ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ ସେବା ଜରିଆରେ ଆପଣ ସହଜରେ ବାଇକ୍‌କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇ ପାରିବେ। ଉଦାହରଣ ସ୍ବରୂପ, ଆପଣ ଭୋପାଳରୁ ଦିଲ୍ଲୀକୁ ନିଜ ବାଇକ ସହଜରେ ପଠାଇପାରିବେ। ଏଥିଲାଗି କେବଳ ଆବଶ୍ୟକ ହେଉଛି ସଠିକ ଡ଼କ୍ୟୁମେଣ୍ଟ ଓ ପ୍ୟାକିଂ ପ୍ରକ୍ରିୟା।ଆସନ୍ତୁ ଜାଣିବା:

୧. ବାଇକ ପଠାଇବା ପାଇଁ ଆବଶ୍ୟକ ଡ଼କ୍ୟୁମେଣ୍ଟ:
ବାଇକ୍କୁ ରେଳବାଇ ପାର୍ସଲ କିମ୍ବା ଲଗେଜ ଭାବେ ପଠାଇବା ପାଇଁ ଆପଣଙ୍କ ପାଖରେ ନିମ୍ନଲିଖିତ ଡ଼କ୍ୟୁମେଣ୍ଟ ଥିବା ଜରୁରୀ:
– ଆର୍‌ସି (ରେଜିଷ୍ଟ୍ରେସନ ସାର୍ଟିଫିକେଟ)
– ଇନସୁରାନ୍ସ ପେପର
– ବୈଧ ପରିଚୟପତ୍ର

ଏହି ଡ଼କ୍ୟୁମେଣ୍ଟ ବିନା ବାଇକ ବୁକିଂ ହୋଇପାରିବ ନାହିଁ। ବାଇକ୍ର ଓଜନ, ମଡେଲ ଓ ଅନ୍ୟ ଆବଶ୍ୟକ ତଥ୍ୟ ରେକର୍ଡ କରାଯାଇ ଏକ ରସିଦ ପ୍ରଦାନ କରାଯାଏ, ଯାହାକୁ ଗନ୍ତବ୍ୟ ଷ୍ଟେସନରେ ବାଇକ ଗ୍ରହଣ କରିବା ପାଇଁ ଦେଖାଇବାକୁ ପଡ଼ିବ। ଏହି ରସିଦକୁ ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ।

୨. ପ୍ୟାକିଂ ନିୟମ:
ବାଇକ ପଠାଇବା ପୂର୍ବରୁ ଏହାର ସଠିକ ପ୍ୟାକିଂ କରାଯିବା ଆବଶ୍ୟକ। ସାଧାରଣତଃ ରେଳବାଇ ଷ୍ଟେସନରେ ପ୍ୟାକିଂ ସୁବିଧା ଉପଲବ୍ଧ ଥାଏ। ବାଇକ୍‌ର ହ୍ୟାଣ୍ଡେଲ, ଫୁଟରେଷ୍ଟ ଓ ଅନ୍ୟ ଅଂଶକୁ ସୁରକ୍ଷିତ ରଖିବା ପାଇଁ ବୋରା କିମ୍ବା କାର୍ଡବୋର୍ଡ ବ୍ୟବହାର କରାଯାଏ। ଆପଣ ପାର୍ସଲ ଅଫିସରେ ପ୍ରାୟ ୫୦୦-୧୦୦୦ ଟଙ୍କା ଦେଇ ବାଇକ୍‌ର ପ୍ୟାକିଂ କରାଇପାରିବେ। ନଚେତ ଆପଣ ନିଜେ ମଧ୍ୟ ପ୍ୟାକିଂ କରିପାରିବେ। ଏହା ସହ ବାଇକ୍‌ର ପେଟ୍ରୋଲ ଟ୍ୟାଙ୍କକୁ ପ୍ରାୟ ପୂରା ଖାଲି କରିବାକୁ ପଡ଼ିବ।

୩. ପାର୍ସଲ ଓ ଲଗେଜରେ ପାର୍ଥକ୍ୟ:
ଯଦି ଆପଣ ସେହି ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ବାଇକ୍‌କୁ ଲଗେଜ ଭାବେ ବୁକ କରାଯାଇପାରିବ, ଯାହା ସେହି ଟ୍ରେନର ପାର୍ସଲ ଭ୍ୟାନରେ ଯିବ। କିନ୍ତୁ ଯଦି ଆପଣ ସାଙ୍ଗରେ ଯାଉନାହାନ୍ତି, ତେବେ ବାଇକ୍‌କୁ ପାର୍ସଲ ଭାବେ ବୁକ କରାଯିବ, ଯାହା ରେଳବାଇ ର୍ନିଦ୍ଦିଷ୍ଟ ସମୟରେ ଗନ୍ତବ୍ୟକୁ ପହଞ୍ଚାଇବ।

୪. ଶୁଳ୍କ ଓ ରସିଦ
ବାଇକ ପଠାଇବାର ଶୁଳ୍କ ଦୂରତ୍ୱ ଓ ଓଜନ ଉପରେ ନିର୍ଭରର କରେ। ସାଧାରଣତଃ ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ପେମେଣ୍ଟ ପରେ ଆପଣଙ୍କୁ ପାର୍ସଲ ରସିଦ କିମ୍ବା ଲଗେଜ ଟିକେଟ ମିଳିବ, ଯାହାକୁ ଗନ୍ତବ୍ୟ ଷ୍ଟେସନରେ ଦେଖାଇ ବାଇକ ଗ୍ରହଣ କରିବାକୁ ହେବ।

୫. ବାଇକ ଗ୍ରହଣ ପ୍ରକ୍ରିୟା:
ଗନ୍ତବ୍ୟ ଷ୍ଟେସନରେ ପହଞ୍ଚିବା ପରେ ରିସିଭରଙ୍କୁ ପାର୍ସଲ ରସିଦ ଓ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ରେଳବାଇ କର୍ମଚାରୀ ଯାଞ୍ଚ ପରେ ବାଇକ ହସ୍ତାନ୍ତର କରିବେ। ଯଦି ପ୍ୟାକିଂରେ କୌଣସି କ୍ଷତି ଦେଖାଯାଏ, ତୁରନ୍ତ ଷ୍ଟେସନ ମାଷ୍ଟରଙ୍କ ନିକଟରେ ଅଭିଯୋଗ ଦାୟର କରାଯାଇପାରିବ। ଏହାଛଡ଼ା, ବାଇକ ପହଞ୍ଚିବା ପରେ ଯଦି ଆପଣ କିଛି ଦିନ ମଧ୍ୟରେ ଏହା ଗ୍ରହଣ ନକରନ୍ତି, ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ, ଯାହା ଦିନ ଓ ଘଣ୍ଟା ହିସାବରେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ତେଣୁ, ଭାରତୀୟ ରେଳବାଇର ପାର୍ସଲ ସେବା ବ୍ୟବହାର କରି ଆପଣ ସୁରକ୍ଷିତ ଓ ସୁଲଭ ଭାବେ ନିଜ ବାଇକ୍‌କୁୁ ଅନ୍ୟ ସହରକୁ ପଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri