଆବଶ୍ୟକ ଏବଂ ଏହା ମାଧ୍ୟମରେ ଆପଣ କ୍ୟୁଆର୍‌ କୋଡ ସ୍କାନ କରି ଆବଶ୍ୟକ ପରିମାଣ ରାଶି ଦେଇପାରିବେ।

ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୁଏ ତେବେ କ’ଣ ହେବ? ତେବେ ଆପଣ କିପରି ଗୁଗଲ ପେ, ଫୋନ ପେ, ପେଟିଏମ ଏବଂ ୟୁପିଆଇ ଆଇଡିକୁ ବନ୍ଦ କରିବାକୁ ସମର୍ଥ ହେବେ। ଯଦି ଫୋନ ହଜିଯିବା ମାତ୍ରେ ଆପଣ ସେଗୁଡିକୁ ବନ୍ଦ ନ କରନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ସଂପୂର୍ଣ୍ଣ ଖାଲି ହୋଇଯାଇପାରେ। ୟୁପିଆଇ, ଗୁଗଲ ପେ ଏବଂ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବାର ଉପାୟ ବିଷୟରେ ଜାଣନ୍ତୁ।

ପେଟିଏମ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ପେଟିଏମ ବ୍ୟାଙ୍କ ହେଲ୍ପଲାଇନ ନମ୍ବର 01204456456କୁ କଲ କରନ୍ତୁ
-ଏହା ପରେ ହଜିଯାଇଥିବା ଫୋନ ଅପ୍ସନ ଚୟନ କରନ୍ତୁ
-ଏଠାରେ ଆପଣ ହଜିଯାଇଥିବା ଫୋନର ନମ୍ବର ପ୍ରବେଶ କରିବାକୁ ବିକଳ୍ପ ପାଇବେ
-ତାପରେ ଆପଣଙ୍କୁ ଲଗଆଉଟ୍‌ ଫର୍ମ ଅଲ ଡିଭାଇସ୍‌ ଅପ୍ସନ ଚୟନ କରିବାକୁ ପଡିବ
-ଏହା ପରେ ପେଟିଏମ ୱେବସାଇଟକୁ ଯାଆନ୍ତୁ ଏବଂ ୨୪ ସହାୟତା ବିକଳ୍ପ ବାଛନ୍ତୁ
-ଏହି ଉପାୟରେ ଆପଣ Report a Fraud କିମ୍ବା Message Us ଅପ୍ସନ ଚୟନ କରିପାରିବେ
-ତା’ପରେ ଆପଣଙ୍କୁ ପୋଲିସ ରିପୋର୍ଟ ସହିତ କିଛି ବିବରଣୀ ଦେବାକୁ ପଡିବ। ସମସ୍ତ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ପେଟିଏମ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।

ଗୁଗଲ ପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ସର୍ବପ୍ରଥମେ ଯେକୌଣସି ଫୋନରୁ 18004190157 ନମ୍ବରକୁ ଡାଏଲ କରନ୍ତୁ
-ଏହା ପରେ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବା ବିଷୟରେ କଷ୍ଟମର କେୟାରଙ୍କୁ ସୂଚନା ଦେବାକୁ ପଡ଼ିବ
-ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏକ ପିସି କିମ୍ବା ଫୋନରେ ଗୁଗଲ ଫାଇଣ୍ଡ୍‌ ମାଇ ଫୋନକୁ ଲଗଇନ କରିବାକୁ ପଡିବ। ଏହା ପରେ, ଗୁଗଲ ପେର ସମସ୍ତ ତଥ୍ୟକୁ ରିମୋଟ ଦ୍ୱାରା ଡିଲିଟ୍‌ କରିବାକୁ ପଡିବ
-ଏହା ପରେ ଆପଣଙ୍କର ଗୁଗଲ ପେ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।
ଯଦି ଆପଣ ଜଣେ ଆଇଓଏସ ୟୁଜର୍‌, ତେବେ find my app ଏବଂ ଅନ୍ୟାନ୍ୟ ଆପଲ ଅଥରାଇଜ୍‌ଡ୍‌ ଟୁଲ୍‌ ମାଧ୍ୟମରେ ସମସ୍ତ ତଥ୍ୟ ଡିଲିଟ କରି ଆପଣ ଗୁଗଲ ପେ ଆକାଉଣ୍ଟକୁ ବନ୍ଦ କରିପାରିବେ ।
ଫୋନେପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ସର୍ବପ୍ରଥମେ 02268727374 କିମ୍ବା 08068727374 କୁ କଲ କରନ୍ତୁ
-ଯେଉଁ ମୋବାଇଲ ନମ୍ବର ସହିତ UPI ID ଲିଙ୍କ ହୋଇଛି ତାହା ବିରୋଧରେ ଅଭିଯୋଗ ଦାଖଲ କରନ୍ତୁ
-ଯେତେବେଳେ ଓଟିପି ପାଇଁ ପଚାରିଯିବ ସେତେବେଳେ ଆପଣଙ୍କୁ ସିମ କାର୍ଡ ଏବଂ ଡିଭାଇସ ହରାଇବାର ବିକଳ୍ପ ବାଛିବାକୁ ପଡିବ
-ଏହା ପରେ ଆପଣ କଷକଟମର କେୟାର ସହ ଯୋଡି ହେବାକୁ ପଡିବ। ଯେଉଁଠାରୁ ଆପଣ କିଛି ସୂଚନା ଦେଇ UPI ID କୁ ବନ୍ଦ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri