ଦୁର୍ନୀତିରୁ ମୁକ୍ତି କେମିତି ମିଳିବ

କାଳିକିଙ୍କର

 

ଦୁର୍ନୀତି ଆଜି ସମଗ୍ର ବିଶ୍ୱ ସଭ୍ୟତାକୁ ରୋଗଗ୍ରସ୍ତ କରି ସାରିଛି। ଏହି ବିଶ୍ୱର ଏମିତି କେଉଁ ଦେଶ ବା ପ୍ରଦେଶ ନାହିଁ ଆଜି ଯେଉଁଠି ଏ ରୋଗ ନାହିଁ। ସବୁଠି ଓ ସବୁଥିରେ ଆଜି ଦୁର୍ନୀତି। କେମିତି ଏ ଦୁର୍ନୀତିର ମୁଳୋତ୍ପାଟନ ହେବ ସେ ବିଷୟରେ ଆଜି ଚିନ୍ତା ଚାଲିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଦୁର୍ନୀତିକୁ କେମିତି ଏ ସଭ୍ୟ ମଣିଷଙ୍କ ପାଖରୁ ଦୂରେଇବାକୁ ପଡ଼ିବ ସେ ଦିଗରେ ଚିନ୍ତା କରିବା। ସତରେ ଆଜି ଦୁର୍ନୀତି ଏକ ମାହାମାରୀର ରୂପ ନେଇ ଗୋଟିଏ ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ, ଧାର୍ମିକ ଏପରି କି ବାୈଦ୍ଧିକ ଜୀବନକୁ ଗ୍ରାସ କରି ସାରିଲାଣି। ଏହାର କେତେଗୁଡ଼ିଏ କାରଣ ରହିଛି ଯାହା ଆମେ ଏଠାରେ ଆଲୋଚନା କରିବା। ତେବେ ଆଲୋଚନା କରିବା ପୂର୍ବରୁ ଏହା ବୁଝିନେବା ଉଚିତ ଯେ ଏହି ଦୁର୍ନୀତି ଯୋଗୁ ଦେଶର ଆର୍ଥିକ ଓ ସାମାଜିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହେଉଛି।
ଦୁର୍ନୀତିର ପ୍ରଥମ କାରଣ ହେଉଛି ସ୍ବାର୍ଥକୈନ୍ଦ୍ରିକ ଭାବନା। ମଣିଷ ସବୁବେଳେ ଆପଣାର ସ୍ବାର୍ଥ ପଛରେ ଧାଇଁ ଚାଲିଛି। ନିଜର ପୁଅ, ଝିଅ, ସ୍ତ୍ରୀ, ଆତ୍ମୀୟସ୍ବଜନ, ବନ୍ଧୁବାନ୍ଧବଙ୍କ ସ୍ବାର୍ଥକୁ ସେ ପ୍ରାଧାନ୍ୟ ଦିଏ। ସେଥିପାଇଁ ସେ ଏତେ ସ୍ବାର୍ଥପର ହୋଇଯାଏ ଯେ ଦୁର୍ନୀତି କରିବାକୁ ଆଦାୈ ସଙ୍କୋଚ କରେନାହିଁ। ଏହି ସ୍ବାର୍ଥପରତା ହିଁ ଦୁର୍ନୀତିର ପଥକୁ ବଢ଼େଇଦିଏ। ଦ୍ୱିତୀୟ କାରଣ ହେଉଛି ଉଦାସୀନତା। ଆଜି ଆମ ସମାଜ ବ୍ୟବସ୍ଥାରେ ଦୁର୍ନୀତି ନିବାରଣ ପାଇଁ ସମ୍ପୂର୍ଣ୍ଣ ଉଦାସୀନତା ଦେଖାଦେଇଛି। ସମସ୍ତେ ସବୁ ସ୍ତରରେ କେମିତି ଦୁର୍ନୀତି ହେଉଛି ତାହା ଜାଣି ମଧ୍ୟ ଉଦାସୀନଭାବ ପୋଷଣ କରୁଛନ୍ତି। ନେତା ଜନତା ସମସ୍ତେ ଏହି ଉଦାସୀନ ଭାବର ଶିକାର। ତୃତୀୟ କାରଣ ହେଉଛି ଆମ ଦେଶରେ ହେଉ କିମ୍ବା ଯେଉଁ ଦେଶରେ ଦୁର୍ନୀତି ଅଧିକ ହେଉଛି ସେଠାରେ ଯେଉଁ ଶାସକ ବା ନେତା ଅଛନ୍ତି ସେମାନଙ୍କ ଦ୍ୱାରା କରାଯାଉଥିବା ଦୁର୍ନୀତି। ଆଜି ଅନେକ ସମୟରେ ପୃଥିବୀର ଅନେକ ଦେଶରେ ଶାସକ, ନେତା ଆଦିଙ୍କ ଉପରେ ଦୁର୍ନୀତିର ବଡ଼ ବଡ଼ ଅଭିଯୋଗ ଆସେ। ତେଣୁ ଯଦି ନିଜେ ନେତା, ମନ୍ତ୍ରୀ ବା ଶାସକ ଦୁର୍ନୀତିଗ୍ରସ୍ତ ହେବ ତେବେ ଦୁର୍ନୀତି ନିଶ୍ଚୟ ତା’ର କାୟା ବିସ୍ତାର କରି ମାଡ଼ି ଚାଲିବ।
ଚତୁର୍ଥ କାରଣ ହେଉଛି ଦୁର୍ବଳ ଶାସନ ବ୍ୟବସ୍ଥା। ଆମ ଦେଶ ହେଉ ବା ଅନ୍ୟ କାୈଣସି ଦେଶ, ସବୁଠି ଆଇନକାନୁନ ଦୁର୍ନୀତିର ମୂଳୋପତ୍ାଟନ ପାଇଁ ତିଆରି ହୁଏ, କିନ୍ତୁ ତାହା କାମରେ ଲାଗେ ନାହିଁ। ପୋଲିସ ଯିଏ ଆଇନର ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଥାଏ ସେ ନିଜେ ଲାଞ୍ଚ ନେଇ ଆଇନକାନୁନକୁ ଦୁର୍ବଳ କରେ। ସରକାରୀ ସ୍ତର ହେଉ କିମ୍ବା ବେସରକାରୀ ସବୁଠାରେ ଲୋକେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ସରକାର ଗରିବଙ୍କ ପାଇଁ ଯେଉଁ ରାଶନ ଦେଉଛନ୍ତି ତାକୁ ଡିଲର ମାରି ଖାଉଛି। ପୁଣି ଗାଁ ହେଉ କି ସହରରେ ହେଉ ଅନେକ ସ୍ଥାନରେ ନେତାମାନେ ଭୁଲ ଲୋକଙ୍କ ନାମରେ ସରକାରୀ ଅର୍ଥ ତୋସରପାତ କରୁଛନ୍ତି। ଯାହାର ପକ୍କାଘର ଅଛି, ତାକୁ ମଧ୍ୟ ଇନ୍ଦିରା ଆବାସ ବା ବିଜୁ କୁଡ଼ିଆ ଯୋଜନାରେ ଲାଭ ଦିଆଯାଉଛି। ଏକ ଏକ ଘରେ ଅନେକଙ୍କ ନାଁରେ ରାଶନ କାର୍ଡ ହେଉଛି ଓ ଅନ୍ୟାନ୍ୟ ସୁବିଧା ମିଳୁଛି। ସତରେ ଆଜି ଦୁର୍ନୀତି ଏକ ସାଧାରଣ ବ୍ୟାଧି ନ ହୋଇ ଦୁରାରୋଗ୍ୟ କର୍କଟର ରୂପ ଧାରଣ କରିଛି ଏବଂ ସମସ୍ତ ଆଶା ଓ ବିଶ୍ୱାସକୁ ଧ୍ୱଂସ କରୁଛି।
ସେହିପରି ପଞ୍ଚମ କାରଣ ହେଉଛି ଦୁର୍ବଳ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା। ସମ୍ବିଧାନ ତିଆରି ହୋଇଛି ସତ, କିନ୍ତୁ ସେ ସମ୍ବିଧାନର ଧାରା ଉପଧାରାର ଦୁର୍ବଳତାର ସୁଯୋଗ ନେଇ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିର୍ଦ୍ଦୋଷ ଘୋଷିତ ହୋଇ ଯାଉଛନ୍ତି। କୋର୍ଟ କଚେରି ସ୍ଥାପନ ହୋଇଛି, କିନ୍ତୁ ମିଛକୁ ସତ ଓ ସତକୁ ମିଛ ପ୍ରମାଣିତ କରି ସହଜରେ ତାଙ୍କ କାମ ହାସଲ କରି ନେଉଛନ୍ତି। ଦୁର୍ନୀତିଗ୍ରସ୍ତ ଲୋକକୁ ନିର୍ଦ୍ଦୋଷ କରାଯାଉଛି, ଯାହା ଦୁର୍ନୀତିକୁ ଦୂରେଇବାରେ ବିଫଳ ହେଉଛି।
ଏହାର ଏକ ସମାଧାନର ସହଜ ପଥ ଆମ ଆଗରେ ନିଶ୍ଚୟ ରହିଛି। ତାହା ଆମକୁ ବୁଝିବାକୁ ପଡିବ। ପ୍ରଥମେ ଏ କଥାକୁ ସ୍ବୀକାର କରିବାକୁ ପଡିବ ଯେ ଦୁର୍ନୀତି ଆପଣାଛାଏଁ ଆସେ ନାହିଁ ବରଂ ଏହାକୁ ମଣିଷ ନିଜେ ଆଣେ। କ୍ଷମତା କେବେ ଲୋକଙ୍କୁ ଦୁର୍ନୀତିଗ୍ରସ୍ତ କରେ ନାହିଁ ବରଂ କ୍ଷମତାକୁ ଦୁର୍ନୀତିଗ୍ରସ୍ତ କରନ୍ତି ଲୋକେ। ଆମ ବ୍ୟବସ୍ଥାରେ ଏ ଦୁର୍ବଳତା ରହିଛି। ଆମେ ଅନେକ ସମୟରେ ଜାଣିଥାଉ ଯେ ବ୍ୟକ୍ତି ଜଣକ ଦୁର୍ନୀତିଗ୍ରସ୍ତ ତଥାପି ଆମେ ତା’ ଠାରୁ ନିଜକୁ ଦୂରେଇ ପାରୁନାହୁଁ ଅର୍ଥାତ୍‌ ଆମର ଇଚ୍ଛାଶକ୍ତିର ଅଭାବ ରହିଛି। ଅନେକ ସମୟରେ ଦୁର୍ନୀତିଗ୍ରସ୍ତ ନେତା ଦୁର୍ନୀତି କରି ମଧ୍ୟ ବିଜୟ ହାସଲ କରନ୍ତି ଓ କ୍ଷମତା ଭୋଗ କରନ୍ତି। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ପଦୋନ୍ନତି ପାଆନ୍ତି।
ତେବେ ଏହାର ସମାଧାନ କ’ଣ ? କିଏ ଏହାର ସମାଧାନ କରିବେ ? କାହାଙ୍କ ଉପରେ ଭରସା କଲେ ଦେଶରୁ ଦୁର୍ନୀତି ବଢ଼ି ପାରିବ ନାହିଁ। ଅର୍ଥାତ୍‌ ସମାଜରେ ମଣିଷ ଦୁର୍ନୀତିଠାରୁ ନିଜକୁ ଦୂରେଇ ନେଇପାରିବ। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ କେତେଥର ସର୍ଭେ କରାଯାଉଛି ବିଭିନ୍ନ ସ୍ତରରେ ଏବଂ ସେହି ସର୍ଭେରୁ ଏକ କଥା ସ୍ବୀକାର କରାଯାଇଛି ଯେ ବୟସ୍କ ଲୋକମାନେ ଦୁର୍ନୀତି ସହ ସାଲିସ୍‌ କରିବାରେ ସହଜ ହୋଇଥାଆନ୍ତି। ସେମାନେ ଧରି ନେଇଥାଆନ୍ତି ଯେ ତାଙ୍କ ଦ୍ୱାରା ଆଉ ଏ ଦୁର୍ନୀତି ବିରୋଧରେ କିଛି କରିହେବ ନାହିଁ। ଏହାଛଡ଼ା ଏମିତି ପ୍ରାପ୍ତବୟସ୍କମାନେ କେଉଁଠି ନା କେଉଁଠି ଦୁର୍ନୀତି ସହ ସାମିଲ ହୋଇଛନ୍ତି ବା ସାଲିସ କରିଛନ୍ତି। ତେଣୁ ସେମାନେ ନିଜକୁ ଦୁର୍ବଳ ବୋଲି ଭାବି ନେଇ ଥାଆନ୍ତି। କହିବାକୁ ଗଲେ ବିଶ୍ୱର ବିଭିନ୍ନ ଅନୁଷ୍ଠାନ ଏହାକୁ ଦୂର କରିବା ଅସମ୍ଭବ ବୋଲି ଧରି ନେଇଛନ୍ତି।
ଶ୍ରୀଅରବିନ୍ଦ ଓ ସ୍ବାମୀ ବିବେକାନନ୍ଦ ହୁଅନ୍ତୁ ବା ମହାତ୍ମା ଗାନ୍ଧୀ ହୁଅନ୍ତୁ ସମସ୍ତେ ବୁଝିଥିଲେ ଯୁବଶକ୍ତି ଏ ଦୁର୍ନୀତିକୁ ସମାଜରୁ ମୂଳୋପତ୍ାଟନ କରିବାରେ ଏକମାତ୍ର ସକ୍ଷମ ହୋଇପାରିବ। ଯୁବା ହିଁ ଏ ଦୁର୍ନୀତି ସମ୍ମୁଖରେ ଦୁର୍ବାର ପ୍ରାଚୀର ହୋଇ ଛିଡ଼ା ହୋଇ ପାରିବେ। ତା’ର ପ୍ରଚାର ଓ ପ୍ରସାରର ଦୂରତ୍ୱକୁ ଅଟକାଇ ପାରିବେ। ତେଣୁ ଆମକୁ ଏକ ସୁନ୍ଦର ସମାଜ ଓ ଦେଶ ଗଢ଼ିବା ପାଇଁ ହେଲେ ଦୁର୍ନୀତିଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ଏକ ଦୁର୍ନୀତି ମୁକ୍ତ ଭାରତ ଗଢ଼ିବାକୁ ହେବ।
ସୌଭାଗିନୀ ନିବାସ, ରଟିଲୋ, ରେଞ୍ଚ, ପୁରୀ, ମୋ: ୯୪୩୯୫୩୯୨୨୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri