ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ ହର ପ୍ରସାଦ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ସେବା କମିଟି ଅଧ୍ୟକ୍ଷା ତଥା ସିଭିଲ ଜଜ ସିନିୟର୍ ଡିଭିଜନ କୋର୍ଟର ମାଜିଷ୍ଟ୍ରେଟ ମହାଶତୋ ପରିଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସେହିଭଳି ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ, ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ, ସରକାରୀ ଓକିଲ ହେମନ୍ତ କୁମାର ପାଣିଗ୍ରାହୀ,ପରେଶ ଚନ୍ଦ୍ର ରଥ, ମିଶନ ଶକ୍ତି ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ଆଇନଜୀବି କୁରେଶୁ ପଣ୍ଡା, ପ୍ରଦୀପ କୁମାର ନାୟକ , ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ, ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଯୌତୁକ ନିରୋଧ ଆଇନ, ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ ଉପରେ ଆଲୋକପାତ କରାଯିବା ସହ ମାଗଣା ଆଇନ ସହାୟତା ବ୍ୟବସ୍ଥା ଉପରେ ମଧ୍ୟ ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ଓ ମହିଳାମାନଙ୍କୁ ସଚେତନ କରାଯାଇଥିଲ। ବିଚାର ବିଭାଗୀୟ କର୍ମଚାରୀ ସଂଗ୍ରାମ କେଶରୀ ପଣ୍ଡା, ପ୍ରଦୀପ କୁମାର ପୁରୋହିତ, ରୁଦ୍ର ପ୍ରସାଦ ତାଣ୍ଡିଆ, ଆକାଶ କୁମାର ପାଢ଼ୀ, ନିରଞ୍ଜନ ଶବର, କାଳିଆ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

