ସାଇବର ଠକଙ୍କଠାରୁ ଛାତ୍ରୀଛାତ୍ର କେମିତି ପାଇବେ ରକ୍ଷା: ଜାଣନ୍ତୁ କିଛି ଟିପ୍ସ

ଭଞ୍ଜନଗର,୩୦/୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ଷ୍ଟ୍ରଙ୍ଗ ପାସ ୱାର୍ଡ ବ୍ୟବହାର କରିବା, ଓଟିପି କାହାକୁ ନଦେବା ପାଇଁ କହିଥିଲେ। ଏଥିସହ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା ଲୋଡା। ଏଥିପାଇଁ ଅଧିକରୁ ଅଧିକ ସଚେତନତା ଲୋଡା ବୋଲି ବକ୍ତାମାନେ କହିଥିଲେ।
ଭଞ୍ଜନଗର ଥାନା ଏବଂ କଲେଜ ଜାତୀୟ ସେବା ଯୋଜନା ଶାଖା ୧ ଓ ୨, ଏନସିସି ଆର୍ମି ୱିଂଙ୍ଗ, ନାଭାଲ ୱିଂଙ୍ଗ ଏବଂ ଯୁବ ରେଡକ୍ରସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଡିପିଓ ଡ. ଦୀପକ ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଶୁଳପାଣି ଶତପଥି, ଜଗବନ୍ଧୁ ଜେନା , ସନ୍ତୋଷ ଜେନା,ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ପାତ୍ର, ଏଚ ଡି ଏଫ ସି ଡେପୁଟି ପରିଚାଳକ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଜୟକୃଷ୍ଠ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଅଧିକାରୀ ବିକେ ପ୍ରଧାନ, ସସ୍ମିତା ଦାସ, ଯୁବ ରେଡକ୍ରସ ଅଧିକାରୀ
ବିଦେଶୀ ରାଉତ, ଏନସିସିସିଟିଓ ଅର୍ପଣ ପ୍ରଧାନ, ବିଭୂତି ଭୂଷଣ ଗୌଡ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଦାସକାଠିଆ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା। ସଭା ପୁର୍ବରୁ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଚକରା ବିଷୋୟୀ ଛକରୁ ଏକ ରାଲିରେ ଆସି କଲେଜରେ ପହଞ୍ଚିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri