ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି ଆବଶ୍ୟକତା ଠାରୁ ଅଧିକ ନୀରବ ରହୁଥାନ୍ତି ତେବେ ତାଙ୍କ ସହ କିପରି ବ୍ୟବହାର କରିବାକୁ ହେବ ଜାଣନ୍ତୁ…

ଜୀବନର ସବୁ ଅକୁହା କଥା ଯାହା ଆଗରେ ଖୋଲି କହିହେବ, ଆଉ ସବୁ ସମସ୍ୟାକୁ ଯାହା ସହିତ ନିସଙ୍କୋଚରେ ବାଣ୍ଟିହେବ ସେଭଳି ଏକ ସମ୍ପର୍କ ହେଉଛି ଦାମ୍ପତ୍ୟ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷମାନେ ସବୁକଥା ଖୋଲି କହିପାରନ୍ତି ନାହିଁ। ଏଥିପାଇଁ ଧିରେଧିରେ କମ୍ୟୁନିକେସନ୍‌ ଗ୍ୟାପ୍‌ ହୋଇ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ। ଏଥିରୁ ମୁକୁଳିବାକୁ ହେଲେ ଗୃହିଣୀଙ୍କୁ ହିଁ ଭାବିଚିନ୍ତି ବ୍ୟବହାର କରିବାକୁ ହେବ।
ଦୃଢ କରିବାକୁ ହେଲେ ପରସ୍ପର ମଧ୍ୟରେ କମ୍ୟୁନିକେସନ୍‌ ରହିବା ନିହାତି ଜରୁରୀ। ଆଉ ପତିପତ୍ନୀଙ୍କ କ୍ଷେତ୍ରରେ ପରସ୍ପର ସହିତ ସବୁକିଛି ଶେୟାର କରିବା ଦରକର। ନଚେତ୍‌ କେତେବେଳେ ଭୁଲ ବୁଝାମଣା, ସନ୍ଦେହ ଭଳି ବିଭିନ୍ନ ପରିସ୍ଥିତି ସବୁ ଧିରେ ଧିରେ ସମ୍ପର୍କ ବିଗାଡି ଦେବ। ତେଣୁ ଉଭୟ ପରସ୍ପର ସହିତ ସବୁକଥା ମନଖୋଲି କଥାହେବା ଦରକାର। ହେଲେ ଅନେକ କ୍ଷେତ୍ରରେ ସ୍ବାମୀ ତାଙ୍କର ସବୁ କଥା ପତ୍ନୀଙ୍କ ସହ ଶେୟାର କରିପାରନ୍ତି ନାହିଁ। ଏମିତିକି କୌଣସି ବିଷୟରେ ପ୍ରଶ୍ନ କରିବା ବେଳେ କିଛି ପ୍ରତ୍ୟୁତ୍ତର ଦେବାରେ ବି ତାଙ୍କୁ ଅସୁବିଧା ହୁଏ। ଏଭଳି କ୍ଷେତ୍ରରେ ପତ୍ନୀ ତାଙ୍କ ସହ କିଭଳି ବ୍ୟବହାର କରିବେ ଜାଣିବା ଦରକାର।
ପ୍ରଥମେ ଚିହ୍ନନ୍ତୁ: ସାଇଲେଣ୍ଟ ହଜବ୍ୟାଣ୍ଡ ଭାବପ୍ରବଣତାକୁ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସେମାନେ ଖୁବ୍‌ କମ୍‌ କଥାବାର୍ତ୍ତା କରନ୍ତି। ନିଜ ଇମୋସନ୍‌ ଜାହିର କରିପାରନ୍ତି ନାହିଁ। ବେଳେବେଳେ ପତ୍ନୀଙ୍କ କଥାର ମଧ୍ୟ ଉତ୍ତର ଦେବାକୁ ସଙ୍କୋଚ ମନେକରନ୍ତି। ଫଳରେ ସମ୍ପର୍କ ଏକତରଫା ହୋଇଯାଏ। କଥାବାର୍ତ୍ତା ନ ହେଲେ ତାଙ୍କର ଭାବନାକୁ ଠିକ୍‌ ଭାବେ ବୁଝିହୁଏ ନାହିଁ। ଖାଲି ସେତିକି ନୁହେଁ ସେମାନଙ୍କ ସମସ୍ୟା କିମ୍ବା ତାଙ୍କ ଜୀବନରେ କଣ ସବୁ ଘଟୁଛି କିଛି ଜାଣି ହେବ ନାହିଁ। ଫଳରେ ସମ୍ପର୍କରେ ଦୂରତା ବଢିଯିବ। ତେଣୁ ସ୍ବାମୀଙ୍କର ଏଭଳି ଗୁଣ ଥିଲେ ପ୍ରଥମେ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଅଭିମାନ କରନ୍ତୁ ନାହିଁ।
ନୀରବତା କାରଣ: ଯେଉଁମାନେ ପତ୍ନୀଙ୍କ ସହ ବେଶି କଥା ହୋଇ ପାରନ୍ତି ନାହିଁ, ସେମାନେ ଘରେ ଅନ୍ୟ କାହା ଆଗରେ ମଧ୍ୟ ସବୁ କଥା କହିପାରନ୍ତି ନାହଁ ି। ତେଣୁ ଘରେ କୌଣସି ଝଗଡା ହେଲେ ସେମାନେ କାହାକୁ କିଛି ନ କହି ଚୁପ୍‌ ହୋଇଯାନ୍ତି। ବିଶେଷକରି ଶାଶୁ ବୋହୂ ଝଗଡା କଲେ ସେମାନେ ନିଜକୁ ଦୂରେଇ ରଖନ୍ତି। ଧିରେ ଧିରେ ସବୁ ଠିକ୍‌ ହୋଇଯିବ ବୋଲି ସେମାନେ ଭାବନ୍ତି। କିନ୍ତୁ ପରେ ଏହି ପରିସ୍ଥିତି ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢାଇ ଦେଇଥାଏ।
ସାମାଜିକ ପ୍ରଭାବ: ସାଧାରଣତଃ କୁହାଯାଏ କି ପୁରୁଷମାନେ ଅଧିକ ଷ୍ଟ୍ରଙ୍ଗ୍‌। ତେଣୁ ସେମାନେ କୌଣସି ପରିସ୍ଥିତିରେ କାନ୍ଦିବା କଥା ନୁହେଁ। ସେମାନଙ୍କୁ ବେଶି କଷ୍ଟ ହୁଏନି ଏମିତି ବିଭିନ୍ନ କଥା ପାଇଁ ପୁରୁଷମାନେ ନିଜ ଭାବପ୍ରବଣତାକୁ ଲୁଚାଇବାକୁ ବାଧ୍ୟ ହୁଅନ୍ତି। କୌଣସି ସମୟରେ କାନ୍ଦିଲେ କିମ୍ବା ନିଜର କଷ୍ଟ କହିଲେ ସେମାନେ ଦୁର୍ବଳ ବୋଲି ପ୍ରମାଣିତ ହେବେ ଭାବି ଅନେକେ ସବୁ କଥା ଲୁଚାଇ ରଖିବାକୁ ପସନ୍ଦ କରନ୍ତି।
ନିବିଡତା: ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଏକତରଫା ଭଳି ରହିଲେ ସେମାନଙ୍କ ସମ୍ପର୍କରେ ଦୂରତା ବଢିଯାଏ। ଫଳରେ କେହି କାହାକୁ ନିଜ ଭାବ ପ୍ରକାଶ କରିପାରନ୍ତି ନାହିଁ। ତେଣୁ ସମ୍ପର୍କରେ ଭୁଲ ବୁଝାମଣା ସୃଷ୍ଟି ହୁଏ। ଏମିତିକି ବୈବାହିକ ସମ୍ପର୍କରେ ମଧ୍ୟ ନିବିଡତା କମିଯାଏ, ଯାହାଫଳରେ ସମ୍ପର୍କ ଭାଙ୍ଗିବାକୁ ବେଶି ସମୟ ଲାଗେନି।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri