ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ ସେବା ଜରିଆରେ ଆପଣ ସହଜରେ ବାଇକ୍‌କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇ ପାରିବେ। ଉଦାହରଣ ସ୍ବରୂପ, ଆପଣ ଭୋପାଳରୁ ଦିଲ୍ଲୀକୁ ନିଜ ବାଇକ ସହଜରେ ପଠାଇପାରିବେ। ଏଥିଲାଗି କେବଳ ଆବଶ୍ୟକ ହେଉଛି ସଠିକ ଡ଼କ୍ୟୁମେଣ୍ଟ ଓ ପ୍ୟାକିଂ ପ୍ରକ୍ରିୟା।ଆସନ୍ତୁ ଜାଣିବା:

୧. ବାଇକ ପଠାଇବା ପାଇଁ ଆବଶ୍ୟକ ଡ଼କ୍ୟୁମେଣ୍ଟ:
ବାଇକ୍କୁ ରେଳବାଇ ପାର୍ସଲ କିମ୍ବା ଲଗେଜ ଭାବେ ପଠାଇବା ପାଇଁ ଆପଣଙ୍କ ପାଖରେ ନିମ୍ନଲିଖିତ ଡ଼କ୍ୟୁମେଣ୍ଟ ଥିବା ଜରୁରୀ:
– ଆର୍‌ସି (ରେଜିଷ୍ଟ୍ରେସନ ସାର୍ଟିଫିକେଟ)
– ଇନସୁରାନ୍ସ ପେପର
– ବୈଧ ପରିଚୟପତ୍ର

ଏହି ଡ଼କ୍ୟୁମେଣ୍ଟ ବିନା ବାଇକ ବୁକିଂ ହୋଇପାରିବ ନାହିଁ। ବାଇକ୍ର ଓଜନ, ମଡେଲ ଓ ଅନ୍ୟ ଆବଶ୍ୟକ ତଥ୍ୟ ରେକର୍ଡ କରାଯାଇ ଏକ ରସିଦ ପ୍ରଦାନ କରାଯାଏ, ଯାହାକୁ ଗନ୍ତବ୍ୟ ଷ୍ଟେସନରେ ବାଇକ ଗ୍ରହଣ କରିବା ପାଇଁ ଦେଖାଇବାକୁ ପଡ଼ିବ। ଏହି ରସିଦକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ।

୨. ପ୍ୟାକିଂ ନିୟମ:
ବାଇକ ପଠାଇବା ପୂର୍ବରୁ ଏହାର ସଠିକ ପ୍ୟାକିଂ କରାଯିବା ଆବଶ୍ୟକ। ସାଧାରଣତଃ ରେଳବାଇ ଷ୍ଟେସନରେ ପ୍ୟାକିଂ ସୁବିଧା ଉପଲବ୍ଧ ଥାଏ। ବାଇକ୍‌ର ହ୍ୟାଣ୍ଡେଲ, ଫୁଟରେଷ୍ଟ ଓ ଅନ୍ୟ ଅଂଶକୁ ସୁରକ୍ଷିତ ରଖିବା ପାଇଁ ବୋରା କିମ୍ବା କାର୍ଡବୋର୍ଡ ବ୍ୟବହାର କରାଯାଏ। ଆପଣ ପାର୍ସଲ ଅଫିସରେ ପ୍ରାୟ ୫୦୦-୧୦୦୦ ଟଙ୍କା ଦେଇ ବାଇକ୍‌ର ପ୍ୟାକିଂ କରାଇପାରିବେ। ନଚେତ ଆପଣ ନିଜେ ମଧ୍ୟ ପ୍ୟାକିଂ କରିପାରିବେ। ଏହା ସହ ବାଇକ୍‌ର ପେଟ୍ରୋଲ ଟ୍ୟାଙ୍କକୁ ପ୍ରାୟ ପୂରା ଖାଲି କରିବାକୁ ପଡ଼ିବ।

୩. ପାର୍ସଲ ଓ ଲଗେଜରେ ପାର୍ଥକ୍ୟ:
ଯଦି ଆପଣ ସେହି ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ବାଇକ୍‌କୁ ଲଗେଜ ଭାବେ ବୁକ କରାଯାଇପାରିବ, ଯାହା ସେହି ଟ୍ରେନର ପାର୍ସଲ ଭ୍ୟାନରେ ଯିବ। କିନ୍ତୁ ଯଦି ଆପଣ ସାଙ୍ଗରେ ଯାଉନାହାନ୍ତି, ତେବେ ବାଇକ୍‌କୁ ପାର୍ସଲ ଭାବେ ବୁକ କରାଯିବ, ଯାହା ରେଳବାଇ ର୍ନିଦ୍ଦିଷ୍ଟ ସମୟରେ ଗନ୍ତବ୍ୟକୁ ପହଞ୍ଚାଇବ।

୪. ଶୁଳ୍କ ଓ ରସିଦ
ବାଇକ ପଠାଇବାର ଶୁଳ୍କ ଦୂରତ୍ୱ ଓ ଓଜନ ଉପରେ ନିର୍ଭରର କରେ। ସାଧାରଣତଃ ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ପେମେଣ୍ଟ ପରେ ଆପଣଙ୍କୁ ପାର୍ସଲ ରସିଦ କିମ୍ବା ଲଗେଜ ଟିକେଟ ମିଳିବ, ଯାହାକୁ ଗନ୍ତବ୍ୟ ଷ୍ଟେସନରେ ଦେଖାଇ ବାଇକ ଗ୍ରହଣ କରିବାକୁ ହେବ।

୫. ବାଇକ ଗ୍ରହଣ ପ୍ରକ୍ରିୟା:
ଗନ୍ତବ୍ୟ ଷ୍ଟେସନରେ ପହଞ୍ଚିବା ପରେ ରିସିଭରଙ୍କୁ ପାର୍ସଲ ରସିଦ ଓ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ରେଳବାଇ କର୍ମଚାରୀ ଯାଞ୍ଚ ପରେ ବାଇକ ହସ୍ତାନ୍ତର କରିବେ। ଯଦି ପ୍ୟାକିଂରେ କୌଣସି କ୍ଷତି ଦେଖାଯାଏ, ତୁରନ୍ତ ଷ୍ଟେସନ ମାଷ୍ଟରଙ୍କ ନିକଟରେ ଅଭିଯୋଗ ଦାୟର କରାଯାଇପାରିବ। ଏହାଛଡ଼ା, ବାଇକ ପହଞ୍ଚିବା ପରେ ଯଦି ଆପଣ କିଛି ଦିନ ମଧ୍ୟରେ ଏହା ଗ୍ରହଣ ନକରନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ, ଯାହା ଦିନ ଓ ଘଣ୍ଟା ହିସାବରେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ତେଣୁ, ଭାରତୀୟ ରେଳବାଇର ପାର୍ସଲ ସେବା ବ୍ୟବହାର କରି ଆପଣ ସୁରକ୍ଷିତ ଓ ସୁଲଭ ଭାବେ ନିଜ ବାଇକ୍‌କୁୁ ଅନ୍ୟ ସହରକୁ ପଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri