ଏଭଳି ଦେଖନ୍ତୁ Youtube ଭିଡିଓ, ଦିନ ସାରା ବ୍ୟବହାର କଲେ ବି ସରିବନି ଡାଟା…

ଦିନ ଥିଲା ୧ଜିବି ଡାଟା ମାସେ ଯାଏ ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇଛି। ତା ସହ ବଢ଼ିଛି ମନୋରଞ୍ଜନର ପ୍ଲାଟଫର୍ମ। ସେଥିରୁ ଗୋଟିଏ ହେଲା ୟୁଟ୍ୟୁବ୍‌। ଅନେକ ଏଥିରେ ଭିଡିଓ ଦେଖିବାକୁ ଭଲ ପାଆନ୍ତି। ହେଲେ ଡାଟା ଶୀଘ୍ର ଶେଷ ହୋଇଯାଉଥିବାରୁ ସେଥିରୁ ବିରତ ହୋଇଥାନ୍ତି। ଆଜି କିଛି ଟିପ୍ସ ସେଭଳି ବ୍ୟବହାରକାରୀଙ୍କ ଲାଗି କହିବାକୁ ଯାଉଛୁ, ଯେଉଁମାନେ ଭିଡିଓ ଦେଖିଲେ ବି ଡାଟା ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ।

ଭିଡିଓ କ୍ୱାଲିଟି କମ୍‌ କରନ୍ତୁ:
ଏହା ସବୁଠାରୁ ସାଧାରଣ ଉପାୟ ଅଟେ। ହେଲେ ବହୁ ଉପାଦୟ। ୟୁଟ୍ୟୁବ ଭିଡିଓ ଦେଖିବା ସମୟରେ କ୍ୱାଲିଟି କମ୍‌ କରିଦେଲେ ଅଧିକ ଡାଟା ସଞ୍ଚୟ କରିପାରିବେ।

ଅଫଲାଇନ୍‌ ମୋଡର ବ୍ୟବହାର କରନ୍ତୁ:
ୟୁଟ୍ୟୁବ୍‌ରେ ଅଫଲାଇନ୍‌ ମୋଡ୍‌ର ବ୍ୟବହାର କରି ଆପଣ ଭିଡିଓକୁ ଅଫଲାଇନ୍‌ରେ ଡାଉନଲୋଡ କରିପାରିବେ। ପରେ ଇଣ୍ଟରନେଟ ନ ଥିଲେ ବି ଭିଡିଓ ଦେଖିପାରିବେ।

ଅଟୋପ୍ଲେକୁ ବନ୍ଦ କରନ୍ତୁ:
ଆପଣ ୟୁଟ୍ୟୁବର ଅଟୋପ୍ଲେ ଫିଚ୍‌ରକୁ ବନ୍ଦ କରିଦିଅନ୍ତୁ। କାରଣ ଗୋଟିଏ ଭିଡିଓ ଶେଷ ହେବା ପରେ ଆଗାମୀ ଭିଡିଓ ଅଟୋମେଟିକ୍‌ ଆରମ୍ଭ ହୋଇଯିବ। ଏହାଦ୍ୱାରା ଅଧିକ ଡାଟା ସରିବ।

ଓ୍ବାଇଫାଇ ମିଳିଲେ କରନ୍ତୁ ଡାଉନଲୋଡ:
ଯଦି ଆପଣ ମୋବାଇଲ ଡାଟାରୁ ଭିଡିଓ ଦେଖିଥାନ୍ତି ତେବେ ଆପଣ ଓ୍ବାଇଫାଇରେ ଏହାକୁ ଡାଉନଲୋଡ କରିନେଇପାରନ୍ତି। ପରେ ଇଣ୍ଟରନେଟ ବିନା ତାକୁ ଦେଖିପାରିବେ।
ଡାଟା ସେଭିଂସ୍‌ ଅପଶନର ଉପଯୋଗ କରନ୍ତୁ:
ୟୁଟ୍ୟୁବ୍‌ ଆପ୍ଲିକେଶନରେ ଉପଲବ୍ଧ ହେଉଥିବା ଡାଟା ସେଭିଂ ଅପଶନ୍‌ର ଉପଯୋଗ କରନ୍ତୁ। ଏହାଦ୍ୱାରା ଡାଟାର ବ୍ୟବହାର କମ୍‌ ହେବ।
ଆଡବ୍ଲକରର ବ୍ୟବହାର କରନ୍ତୁ: ବିଜ୍ଞାପନଗୁଡ଼ିକୁ ବ୍ଲକ କରିବା ଲାଗି ଆଡବ୍ଲକ୍‌ ଏକ୍ସଟେଶନର ଉପଯୋଗ କରନ୍ତୁ। କାରଣ ବିଜ୍ଞାପନ ଯୋଗୁ ଅଧିକ ଡାଟା ଶେଷ ହୋଇଥାଏ।

ୟୁଟ୍ୟୁବ୍‌ ମ୍ୟୁଜିକ୍‌: ଯଦି ଆପଣ କେବଳ ଭିଡିଓକୁ ଶୁଣୁଛନ୍ତି ତେବେ ୟୁଟ୍ୟୁବ୍‌ ମ୍ୟୁଜିକ୍‌ର ବ୍ୟବହାର କରିପାରିବେ। ଏହାଦ୍ୱାରା ଅନେକ ଡାଟା ବଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri