ପନିପରିବା କେତେ ନିରାପଦ

ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍‌ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ ରାସାୟନିକ ପଦାର୍ଥ ଦ୍ୱାରା ଉପଚାର କରାଯାଏ। ଏହି ପ୍ରକ୍ରିୟାରେ ବ୍ୟବସାୟୀ ଲାଭ ପାଇବା ବେଳେ ଉପଭୋକ୍ତାକୁ ବହୁମୂଲ୍ୟ ଦେବାକୁ ପଡ଼େ। କାରଣ ଫଳ ପଚାଇବା ପାଇଁ ଏବଂ ରଙ୍ଗିନ କରିବାକୁ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ସେଗୁଡ଼ିକ ଆମ ସ୍ବାସ୍ଥ୍ୟ ପାଇଁ ବିପଦର କାରଣ। ଏପରି କୃତ୍ରିମ ଭାବରେ ପଚାଯାଇଥିବା ଫଳ ଆମ ପାଇଁ ବିଷତୁଲ୍ୟ। ସେହିପରି ପନିପରିବା ସବୁଜ ରଖିବା ପାଇଁ କପର ସଲ୍‌ଫେଟ୍‌ ଓ କେତେକ କୀଟନାଶକ ଦ୍ୱାରା ଉପଚାର କରାଯାଏ। ବାଇଗଣ, ପୋଟଳ, କଲରା, ଭେଣ୍ଡି, କାକୁଡ଼ି ଇତ୍ୟାଦି ପରିବାରେ ଏପରି ଉପଚାର ଅଧିକ ହୁଏ।
କୃତ୍ରିମ ଉପାୟରେ ଶୀଘ୍ର ପଚାଇବାପାଇଁ ଏବଂ ଅଧିକ ଦିନ ସାଇତି ରଖିବାପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଦ୍ୱାରା ଫଳ ଓ ପନିପରିବାଗୁଡ଼ିକର ପୋଷକ ଗୁଣ କମିଯାଏ। କୃତ୍ରିମ ଉପାୟରେ ପଚାଯାଇଥିବା ଫଳରେ ବାସ୍ନା ଓ ସ୍ବାଦ ନ ଥାଏ। ଯେଉଁ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ବ୍ୟବହାର କରାଯାଏ ସେଗୁଡ଼ିକ ହେଲା ଅପୃକ୍ତ ହାଇଡ୍ରୋକାର୍ବନ, ଏସିଟିଲିନ୍‌, ଏଥିଲିନ୍‌ ଇତ୍ୟାଦି। ଆଗରୁ କଦଳୀ ଓ ଆମ୍ବ ପଚାଇବା ପାଇଁ କ୍ୟାଲ୍‌ସିୟମ କାର୍ବାଇଡ୍‌ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ସରକାର ଅସିଦ୍ଧ ଘୋଷଣା କରିବାରୁ ଆଜିକାଲି ଇଥିଲିନ୍‌ ଓ ଇଥେଫୋନ୍‌ ବ୍ୟବହାର କରାଯାଉଛି। ଏହାକୁ ସୀମିତ ମାତ୍ରାରେ ବ୍ୟବହାର କରିବାକୁ ଅନୁମତି ମିଳିଛି।
ଭାରତରେ କୃତ୍ରିମ ପ୍ରଣାଳୀରେ ଫଳ ପଚାଇବା ୧୯୫୪ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ଆଇନ ଓ ୧୯୫୫ ଖାଦ୍ୟ ଅପମିଶ୍ରଣ ପ୍ରତିଷେଧ ନିୟମ ବଳରେ ନିଷେଧ କରାଯାଇଛି। ଏଥିରେ କୌଣସି ଫଳ କ୍ୟାଲସିୟମ କାର୍ବାଇଡ୍‌ ଦ୍ୱାରା ପଚାଇବା ନିଷେଧ ହୋଇଛି। ଏଥିର ଉଲ୍ଲଂଘନକାରୀଙ୍କୁ ୩ ବର୍ଷ ସଜା ଓ ୧୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।
ବାହାରୁ ଆକର୍ଷଣୀୟ ଦେଖାଯିବା ଫଳ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ପ୍ରାକୃତିକ ଭାବରେ ପାଚିଥିବା ଫଳ ସେତେଟା ଆକର୍ଷଣୀୟ ହୋଇ ନ ପାରେ , କିନ୍ତୁ ଏହା ସ୍ବାଦଯୁକ୍ତ ଓ ସ୍ବାସ୍ଥ୍ୟ ପାଇଁ ନିରାପଦ। ଟମାଟୋ, ଆମ୍ବ ଓ ଅମୃତଭଣ୍ଡା ସମାନ ଭାବରେ ପାଚିବା ଦେଖାଗଲେ ଏଥିରେ କ୍ୟାଲସିୟମ କାର୍ବାଇଡ୍‌ ବ୍ୟବହାର ହୋଇଥିବା ଆଶଙ୍କା କରାଯାଏ। ଏହି କାରଣରୁ ଫଳ ଓ ପନିପରିବା କିଣିବା ବେଳେ ସମାନ ଭାବରେ ପାଚି ଆକର୍ଷଣୀୟ ଦେଖାଯିବାକୁ ଚୟନ କରିବା ଅନୁଚିତ।
କ୍ୟାଲ୍‌ସିୟମ କାର୍ବାଇଡ୍‌ କ୍ୟାନ୍‌ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ। ଏହାର ଅବଶେଷରେ କିଛି ଆର୍ସେନିକ୍‌ ଓ ଫସ୍‌ଫୋରସ୍‌ ହାଇଡ୍ରାଇଡ ଥିବାରୁ ଶରୀରରେ ତରୁଣ ଓ ଦୀର୍ଘକାଳୀନ ରୋଗ ସୃଷ୍ଟିକରେ। ରାସାୟନିକ ପଦାର୍ଥ ଅଧିକ ଥିଲେ ଫୁସ୍‌ଫୁସ୍‌ରେ ଜଳ ଜମିଯାଏ। କୃତ୍ରିମ ଭାବରେ ପାଚିଥିବା ଆମ୍ବ ଖାଇଲେ ପାକସ୍ଥଳୀ ଓ ଅନ୍ତଃନଳୀରେ ଯନ୍ତ୍ରଣା ହୁଏ। ଦୀର୍ଘଦିନ ଧରି ଏପରି ଫଳ ଖାଇଲେ ପେଟରେ କ୍ଷତ ଓ ଘାଆ ହୋଇପାରେ। ମଣିଷ ଶରୀରରେ ଏସିଟିଲିନ୍‌ କମ୍‌ ମାତ୍ରାରେ ସେତେଟା ବିଷାକ୍ତ ନ ହେଲେ ମଧ୍ୟ ଅଧିକ ମାତ୍ରାରେ ଏହା ଦୀର୍ଘକାଳୀନ ହାଇପୋକ୍ସିଆ ଯୋଗୁ ସ୍ନାୟୁରୋଗ ଏବଂ ମୂର୍ଚ୍ଛାରୋଗ ସୃଷ୍ଟି କରିପାରେ। ଅମ୍ଳଜାନ ଅଭାବ ହେଲେ ଏପରି ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇବା ପୂର୍ବରୁ ଆର୍ସେନିକ ଓ ଫସ୍‌ଫରସ ବିଷ ଚିହ୍ନଟ କରିହୁଏ। ଗର୍ଭବତୀ ମହିଳାଙ୍କର ଗର୍ଭପାତ ମଧ୍ୟ ଏପରି ବିଷ ଯୋଗୁ ହୋଇପାରେ।
ସରକାରଙ୍କ ନିୟମ ଅନୁସାରେ ଇଥିଲିନ୍‌ ବାଷ୍ପ ଫଳ ପଚାଇବା ପାଇଁ ୦.୦୦୧-୦.୦୧% ମାତ୍ରାରେ ଫସଲ, କିସମ ଓ ବୟସ ଅନୁସାରେ ୯୦-୮୫ ଆର୍ଦ୍ରତା ଓ ୧୮-୨୪ ଡିଗ୍ରୀ ସେଲ୍‌ସିୟସ ଉତ୍ତାପ ଥିବା କୋଠାରିରେ ବ୍ୟବହାର କରା ଯାଇପାରେ। ଖାଦ୍ୟ ନିରାପତ୍ତା ଓ ମାନକ ନିୟନ୍ତ୍ରଣ, ୨୦୧୧(ଏଫ୍‌ଏସ୍‌ଏସ୍‌ଆର୍‌) ଅନୁସାରେ କୌଣସି ଫଳ ଓ ପନିପରିବାରେ କୃତ୍ରିମ ରଙ୍ଗ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରିବା ନିଷିଦ୍ଧ କରାଯାଇଛି। ଏଥିରେ ମହୁମାଛି ଅଠା ବ୍ୟତୀତ ଅନ୍ୟ କୌଣସି ମହମ ଜାତୀୟ କିମ୍ବା ଖଣିଜ ତୈଳ ପଦାର୍ଥ ଆବରଣକୁ ନିଷିଦ୍ଧ କରାଯାଇଛି। କ୍ୟାଲ୍‌ସିୟମ କାର୍ବାଇଡ୍‌ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ପ୍ରଶାସନ ଦୃଷ୍ଟିକୁ ଆଣିବା ଆବଶ୍ୟକ। ଖାଦ୍ୟ ନିରୀକ୍ଷକ ମଧ୍ୟ ନିୟମିତ ଭାବରେ ଫଳଗୋଦାମ ତନଖିକରି ନମୁନା ପରୀକ୍ଷାଗାରକୁ ପଠାଇବା ଜରୁରୀ ମନେହୁଏ।
ପନିପରିବା ବ୍ୟବସାୟୀ ପନିପରିବାଗୁଡ଼ିକୁ ସତେଜ ରଖିବା ଲାଗି କପର ସଲ୍‌ଫେଟ୍‌ ଓ ବିଭିନ୍ନ କୀଟନାଶକ ଦ୍ରବ୍ୟ ସହ ଉପଚାର କରନ୍ତି ଏବଂ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ବ୍ୟବସାୟୀମାନେ ଫଳ ଓ ପନିପରିବାରେ ସୀମିତ ପରିମାଣର ରାସାୟନିକ ପଦାର୍ଥ ମିଶାଇବା କହିଲେ ମଧ୍ୟ ଏହାକୁ କିଏ ବିଶ୍ବାସ କରିବ? ସରକାରୀ ପରିଦର୍ଶକ ସବୁ ବ୍ୟବସାୟୀଙ୍କ ନିକଟକୁ ଯିବା ମଧ୍ୟ ସମ୍ଭବ ହୋଇ ନ ପାରେ।
ସରକାର ଅନ୍ତତଃ ହୋଲ୍‌ସେଲ୍‌ ବଜାରରେ ଫଳ ସହ ଯେପରି ରାସାୟନିକ ପଦାର୍ଥ ନ ମିଶେ ସେଥିପ୍ରତି ସଜାଗ ଦୃଷ୍ଟିଦେବା ଆବଶ୍ୟକ। ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥଗୁଡିକ ଉପରେ କଟକଣା ଜରୁରୀ ମନେହୁଏ। ବରଂ ନିରାପଦ ବିକଳ୍ପ ରାସାୟନିକ ପଦାର୍ଥ ଫଳ ପଚାଇବା ପାଇଁ ଅନୁମୋଦନ ହେବା ବାଞ୍ଛନୀୟ।
ଉପଭୋକ୍ତାମାନେ କେତେକ ନିୟମ ମାନିଲେ ବିପଦମୁକ୍ତ ହୋଇପାରିବେ। ପ୍ରଥମତଃ ବଜାରରୁ ଫଳ ଓ ପନିପରିବା କିଣିଲା ବେଳେ ଦାଗ କିମ୍ବା ଅସ୍ବାଭାବିକ ଚିହ୍ନମୁକ୍ତ ବାଛି କିଣିବା ଆବଶ୍ୟକ। ଦ୍ୱିତୀୟତଃ ପନିପରିବା ରାନ୍ଧିବା ପୂର୍ବରୁ ଓ ଫଳ ଖାଇବା ପୂର୍ବରୁ ଖାଇବା ସୋଡ଼ା କିମ୍ବା କ୍ଲୋରିନ୍‌ ପାଣି ଦ୍ବାରା ପରିଷ୍କାରକରି ଧୋଇବା ଉଚିତ। କେବେହେଲେ ସାବୁନ ବା ସର୍ଫ ବ୍ୟବହାର କରିବା ଉଚିତ ନୁହେଁ। ତୃତୀୟତଃ ବଜାରରୁ କଟା ପରିବା କିମ୍ବା ପାଚିଲା ଫଳ ନ କିଣିବା ଭଲ। ଚତୁର୍ଥରେ ବନ୍ଧାକୋବି ଇତ୍ୟାଦି ପରିବାର ଉପର ପତ୍ର ବାହାର କରି କେବଳ ଭିତର ପତ୍ର କାଟି ରାନ୍ଧିବା ଆବଶ୍ୟକ। ଆମେ ଯଦି ଖାଇବା ପୂର୍ବରୁ ଫଳକୁ ଭଲ ଭାବରେ ଧୋଇ ଓ ଚୋପା ବାହାରକରି ଖାଇବା ତେବେ ରାସାୟନିକ ପଦାର୍ଥ ଯୋଗୁ ଥିବା ବିପଦ ସର୍ବନିମ୍ନ ହୋଇପାରିବ।
ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri