ପନିପରିବା କେତେ ନିରାପଦ

ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍‌ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ ରାସାୟନିକ ପଦାର୍ଥ ଦ୍ୱାରା ଉପଚାର କରାଯାଏ। ଏହି ପ୍ରକ୍ରିୟାରେ ବ୍ୟବସାୟୀ ଲାଭ ପାଇବା ବେଳେ ଉପଭୋକ୍ତାକୁ ବହୁମୂଲ୍ୟ ଦେବାକୁ ପଡ଼େ। କାରଣ ଫଳ ପଚାଇବା ପାଇଁ ଏବଂ ରଙ୍ଗିନ କରିବାକୁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ସେଗୁଡ଼ିକ ଆମ ସ୍ବାସ୍ଥ୍ୟ ପାଇଁ ବିପଦର କାରଣ। ଏପରି କୃତ୍ରିମ ଭାବରେ ପଚାଯାଇଥିବା ଫଳ ଆମ ପାଇଁ ବିଷତୁଲ୍ୟ। ସେହିପରି ପନିପରିବା ସବୁଜ ରଖିବା ପାଇଁ କପର ସଲ୍‌ଫେଟ୍‌ ଓ କେତେକ କୀଟନାଶକ ଦ୍ୱାରା ଉପଚାର କରାଯାଏ। ବାଇଗଣ, ପୋଟଳ, କଲରା, ଭେଣ୍ଡି, କାକୁଡ଼ି ଇତ୍ୟାଦି ପରିବାରେ ଏପରି ଉପଚାର ଅଧିକ ହୁଏ।
କୃତ୍ରିମ ଉପାୟରେ ଶୀଘ୍ର ପଚାଇବାପାଇଁ ଏବଂ ଅଧିକ ଦିନ ସାଇତି ରଖିବାପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଦ୍ୱାରା ଫଳ ଓ ପନିପରିବାଗୁଡ଼ିକର ପୋଷକ ଗୁଣ କମିଯାଏ। କୃତ୍ରିମ ଉପାୟରେ ପଚାଯାଇଥିବା ଫଳରେ ବାସ୍ନା ଓ ସ୍ବାଦ ନ ଥାଏ। ଯେଉଁ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ବ୍ୟବହାର କରାଯାଏ ସେଗୁଡ଼ିକ ହେଲା ଅପୃକ୍ତ ହାଇଡ୍ରୋକାର୍ବନ, ଏସିଟିଲିନ୍‌, ଏଥିଲିନ୍‌ ଇତ୍ୟାଦି। ଆଗରୁ କଦଳୀ ଓ ଆମ୍ବ ପଚାଇବା ପାଇଁ କ୍ୟାଲ୍‌ସିୟମ କାର୍ବାଇଡ୍‌ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ସରକାର ଅସିଦ୍ଧ ଘୋଷଣା କରିବାରୁ ଆଜିକାଲି ଇଥିଲିନ୍‌ ଓ ଇଥେଫୋନ୍‌ ବ୍ୟବହାର କରାଯାଉଛି। ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବାକୁ ଅନୁମତି ମିଳିଛି।
ଭାରତରେ କୃତ୍ରିମ ପ୍ରଣାଳୀରେ ଫଳ ପଚାଇବା ୧୯୫୪ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ଆଇନ ଓ ୧୯୫୫ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ନିୟମ ବଳରେ ନିଷେଧ କରାଯାଇଛି। ଏଥିରେ କୌଣସି ଫଳ କ୍ୟାଲସିୟମ କାର୍ବାଇଡ୍‌ ଦ୍ୱାରା ପଚାଇବା ନିଷେଧ ହୋଇଛି। ଏଥିର ଉଲ୍ଲଂଘନକାରୀଙ୍କୁ ୩ ବର୍ଷ ସଜା ଓ ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।
ବାହାରୁ ଆକର୍ଷଣୀୟ ଦେଖାଯିବା ଫଳ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ପ୍ରାକୃତିକ ଭାବରେ ପାଚିଥିବା ଫଳ ସେତେଟା ଆକର୍ଷଣୀୟ ହୋଇ ନ ପାରେ , କିନ୍ତୁ ଏହା ସ୍ବାଦଯୁକ୍ତ ଓ ସ୍ବାସ୍ଥ୍ୟ ପାଇଁ ନିରାପଦ। ଟମାଟୋ, ଆମ୍ବ ଓ ଅମୃତଭଣ୍ଡା ସମାନ ଭାବରେ ପାଚିବା ଦେଖାଗଲେ ଏଥିରେ କ୍ୟାଲସିୟମ କାର୍ବାଇଡ୍‌ ବ୍ୟବହାର ହୋଇଥିବା ଆଶଙ୍କା କରାଯାଏ। ଏହି କାରଣରୁ ଫଳ ଓ ପନିପରିବା କିଣିବା ବେଳେ ସମାନ ଭାବରେ ପାଚି ଆକର୍ଷଣୀୟ ଦେଖାଯିବାକୁ ଚୟନ କରିବା ଅନୁଚିତ।
କ୍ୟାଲ୍‌ସିୟମ କାର୍ବାଇଡ୍‌ କ୍ୟାନ୍‌ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ। ଏହାର ଅବଶେଷରେ କିଛି ଆର୍ସେନିକ୍‌ ଓ ଫସ୍‌ଫୋରସ୍‌ ହାଇଡ୍ରାଇଡ ଥିବାରୁ ଶରୀରରେ ତରୁଣ ଓ ଦୀର୍ଘକାଳୀନ ରୋଗ ସୃଷ୍ଟିକରେ। ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍‌ଫୁସ୍‌ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୁଏ। ଦୀର୍ଘଦିନ ଧରି ଏପରି ଫଳ ଖାଇଲେ ପେଟରେ କ୍ଷତ ଓ ଘାଆ ହୋଇପାରେ। ମଣିଷ ଶରୀରରେ ଏସିଟିଲିନ୍‌ କମ୍‌ ମାତ୍ରାରେ ସେତେଟା ବିଷାକ୍ତ ନ ହେଲେ ମଧ୍ୟ ଅଧିକ ମାତ୍ରାରେ ଏହା ଦୀର୍ଘକାଳୀନ ହାଇପୋକ୍ସିଆ ଯୋଗୁ ସ୍ନାୟୁରୋଗ ଏବଂ ମୂର୍ଚ୍ଛାରୋଗ ସୃଷ୍ଟି କରିପାରେ। ଅମ୍ଳଜାନ ଅଭାବ ହେଲେ ଏପରି ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ଆର୍ସେନିକ ଓ ଫସ୍‌ଫରସ ବିଷ ଚିହ୍ନଟ କରିହୁଏ। ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ଏପରି ବିଷ ଯୋଗୁ ହୋଇପାରେ।
ସରକାରଙ୍କ ନିୟମ ଅନୁସାରେ ଇଥିଲିନ୍‌ ବାଷ୍ପ ଫଳ ପଚାଇବା ପାଇଁ ୦.୦୦୧-୦.୦୧% ମାତ୍ରାରେ ଫସଲ, କିସମ ଓ ବୟସ ଅନୁସାରେ ୯୦-୮୫ ଆର୍ଦ୍ରତା ଓ ୧୮-୨୪ ଡିଗ୍ରୀ ସେଲ୍‌ସିୟସ ଉତ୍ତାପ ଥିବା କୋଠାରିରେ ବ୍ୟବହାର କରା ଯାଇପାରେ। ଖାଦ୍ୟ ନିରାପତ୍ତା ଓ ମାନକ ନିୟନ୍ତ୍ରଣ, ୨୦୧୧(ଏଫ୍‌ଏସ୍‌ଏସ୍‌ଆର୍‌) ଅନୁସାରେ କୌଣସି ଫଳ ଓ ପନିପରିବାରେ କୃତ୍ରିମ ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ଏଥିରେ ମହୁମାଛି ଅଠା ବ୍ୟତୀତ ଅନ୍ୟ କୌଣସି ମହମ ଜାତୀୟ କିମ୍ବା ଖଣିଜ ତୈଳ ପଦାର୍ଥ ଆବରଣକୁ ନିଷିଦ୍ଧ କରାଯାଇଛି। କ୍ୟାଲ୍‌ସିୟମ କାର୍ବାଇଡ୍‌ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ପ୍ରଶାସନ ଦୃଷ୍ଟିକୁ ଆଣିବା ଆବଶ୍ୟକ। ଖାଦ୍ୟ ନିରୀକ୍ଷକ ମଧ୍ୟ ନିୟମିତ ଭାବରେ ଫଳଗୋଦାମ ତନଖିକରି ନମୁନା ପରୀକ୍ଷାଗାରକୁ ପଠାଇବା ଜରୁରୀ ମନେହୁଏ।
ପନିପରିବା ବ୍ୟବସାୟୀ ପନିପରିବାଗୁଡ଼ିକୁ ସତେଜ ରଖିବା ଲାଗି କପର ସଲ୍‌ଫେଟ୍‌ ଓ ବିଭିନ୍ନ କୀଟନାଶକ ଦ୍ରବ୍ୟ ସହ ଉପଚାର କରନ୍ତି ଏବଂ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ବ୍ୟବସାୟୀମାନେ ଫଳ ଓ ପନିପରିବାରେ ସୀମିତ ପରିମାଣର ରାସାୟନିକ ପଦାର୍ଥ ମିଶାଇବା କହିଲେ ମଧ୍ୟ ଏହାକୁ କିଏ ବିଶ୍ବାସ କରିବ? ସରକାରୀ ପରିଦର୍ଶକ ସବୁ ବ୍ୟବସାୟୀଙ୍କ ନିକଟକୁ ଯିବା ମଧ୍ୟ ସମ୍ଭବ ହୋଇ ନ ପାରେ।
ସରକାର ଅନ୍ତତଃ ହୋଲ୍‌ସେଲ୍‌ ବଜାରରେ ଫଳ ସହ ଯେପରି ରାସାୟନିକ ପଦାର୍ଥ ନ ମିଶେ ସେଥିପ୍ରତି ସଜାଗ ଦୃଷ୍ଟିଦେବା ଆବଶ୍ୟକ। ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥଗୁଡିକ ଉପରେ କଟକଣା ଜରୁରୀ ମନେହୁଏ। ବରଂ ନିରାପଦ ବିକଳ୍ପ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ଅନୁମୋଦନ ହେବା ବାଞ୍ଛନୀୟ।
ଉପଭୋକ୍ତାମାନେ କେତେକ ନିୟମ ମାନିଲେ ବିପଦମୁକ୍ତ ହୋଇପାରିବେ। ପ୍ରଥମତଃ ବଜାରରୁ ଫଳ ଓ ପନିପରିବା କିଣିଲା ବେଳେ ଦାଗ କିମ୍ବା ଅସ୍ବାଭାବିକ ଚିହ୍ନମୁକ୍ତ ବାଛି କିଣିବା ଆବଶ୍ୟକ। ଦ୍ୱିତୀୟତଃ ପନିପରିବା ରାନ୍ଧିବା ପୂର୍ବରୁ ଓ ଫଳ ଖାଇବା ପୂର୍ବରୁ ଖାଇବା ସୋଡ଼ା କିମ୍ବା କ୍ଲୋରିନ୍‌ ପାଣି ଦ୍ବାରା ପରିଷ୍କାରକରି ଧୋଇବା ଉଚିତ। କେବେହେଲେ ସାବୁନ ବା ସର୍ଫ ବ୍ୟବହାର କରିବା ଉଚିତ ନୁହେଁ। ତୃତୀୟତଃ ବଜାରରୁ କଟା ପରିବା କିମ୍ବା ପାଚିଲା ଫଳ ନ କିଣିବା ଭଲ। ଚତୁର୍ଥରେ ବନ୍ଧାକୋବି ଇତ୍ୟାଦି ପରିବାର ଉପର ପତ୍ର ବାହାର କରି କେବଳ ଭିତର ପତ୍ର କାଟି ରାନ୍ଧିବା ଆବଶ୍ୟକ। ଆମେ ଯଦି ଖାଇବା ପୂର୍ବରୁ ଫଳକୁ ଭଲ ଭାବରେ ଧୋଇ ଓ ଚୋପା ବାହାରକରି ଖାଇବା ତେବେ ରାସାୟନିକ ପଦାର୍ଥ ଯୋଗୁ ଥିବା ବିପଦ ସର୍ବନିମ୍ନ ହୋଇପାରିବ।
ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri