FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍‌ଲିଷ୍ଟ କରିଦିଆଯିବ। ଏଥିପାଇଁ ଆପଣ ଯଦି ନିଜର ଯାନକୁ ଫାଷ୍ଟଟ୍ୟାଗ୍‌ ବ୍ୟାଙ୍କରୁ କଓ୍ବୋଇସି କରାଇ ନାହାନ୍ତି ତେବେ ତୁରନ୍ତ ତାହା କରିନିଅନ୍ତୁ। ବିନା କଓ୍ବୋଇସି ଥିବା ଫାଷ୍ଟଟ୍ୟାଗ୍‌କୁ ବ୍ୟାଙ୍କ ଡିଆକ୍ଟିଭ୍‌ ଅଥବା ବ୍ଲାକ୍‌ଲିଷ୍ଟ କରିଦେବ। କେବଳ ନୂଆ ଫାଷ୍ଟଟ୍ୟାଗ୍‌ ଆକାଉଣ୍ଟ ହିଁ ଆକ୍ଟିଭ୍‌ ରହିବ। କାରଣ ପୁରୁଣା ଫାଷ୍ଟଟ୍ୟାଗ୍‌କୁ ଫେବୃଆରୀ ୨୯,୨୦୨୪ ପରେ ନିଷ୍କ୍ରିୟ କରିଦିଆଯିବ।
କହିରଖୁଛୁ, ସାରାଦେଶରେ ୮ କୋଟିରୁ ଅଧିକ ଯାନବାହନରେ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରାଯାଏ। ଏହା ମୋଟ ବାହନ ସଂଖ୍ୟାର ୯୮%। ଏହି ବ୍ୟବସ୍ଥା ଦେଶରେ ଇଲେକ୍ଟିକ୍‌ ସିଷ୍ଟମ୍‌ର ବେଗକୁ ବଢ଼ାଇଦେଇଛି।
ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଫାଷ୍ଟଟ୍ୟାଗ୍‌ କଓ୍ବୋଇସି ଲାଗି ଆପଣ ପାସପୋର୍ଟ,ଭୋଟର ଆଇଡି କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ ଭଳି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ। ଏହାଛଡ଼ା ବାହାନର ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ର ଏକ ନକଲର ଆବଶ୍ୟକତା ରହିବ।
ଅନ୍‌ଲାଇନ୍‌ରେ କିଭଳି କରିବେ କଓ୍ବୋଇସି?
-IHMCL ଫାଷ୍ଟଟ୍ୟାଗ୍‌ ପୋର୍ଟାଲକୁ ଯାଆନ୍ତୁ। ପରେ ମୋବାଇଲ ନମ୍ବରରୁ ଲଗ୍‌ଇନ୍‌ କରନ୍ତୁ।
-ମାଇ ପ୍ରୋଫାଇଲକୁ ଯାଆନ୍ତୁ। କଓ୍ବୋଇସି ଷ୍ଟାଟସ୍‌ ଚେକ୍‌ କରନ୍ତୁ।
-ଏବେ କଓ୍ବୋଇସି ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ। କଷ୍ଟମର ଟାଇପ୍‌ ଚୟନ କରନ୍ତୁ।
-ପରେ ଆଡ୍ରେସ୍‌ ପ୍ରୁଫ୍‌ ଦସ୍ତାବିଜ ଏବଂ ଆଇଡି ସହ ଦରକାରୀ ସ୍ଥାନରେ ଡିଟେଲ୍ସ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?