ପ୍ରତିଦିନ ସକାଳେ ପିଅନ୍ତୁ ରସୁଣ ଭିଜା ପାଣି, ମିଳିବ ଏସବୁ ଉପକାର

ଲକ୍‌ଡାଉନ ସମୟରେ ମେଦବହୁଳତା ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅଧିକାଂଶ ଲୋକ ବଢୁଥିବା ଓଜନକୁ ନେଇ ବହୁତ ଚନ୍ତିତ ଥାନ୍ତି। ଓଜନ ବୃଦ୍ଧି ବହୁତ ସହଜ କିନ୍ତୁ ଏହାକୁ ହ୍ରାସ କରିବା ମଧ୍ୟ ସମାନ କଷ୍ଟକର। ଡାଏଟିଂ ଏବଂ ବ୍ୟାୟାମ ପରେ ପେଟର ଚର୍ବି ହ୍ରାସ କରିବାକୁ ବର୍ଷ ବର୍ଷ ସମୟ ଲାଗେ। କିନ୍ତୁ ଯଦି ଶୀଘ୍ର ଫିଟ ହେବାକୁ ଚାହାଁନ୍ତି, ରସୁଣ ପାଣି ପିଇବା ଲାଭଦାୟକ ହୋଇପାରେ। ପେଟର ଚର୍ବି କମାଇବା ପାଇଁ ରସୁଣ ପାଣି ଏକ ଉତ୍ତମ ବିକଳ୍ପ। ରସୁଣରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏଣୁ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ରସୁଣ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ହୃଦ ରୋଗରୁ ମଧ୍ୟ ରକ୍ଷା କରିବା ସହ ଓଜନ ମଧ୍ୟ ହ୍ରାସ କରିଥାଏ। ରସୁଣରେ ଫାଇବର, କ୍ୟାଲସିୟମ, ଭିଟାମିନ ବି୬, ଭିଟାମିନ ସି ଏବଂ ମାଙ୍ଗାନିଜ ଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନିୟମିତ ସକାଳେ ଖାଲି ପେଟରେ ରସୁଣ ପାଣି ପିଇବା ଦ୍ୱାରା ଓଜନ ବହୁତ ଶୀଘ୍ର କମିଯାଏ। ଏହା ଲେମ୍ବୁ ଅପେକ୍ଷା ଅଧିକ ଲାଭଦାୟକ ଅଟେ। ୨-୩ ଗ୍ଲାସ ରସୁଣ ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ପକାନ୍ତୁ। ପାଣି ରାତିସାରା ରସୁଣ ପୋଷକ ତତ୍ତ୍ୱକୁ ଶୋଷଣ କରିଥାଏ। ସକାଳେ ଅଧା ଏବଂ ଦିନ ବେଳା ବାକି ପାଣି ଖାଲି ପେଟରେ ପିଅନ୍ତୁ। ୩ ରୁ ୪ ସପ୍ତାହ ମଧ୍ୟରେ ଆପଣଙ୍କର ଓଜନ ଯଥେଷ୍ଟ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ଏଥିରୁ ଅଧା ଗ୍ଲାସ…

ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍‌ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍‌ ନାମକ...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ...

ଆଲୋଭେରା

ଆଲୋଭେରା ଏକ ଔଷଧୀୟ ଗଛ। ତା’ ସହିତ ବାସ୍ତୁ ଦୃଷ୍ଟିରୁ ବିଚାରକଲେ ମଧ୍ୟ ଏହା ଘର ପାଇଁ ବେଶ୍‌ ଶୁଭଙ୍କର। ସୌନ୍ଦର୍ଯ୍ୟ ପାଇଁ ବି ଆଲୋଭେରା...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ...

ଅଣ୍ଟା ବିନ୍ଧୁଥିଲେ…

ଆଜିକାଲି ଅଣ୍ଟାବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏହାର ଲକ୍ଷଣ ଜଣାପଡିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ...

ସ୍ମରଣ ଶକ୍ତି ଓ ମେଦବହୁଳତା

ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି କି ଅନେକ ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉନ୍ତି।...

ଜନ୍ମାଷ୍ଟମୀରେ ଭୁଲ୍‌ରେ ବି ଦେଖନ୍ତୁ ନାହିଁ ଶ୍ରୀକୃଷ୍ଣଙ୍କ ପିଠି: ଘଟିପାରେ ଏମିତି କିଛି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଜନ୍ମାଷ୍ଟମୀ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଶ୍ରୀକୃଷ୍ଣଙ୍କ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି। ଏହି ଦିନ ଭକ୍ତମାନେ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ...

ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ...

Advertisement

BGU

Archives

Model This Week

Why Dharitri