Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ, ଚିଡ଼ଚିଡ଼ ହେବା ଏବଂ ଟେନସନ ଆଦି ଆମର ଜୀବନର ଅଂଶ ହୋଇଯାଏ। ରୋଜଗାରର ଭାଗଦୌଡ଼ରେ ଯଦି ଆମେ ନିଜ ମନ ଓ ଶରୀରକୁ ବିଶ୍ରାମ ନ ଦେବା, ତେବେ କାମ ଠିକରେ କରିପାରିବା ନାହିଁ। ସେଲ୍ଫ କେୟାର ଆମକୁ ଭିତରୁ ମଜବୁତ କରେ। କଠିନ ପରିସ୍ଥିତିରେ ମଧ୍ୟ ଆମକୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଯେତେବେଳେ ଆମେ ନିଜକୁ ସମୟ ଦେବା, ତେବେ ହିଁ ଜୀବନକୁ ଭଲ ଭାବରେ ଜିଇଁପାରିବା। ତେଣୁ ଯଦି ଆପଣ ମଧ୍ୟ ୨୦୨୬ ବର୍ଷରେ ସେଲ୍ଫ କେୟାରର ପ୍ରତିଜ୍ଞା ନେଇଛନ୍ତି, ତେବେ ଆମଠାରୁ କିଛି ସ୍ବତନ୍ତ୍ର ଟିପ୍ସ ନେଇପାରିବେ।

ଦିନର ଆରମ୍ଭ:
ସକାଳେ ଉଠିବା ମାତ୍ରେ ଫୋନ ଦେଖିବା ବଦଳରେ ୧୦ରୁ ୧୫ ମିନିଟ ନିଜ ପାଇଁ ବାହାର କରନ୍ତୁ। ହାଲୁକା ଷ୍ଟ୍ରେଚିଙ୍ଗ, ବୁଲିବା କିମ୍ବା ଚୁପ ବସି ଗଭୀର ନିଃଶ୍ୱାସ ନେବା ଭଳି କିଛି ବି ଚଳିବ। ଏହାଦ୍ୱାରା ଦିନର ଆରମ୍ଭ ଶାନ୍ତ ମନରେ ହୁଏ ଏବଂ ପୁରା ଦିନ ଭଲରେ ଯାଏ।

ଡିଜିଟାଲ ବାଲାନ୍ସ ବଜାୟ ରଖନ୍ତୁ:
୨୦୨୬ରେ ସ୍କ୍ରିନ୍‌ରୁ ବଞ୍ଚିବା କଷ୍ଟକର, କିନ୍ତୁ ସନ୍ତୁଳନ ଗଢ଼ିବା ସମ୍ଭବ। ଦିନରେ କିଛି ସମୟ ଏପରି ରଖନ୍ତୁ ଯେତେବେଳେ ଆପଣ ମୋବାଇଲ, ଲ୍ୟାପଟପ କିମ୍ବା ସୋସିଆଲ ମିଡିଆରୁ ଦୂରେଇ ରହିବେ। ଖାଦ୍ୟ ଖାଉଥିବା ସମୟରେ ଫୋନ ଦେଖନ୍ତୁ ନାହିଁ ଏବଂ ଶୋଇବା ପୂର୍ବରୁ ସ୍କ୍ରିନ ଟାଇମ କମ କରନ୍ତୁ। ଏହି ଛୋଟ ଅଭ୍ୟାସ ମନକୁ ବହୁତ ଆରାମ ଦେଇଥାଏ।

ନିଜ ଶରୀରର କଥା ଶୁଣନ୍ତୁ:
ସେଲ୍ଫ କେୟାରର ଏକ ବଡ଼ ଅଂଶ ହେଉଛି ଶରୀରର ଆବଶ୍ୟକତାଗୁଡ଼ିକ ବୁଝିବା। ସମୟରେ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ପୂରା ନିଦ ନେବା ବହୁତ ଜରୁରୀ। ଫିଟ ରହିବା ପାଇଁ ଘଣ୍ଟା ଘଣ୍ଟା ଜିମ ଯିବା ଜରୁରୀ ନୁହେଁ, ରୋଜ ୨୦ରୁ ୩୦ ମିନିଟ ବୁଲିବା କିମ୍ବା ହାଲୁକା ବ୍ୟାୟାମ ମଧ୍ୟ ଯଥେଷ୍ଟ।

ମନର ଭାବନାଗୁଡ଼ିକୁ ଦବାନ୍ତୁ ନାହିଁ:
ଆମେ ପ୍ରାୟତଃ ସବୁ ଠିକ ଅଛି କହି ନିଜ ଭାବନାଗୁଡ଼ିକୁ ଅବହେଳା କରିଦେଉ। କିନ୍ତୁ ସେଲ୍ଫ କେୟାରର ଅର୍ଥ ହେଉଛି ନିଜର ଖୁସି, ଦୁଃଖ, ରାଗ, ସବୁକୁ ଗ୍ରହଣ କରିବା। ଯଦି ମନ ଭାରି ଲାଗେ ତେବେ କୌଣସି ବିଶ୍ୱସ୍ତ ବ୍ୟକ୍ତି ସହିତ କଥା କହନ୍ତୁ କିମ୍ବା ନିଜ କଥାଗୁଡ଼ିକ ଲେଖି ରଖନ୍ତୁ। ଏହା ମନକୁ ହାଲୁକା କରିଥାଏ।

ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରନ୍ତୁ:
ସୋସିଆଲ ମିଡିଆରେ ଅନ୍ୟମାନଙ୍କର ଜୀବନ ପରଫେକ୍ଟ ଲାଗିପାରେ, କିନ୍ତୁ ବାସ୍ତବତା ଭିନ୍ନ ହୋଇଥାଏ। ୨୦୨୬ରେ ସବୁଠାରୁ ଜରୁରୀ ସେଲ୍ଫ କେୟାର ହେଉଛି, ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରିବା। ଆପଣଙ୍କର ଗତି, ଆପଣଙ୍କର ଯାତ୍ରା ଅଲଗା। ଏହା ସଂପୂର୍ଣ୍ଣ ରୂପେ ଠିକ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri