Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ, ଚିଡ଼ଚିଡ଼ ହେବା ଏବଂ ଟେନସନ ଆଦି ଆମର ଜୀବନର ଅଂଶ ହୋଇଯାଏ। ରୋଜଗାରର ଭାଗଦୌଡ଼ରେ ଯଦି ଆମେ ନିଜ ମନ ଓ ଶରୀରକୁ ବିଶ୍ରାମ ନ ଦେବା, ତେବେ କାମ ଠିକରେ କରିପାରିବା ନାହିଁ। ସେଲ୍ଫ କେୟାର ଆମକୁ ଭିତରୁ ମଜବୁତ କରେ। କଠିନ ପରିସ୍ଥିତିରେ ମଧ୍ୟ ଆମକୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଯେତେବେଳେ ଆମେ ନିଜକୁ ସମୟ ଦେବା, ତେବେ ହିଁ ଜୀବନକୁ ଭଲ ଭାବରେ ଜିଇଁପାରିବା। ତେଣୁ ଯଦି ଆପଣ ମଧ୍ୟ ୨୦୨୬ ବର୍ଷରେ ସେଲ୍ଫ କେୟାରର ପ୍ରତିଜ୍ଞା ନେଇଛନ୍ତି, ତେବେ ଆମଠାରୁ କିଛି ସ୍ବତନ୍ତ୍ର ଟିପ୍ସ ନେଇପାରିବେ।

ଦିନର ଆରମ୍ଭ:
ସକାଳେ ଉଠିବା ମାତ୍ରେ ଫୋନ ଦେଖିବା ବଦଳରେ ୧୦ରୁ ୧୫ ମିନିଟ ନିଜ ପାଇଁ ବାହାର କରନ୍ତୁ। ହାଲୁକା ଷ୍ଟ୍ରେଚିଙ୍ଗ, ବୁଲିବା କିମ୍ବା ଚୁପ ବସି ଗଭୀର ନିଃଶ୍ୱାସ ନେବା ଭଳି କିଛି ବି ଚଳିବ। ଏହାଦ୍ୱାରା ଦିନର ଆରମ୍ଭ ଶାନ୍ତ ମନରେ ହୁଏ ଏବଂ ପୁରା ଦିନ ଭଲରେ ଯାଏ।

ଡିଜିଟାଲ ବାଲାନ୍ସ ବଜାୟ ରଖନ୍ତୁ:
୨୦୨୬ରେ ସ୍କ୍ରିନ୍‌ରୁ ବଞ୍ଚିବା କଷ୍ଟକର, କିନ୍ତୁ ସନ୍ତୁଳନ ଗଢ଼ିବା ସମ୍ଭବ। ଦିନରେ କିଛି ସମୟ ଏପରି ରଖନ୍ତୁ ଯେତେବେଳେ ଆପଣ ମୋବାଇଲ, ଲ୍ୟାପଟପ କିମ୍ବା ସୋସିଆଲ ମିଡିଆରୁ ଦୂରେଇ ରହିବେ। ଖାଦ୍ୟ ଖାଉଥିବା ସମୟରେ ଫୋନ ଦେଖନ୍ତୁ ନାହିଁ ଏବଂ ଶୋଇବା ପୂର୍ବରୁ ସ୍କ୍ରିନ ଟାଇମ କମ କରନ୍ତୁ। ଏହି ଛୋଟ ଅଭ୍ୟାସ ମନକୁ ବହୁତ ଆରାମ ଦେଇଥାଏ।

ନିଜ ଶରୀରର କଥା ଶୁଣନ୍ତୁ:
ସେଲ୍ଫ କେୟାରର ଏକ ବଡ଼ ଅଂଶ ହେଉଛି ଶରୀରର ଆବଶ୍ୟକତାଗୁଡ଼ିକ ବୁଝିବା। ସମୟରେ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ପୂରା ନିଦ ନେବା ବହୁତ ଜରୁରୀ। ଫିଟ ରହିବା ପାଇଁ ଘଣ୍ଟା ଘଣ୍ଟା ଜିମ ଯିବା ଜରୁରୀ ନୁହେଁ, ରୋଜ ୨୦ରୁ ୩୦ ମିନିଟ ବୁଲିବା କିମ୍ବା ହାଲୁକା ବ୍ୟାୟାମ ମଧ୍ୟ ଯଥେଷ୍ଟ।

ମନର ଭାବନାଗୁଡ଼ିକୁ ଦବାନ୍ତୁ ନାହିଁ:
ଆମେ ପ୍ରାୟତଃ ସବୁ ଠିକ ଅଛି କହି ନିଜ ଭାବନାଗୁଡ଼ିକୁ ଅବହେଳା କରିଦେଉ। କିନ୍ତୁ ସେଲ୍ଫ କେୟାରର ଅର୍ଥ ହେଉଛି ନିଜର ଖୁସି, ଦୁଃଖ, ରାଗ, ସବୁକୁ ଗ୍ରହଣ କରିବା। ଯଦି ମନ ଭାରି ଲାଗେ ତେବେ କୌଣସି ବିଶ୍ୱସ୍ତ ବ୍ୟକ୍ତି ସହିତ କଥା କହନ୍ତୁ କିମ୍ବା ନିଜ କଥାଗୁଡ଼ିକ ଲେଖି ରଖନ୍ତୁ। ଏହା ମନକୁ ହାଲୁକା କରିଥାଏ।

ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରନ୍ତୁ:
ସୋସିଆଲ ମିଡିଆରେ ଅନ୍ୟମାନଙ୍କର ଜୀବନ ପରଫେକ୍ଟ ଲାଗିପାରେ, କିନ୍ତୁ ବାସ୍ତବତା ଭିନ୍ନ ହୋଇଥାଏ। ୨୦୨୬ରେ ସବୁଠାରୁ ଜରୁରୀ ସେଲ୍ଫ କେୟାର ହେଉଛି, ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରିବା। ଆପଣଙ୍କର ଗତି, ଆପଣଙ୍କର ଯାତ୍ରା ଅଲଗା। ଏହା ସଂପୂର୍ଣ୍ଣ ରୂପେ ଠିକ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri