ପନିପରିବା କେତେ ନିରାପଦ

ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍‌ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ ରାସାୟନିକ ପଦାର୍ଥ ଦ୍ୱାରା ଉପଚାର କରାଯାଏ। ଏହି ପ୍ରକ୍ରିୟାରେ ବ୍ୟବସାୟୀ ଲାଭ ପାଇବା ବେଳେ ଉପଭୋକ୍ତାକୁ ବହୁମୂଲ୍ୟ ଦେବାକୁ ପଡ଼େ। କାରଣ ଫଳ ପଚାଇବା ପାଇଁ ଏବଂ ରଙ୍ଗିନ କରିବାକୁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ସେଗୁଡ଼ିକ ଆମ ସ୍ବାସ୍ଥ୍ୟ ପାଇଁ ବିପଦର କାରଣ। ଏପରି କୃତ୍ରିମ ଭାବରେ ପଚାଯାଇଥିବା ଫଳ ଆମ ପାଇଁ ବିଷତୁଲ୍ୟ। ସେହିପରି ପନିପରିବା ସବୁଜ ରଖିବା ପାଇଁ କପର ସଲ୍‌ଫେଟ୍‌ ଓ କେତେକ କୀଟନାଶକ ଦ୍ୱାରା ଉପଚାର କରାଯାଏ। ବାଇଗଣ, ପୋଟଳ, କଲରା, ଭେଣ୍ଡି, କାକୁଡ଼ି ଇତ୍ୟାଦି ପରିବାରେ ଏପରି ଉପଚାର ଅଧିକ ହୁଏ।
କୃତ୍ରିମ ଉପାୟରେ ଶୀଘ୍ର ପଚାଇବାପାଇଁ ଏବଂ ଅଧିକ ଦିନ ସାଇତି ରଖିବାପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଦ୍ୱାରା ଫଳ ଓ ପନିପରିବାଗୁଡ଼ିକର ପୋଷକ ଗୁଣ କମିଯାଏ। କୃତ୍ରିମ ଉପାୟରେ ପଚାଯାଇଥିବା ଫଳରେ ବାସ୍ନା ଓ ସ୍ବାଦ ନ ଥାଏ। ଯେଉଁ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ବ୍ୟବହାର କରାଯାଏ ସେଗୁଡ଼ିକ ହେଲା ଅପୃକ୍ତ ହାଇଡ୍ରୋକାର୍ବନ, ଏସିଟିଲିନ୍‌, ଏଥିଲିନ୍‌ ଇତ୍ୟାଦି। ଆଗରୁ କଦଳୀ ଓ ଆମ୍ବ ପଚାଇବା ପାଇଁ କ୍ୟାଲ୍‌ସିୟମ କାର୍ବାଇଡ୍‌ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ସରକାର ଅସିଦ୍ଧ ଘୋଷଣା କରିବାରୁ ଆଜିକାଲି ଇଥିଲିନ୍‌ ଓ ଇଥେଫୋନ୍‌ ବ୍ୟବହାର କରାଯାଉଛି। ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବାକୁ ଅନୁମତି ମିଳିଛି।
ଭାରତରେ କୃତ୍ରିମ ପ୍ରଣାଳୀରେ ଫଳ ପଚାଇବା ୧୯୫୪ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ଆଇନ ଓ ୧୯୫୫ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ନିୟମ ବଳରେ ନିଷେଧ କରାଯାଇଛି। ଏଥିରେ କୌଣସି ଫଳ କ୍ୟାଲସିୟମ କାର୍ବାଇଡ୍‌ ଦ୍ୱାରା ପଚାଇବା ନିଷେଧ ହୋଇଛି। ଏଥିର ଉଲ୍ଲଂଘନକାରୀଙ୍କୁ ୩ ବର୍ଷ ସଜା ଓ ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।
ବାହାରୁ ଆକର୍ଷଣୀୟ ଦେଖାଯିବା ଫଳ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ପ୍ରାକୃତିକ ଭାବରେ ପାଚିଥିବା ଫଳ ସେତେଟା ଆକର୍ଷଣୀୟ ହୋଇ ନ ପାରେ , କିନ୍ତୁ ଏହା ସ୍ବାଦଯୁକ୍ତ ଓ ସ୍ବାସ୍ଥ୍ୟ ପାଇଁ ନିରାପଦ। ଟମାଟୋ, ଆମ୍ବ ଓ ଅମୃତଭଣ୍ଡା ସମାନ ଭାବରେ ପାଚିବା ଦେଖାଗଲେ ଏଥିରେ କ୍ୟାଲସିୟମ କାର୍ବାଇଡ୍‌ ବ୍ୟବହାର ହୋଇଥିବା ଆଶଙ୍କା କରାଯାଏ। ଏହି କାରଣରୁ ଫଳ ଓ ପନିପରିବା କିଣିବା ବେଳେ ସମାନ ଭାବରେ ପାଚି ଆକର୍ଷଣୀୟ ଦେଖାଯିବାକୁ ଚୟନ କରିବା ଅନୁଚିତ।
କ୍ୟାଲ୍‌ସିୟମ କାର୍ବାଇଡ୍‌ କ୍ୟାନ୍‌ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ। ଏହାର ଅବଶେଷରେ କିଛି ଆର୍ସେନିକ୍‌ ଓ ଫସ୍‌ଫୋରସ୍‌ ହାଇଡ୍ରାଇଡ ଥିବାରୁ ଶରୀରରେ ତରୁଣ ଓ ଦୀର୍ଘକାଳୀନ ରୋଗ ସୃଷ୍ଟିକରେ। ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍‌ଫୁସ୍‌ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୁଏ। ଦୀର୍ଘଦିନ ଧରି ଏପରି ଫଳ ଖାଇଲେ ପେଟରେ କ୍ଷତ ଓ ଘାଆ ହୋଇପାରେ। ମଣିଷ ଶରୀରରେ ଏସିଟିଲିନ୍‌ କମ୍‌ ମାତ୍ରାରେ ସେତେଟା ବିଷାକ୍ତ ନ ହେଲେ ମଧ୍ୟ ଅଧିକ ମାତ୍ରାରେ ଏହା ଦୀର୍ଘକାଳୀନ ହାଇପୋକ୍ସିଆ ଯୋଗୁ ସ୍ନାୟୁରୋଗ ଏବଂ ମୂର୍ଚ୍ଛାରୋଗ ସୃଷ୍ଟି କରିପାରେ। ଅମ୍ଳଜାନ ଅଭାବ ହେଲେ ଏପରି ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ଆର୍ସେନିକ ଓ ଫସ୍‌ଫରସ ବିଷ ଚିହ୍ନଟ କରିହୁଏ। ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ଏପରି ବିଷ ଯୋଗୁ ହୋଇପାରେ।
ସରକାରଙ୍କ ନିୟମ ଅନୁସାରେ ଇଥିଲିନ୍‌ ବାଷ୍ପ ଫଳ ପଚାଇବା ପାଇଁ ୦.୦୦୧-୦.୦୧% ମାତ୍ରାରେ ଫସଲ, କିସମ ଓ ବୟସ ଅନୁସାରେ ୯୦-୮୫ ଆର୍ଦ୍ରତା ଓ ୧୮-୨୪ ଡିଗ୍ରୀ ସେଲ୍‌ସିୟସ ଉତ୍ତାପ ଥିବା କୋଠାରିରେ ବ୍ୟବହାର କରା ଯାଇପାରେ। ଖାଦ୍ୟ ନିରାପତ୍ତା ଓ ମାନକ ନିୟନ୍ତ୍ରଣ, ୨୦୧୧(ଏଫ୍‌ଏସ୍‌ଏସ୍‌ଆର୍‌) ଅନୁସାରେ କୌଣସି ଫଳ ଓ ପନିପରିବାରେ କୃତ୍ରିମ ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ଏଥିରେ ମହୁମାଛି ଅଠା ବ୍ୟତୀତ ଅନ୍ୟ କୌଣସି ମହମ ଜାତୀୟ କିମ୍ବା ଖଣିଜ ତୈଳ ପଦାର୍ଥ ଆବରଣକୁ ନିଷିଦ୍ଧ କରାଯାଇଛି। କ୍ୟାଲ୍‌ସିୟମ କାର୍ବାଇଡ୍‌ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ପ୍ରଶାସନ ଦୃଷ୍ଟିକୁ ଆଣିବା ଆବଶ୍ୟକ। ଖାଦ୍ୟ ନିରୀକ୍ଷକ ମଧ୍ୟ ନିୟମିତ ଭାବରେ ଫଳଗୋଦାମ ତନଖିକରି ନମୁନା ପରୀକ୍ଷାଗାରକୁ ପଠାଇବା ଜରୁରୀ ମନେହୁଏ।
ପନିପରିବା ବ୍ୟବସାୟୀ ପନିପରିବାଗୁଡ଼ିକୁ ସତେଜ ରଖିବା ଲାଗି କପର ସଲ୍‌ଫେଟ୍‌ ଓ ବିଭିନ୍ନ କୀଟନାଶକ ଦ୍ରବ୍ୟ ସହ ଉପଚାର କରନ୍ତି ଏବଂ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ବ୍ୟବସାୟୀମାନେ ଫଳ ଓ ପନିପରିବାରେ ସୀମିତ ପରିମାଣର ରାସାୟନିକ ପଦାର୍ଥ ମିଶାଇବା କହିଲେ ମଧ୍ୟ ଏହାକୁ କିଏ ବିଶ୍ବାସ କରିବ? ସରକାରୀ ପରିଦର୍ଶକ ସବୁ ବ୍ୟବସାୟୀଙ୍କ ନିକଟକୁ ଯିବା ମଧ୍ୟ ସମ୍ଭବ ହୋଇ ନ ପାରେ।
ସରକାର ଅନ୍ତତଃ ହୋଲ୍‌ସେଲ୍‌ ବଜାରରେ ଫଳ ସହ ଯେପରି ରାସାୟନିକ ପଦାର୍ଥ ନ ମିଶେ ସେଥିପ୍ରତି ସଜାଗ ଦୃଷ୍ଟିଦେବା ଆବଶ୍ୟକ। ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥଗୁଡିକ ଉପରେ କଟକଣା ଜରୁରୀ ମନେହୁଏ। ବରଂ ନିରାପଦ ବିକଳ୍ପ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ଅନୁମୋଦନ ହେବା ବାଞ୍ଛନୀୟ।
ଉପଭୋକ୍ତାମାନେ କେତେକ ନିୟମ ମାନିଲେ ବିପଦମୁକ୍ତ ହୋଇପାରିବେ। ପ୍ରଥମତଃ ବଜାରରୁ ଫଳ ଓ ପନିପରିବା କିଣିଲା ବେଳେ ଦାଗ କିମ୍ବା ଅସ୍ବାଭାବିକ ଚିହ୍ନମୁକ୍ତ ବାଛି କିଣିବା ଆବଶ୍ୟକ। ଦ୍ୱିତୀୟତଃ ପନିପରିବା ରାନ୍ଧିବା ପୂର୍ବରୁ ଓ ଫଳ ଖାଇବା ପୂର୍ବରୁ ଖାଇବା ସୋଡ଼ା କିମ୍ବା କ୍ଲୋରିନ୍‌ ପାଣି ଦ୍ବାରା ପରିଷ୍କାରକରି ଧୋଇବା ଉଚିତ। କେବେହେଲେ ସାବୁନ ବା ସର୍ଫ ବ୍ୟବହାର କରିବା ଉଚିତ ନୁହେଁ। ତୃତୀୟତଃ ବଜାରରୁ କଟା ପରିବା କିମ୍ବା ପାଚିଲା ଫଳ ନ କିଣିବା ଭଲ। ଚତୁର୍ଥରେ ବନ୍ଧାକୋବି ଇତ୍ୟାଦି ପରିବାର ଉପର ପତ୍ର ବାହାର କରି କେବଳ ଭିତର ପତ୍ର କାଟି ରାନ୍ଧିବା ଆବଶ୍ୟକ। ଆମେ ଯଦି ଖାଇବା ପୂର୍ବରୁ ଫଳକୁ ଭଲ ଭାବରେ ଧୋଇ ଓ ଚୋପା ବାହାରକରି ଖାଇବା ତେବେ ରାସାୟନିକ ପଦାର୍ଥ ଯୋଗୁ ଥିବା ବିପଦ ସର୍ବନିମ୍ନ ହୋଇପାରିବ।
ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri