ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି। ଅନଲାଇନ ପେମେଣ୍ଟ ପାଇଁ ପାଖରେ କେବଳ ମୋବାଇଲ ଫୋନ ରହିବା ଆବଶ୍ୟକ ଏବଂ ଏହା ମାଧ୍ୟମରେ ଆପଣ କ୍ୟୁଆର୍‌ କୋଡ ସ୍କାନ କରି ଆବଶ୍ୟକ ପରିମାଣ ରାଶି ଦେଇପାରିବେ।

ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୁଏ ତେବେ କ’ଣ ହେବ? ତେବେ ଆପଣ କିପରି ଗୁଗଲ ପେ, ଫୋନ ପେ, ପେଟିଏମ ଏବଂ ୟୁପିଆଇ ଆଇଡିକୁ ବନ୍ଦ କରିବାକୁ ସମର୍ଥ ହେବେ। ଯଦି ଫୋନ ହଜିଯିବା ମାତ୍ରେ ଆପଣ ସେଗୁଡିକୁ ବନ୍ଦ ନ କରନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ସଂପୂର୍ଣ୍ଣ ଖାଲି ହୋଇଯାଇପାରେ। ୟୁପିଆଇ, ଗୁଗଲ ପେ ଏବଂ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବାର ଉପାୟ ବିଷୟରେ ଜାଣନ୍ତୁ।

ପେଟିଏମ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ପେଟିଏମ ବ୍ୟାଙ୍କ ହେଲ୍ପଲାଇନ ନମ୍ବର 01204456456କୁ କଲ କରନ୍ତୁ
-ଏହା ପରେ ହଜିଯାଇଥିବା ଫୋନ ଅପ୍ସନ ଚୟନ କରନ୍ତୁ
-ଏଠାରେ ଆପଣ ହଜିଯାଇଥିବା ଫୋନର ନମ୍ବର ପ୍ରବେଶ କରିବାକୁ ବିକଳ୍ପ ପାଇବେ
-ତାପରେ ଆପଣଙ୍କୁ ଲଗଆଉଟ୍‌ ଫର୍ମ ଅଲ ଡିଭାଇସ୍‌ ଅପ୍ସନ ଚୟନ କରିବାକୁ ପଡିବ
-ଏହା ପରେ ପେଟିଏମ ୱେବସାଇଟକୁ ଯାଆନ୍ତୁ ଏବଂ ୨୪ ସହାୟତା ବିକଳ୍ପ ବାଛନ୍ତୁ
-ଏହି ଉପାୟରେ ଆପଣ Report a Fraud କିମ୍ବା Message Us ଅପ୍ସନ ଚୟନ କରିପାରିବେ
-ତା’ପରେ ଆପଣଙ୍କୁ ପୋଲିସ ରିପୋର୍ଟ ସହିତ କିଛି ବିବରଣୀ ଦେବାକୁ ପଡିବ। ସମସ୍ତ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ପେଟିଏମ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।

ଗୁଗଲ ପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ସର୍ବପ୍ରଥମେ ଯେକୌଣସି ଫୋନରୁ 18004190157 ନମ୍ବରକୁ ଡାଏଲ କରନ୍ତୁ
-ଏହା ପରେ ପେଟିଏମ ଆକାଉଣ୍ଟକୁ ବନ୍ଦ କରିବା ବିଷୟରେ କଷ୍ଟମର କେୟାରଙ୍କୁ ସୂଚନା ଦେବାକୁ ପଡ଼ିବ
-ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏକ ପିସି କିମ୍ବା ଫୋନରେ ଗୁଗଲ ଫାଇଣ୍ଡ୍‌ ମାଇ ଫୋନକୁ ଲଗଇନ କରିବାକୁ ପଡିବ। ଏହା ପରେ, ଗୁଗଲ ପେର ସମସ୍ତ ତଥ୍ୟକୁ ରିମୋଟ ଦ୍ୱାରା ଡିଲିଟ୍‌ କରିବାକୁ ପଡିବ
-ଏହା ପରେ ଆପଣଙ୍କର ଗୁଗଲ ପେ ଆକାଉଣ୍ଟ ସାମୟିକ ଭାବରେ ବନ୍ଦ ହୋଇଯିବ।
ଯଦି ଆପଣ ଜଣେ ଆଇଓଏସ ୟୁଜର୍‌, ତେବେ find my app ଏବଂ ଅନ୍ୟାନ୍ୟ ଆପଲ ଅଥରାଇଜ୍‌ଡ୍‌ ଟୁଲ୍‌ ମାଧ୍ୟମରେ ସମସ୍ତ ତଥ୍ୟ ଡିଲିଟ କରି ଆପଣ ଗୁଗଲ ପେ ଆକାଉଣ୍ଟକୁ ବନ୍ଦ କରିପାରିବେ ।
ଫୋନେପେ ୟୁପିଆଇ ଆଇଡିକୁ କିପରି ବନ୍ଦ କରିବେ
-ସର୍ବପ୍ରଥମେ 02268727374 କିମ୍ବା 08068727374 କୁ କଲ କରନ୍ତୁ
-ଯେଉଁ ମୋବାଇଲ ନମ୍ବର ସହିତ UPI ID ଲିଙ୍କ ହୋଇଛି ତାହା ବିରୋଧରେ ଅଭିଯୋଗ ଦାଖଲ କରନ୍ତୁ
-ଯେତେବେଳେ ଓଟିପି ପାଇଁ ପଚାରିଯିବ ସେତେବେଳେ ଆପଣଙ୍କୁ ସିମ କାର୍ଡ ଏବଂ ଡିଭାଇସ ହରାଇବାର ବିକଳ୍ପ ବାଛିବାକୁ ପଡିବ
-ଏହା ପରେ ଆପଣ କଷକଟମର କେୟାର ସହ ଯୋଡି ହେବାକୁ ପଡିବ। ଯେଉଁଠାରୁ ଆପଣ କିଛି ସୂଚନା ଦେଇ UPI ID କୁ ବନ୍ଦ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri