Posted inଜାତୀୟ

ଶାସକ, ବିରୋଧୀ କେତେ ପ୍ରସ୍ତୁତ

ନୂଆଦିଲ୍ଲୀ,୩୦ା୧: ଜାନୁୟାରୀ ୩୧ରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଏବଂ ଅର୍ଥନୈତିକ ସର୍ଭେ ଉପସ୍ଥାପନ ସହ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୧ ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ପରେ ଏହାକୁ ରାଜ୍ୟ ସଭାରେ ଉପସ୍ଥାପନ କରାଯିବ। ଫେବୃୟାରୀ ୨ରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା କରାଯିବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ଓ ରାଜ୍ୟ ସଭାରେ ବିବୃତି ରଖିବେ। ଅଧିବେଶନର ପ୍ରଥମ ୨ ଦିନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ତେଣୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ।
ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ସୋମବାର ଶ୍ରୀନଗରରେ ଶେଷ ହେବ। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ ପାଇଁ କଂଗ୍ରେସ ପକ୍ଷରୁ ୨୪ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଛି। ବିରୋଧୀଙ୍କ ମଧ୍ୟରୁ ଅନେକେ ଏହି ଐତିହାସିକ ଯାତ୍ରାରୁ ଦୂରତ୍ୱ ଅବଲମ୍ବନ କରିଆସିଥିବାବେଳେ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ବିପକ୍ଷ ଏକତାର ପ୍ରଥମ ପରୀକ୍ଷା ବୋଲି କୁହାଯାଉଛି। ଦ୍ୱିତୀୟ ପରୀକ୍ଷା ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ହେବ। କଂଗ୍ରେସ ବିରୋଧୀ ଦଳଗୁଡ଼ିକର ନେତୃତ୍ୱ ନେଇପାରିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ଅସ୍ତ୍ର ରହିଥିଲେ ହେଁ ସେଗୁଡ଼ିକର ସଫଳ ପ୍ରୟୋଗ କରିବାରେ କଂଗ୍ରେସ କେତେ ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିବ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ଉପସ୍ଥିତିଠୁ ନେଇ ମୁଦ୍ରାସ୍ଫୀତି, ଜାତୀୟସ୍ତରରେ ଋଣ ଓ ବେକାରି ବୃଦ୍ଧି, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଆକ୍ରମଣାମତ୍କ ମୁଦ୍ରାରେ ଥିବାବେଳେ ଅନ୍ୟ ଦଳଗୁଡ଼ିକ ନୀରବ ରହିଛନ୍ତି।
ଅଧିବେଶନ ସାଧାରଣତଃ ୨ ଭାଗରେ ବିଭକ୍ତ ହୋଇଥାଏ। ଅଧିବେଶନର ପ୍ରଥମ ଭାଗ ଫେବୃୟାରୀ ୧୩ରେ ଶେଷ ହେବ। ଅର୍ଥମନ୍ତ୍ରୀ ସୀତାରାମନ୍‌ ଫେବୃୟାରୀ ୧ରେ କ୍ରମାଗତ ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ପୂର୍ବ ଦୁଇଥର ଭଳି ଏଥର ମଧ୍ୟ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କାଗଜବିହୀନ ବଜେଟ ଉପସ୍ଥାପିତ ହେବ। ବଜେଟର ସମସ୍ତ ୧୪ଟି ଦସ୍ତାବିଜ (ବାର୍ଷିକ ଆର୍ଥିକ ବିବୃତି) ‘ୟୁନିୟନ୍‌ ବଜେଟ ମୋବାଇଲ୍‌ ଆପ୍‌’ରେ ଉପଲବ୍ଧ ହେବ। ଏହି ଦ୍ୱିଭାଷୀ (ଇଂଲିଶ୍‌ ଓ ହିନ୍ଦୀ) ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ କେନ୍ଦ୍ରୀୟ ବଜେଟ ଓ୍ବେବ୍‌ ପୋର୍ଟାଲ www.indiabudget.gov.inରୁ ମଧ୍ୟ ଡାଉନ୍‌ଲୋଡ୍‌ କରିହେବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଭାଗରେ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଡିମାଣ୍ଡ୍‌ ଫର୍‌ ଗ୍ରାଣ୍ଟ୍ସ ଉପରେ ବିତର୍କ ହେବ ଏବଂ କେନ୍ଦ୍ରୀୟ ବଜେଟକୁ ଗୃହୀତ କରାଯିବ। ସରକାରଙ୍କ ପକ୍ଷରୁ ଅନ୍ୟ ଗୃହକାର୍ଯ୍ୟ ମଧ୍ୟ ଏହି ଅଧିବେଶନରେ ପରିଚାଳନା କରାଯିବ।

ଅର୍ଥନୈତିକ ସର୍ଭେ କ’ଣ

ଅର୍ଥନୈତିକ ସର୍ଭେରେ ପୂର୍ବ ବର୍ଷରେ ଦେଶର ଆର୍ଥିକ ଓ ବିତ୍ତୀୟ ଧାରାର ସମୀକ୍ଷା କରାଯାଇଥାଏ। ଏଥିରୁ କୃଷି, ଶିଳ୍ପ, ଭିତ୍ତିଭୂମି, ନିଯୁକ୍ତି, ମୁଦ୍ରାସ୍ଫୀତି ହାର, ବାଣିଜ୍ୟ, ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ ଓ ଅର୍ଥନୀତିର ଅନ୍ୟ ବୃହତ୍‌ କ୍ଷେତ୍ରଗୁଡ଼ିକ ଉପରେ ବିସ୍ତୃତ ତଥ୍ୟ ଓ ବିଶ୍ଳେଷଣ ମିଳିଥାଏ। ଏହି ସର୍ବେକ୍ଷଣ କେନ୍ଦ୍ରୀୟ ବଜେଟରେ ସେକ୍ଟରଗୁଡ଼ିକ ସକାଶେ ପ୍ରଭାବଶାଳୀ ଢଙ୍ଗରେ ଆବଣ୍ଟନ ତଥା ରଣନୀତି ପ୍ରସ୍ତୁତି ପାଇଁ ସରକାରଙ୍କୁ ସହାୟକ ହୋଇଥାଏ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ମୁଖ୍ୟ ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରିବା ପାଇଁ ମଧ୍ୟ ନୀତି ନିର୍ଦ୍ଧାରକମାନଙ୍କୁ ଇକୋନୋମିକ୍‌ ସର୍ଭେ ସାହାଯ୍ୟ କରିଥାଏ। ସରକାରଙ୍କ ପ୍ରଧାନ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ଥ ନାଗେଶ୍ୱରମ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆର୍ଥିକ ଦସ୍ତାବିଜକୁ ସୋମବାର ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବା ପରେ ଏହା gov.in/economicsurvey/ରେ ଉପଲବ୍ଧ ହେବ। ୧୯୫୦-୫୧ ଆର୍ଥିକ ବର୍ଷରେ ଦେଶର ପ୍ରଥମ ଅର୍ଥନୈତିକ ରିପୋର୍ଟ କେନ୍ଦ୍ରୀୟ ବଜେଟ ସହ ଉପସ୍ଥାପିତ ହୋଇଥିଲା। ୧୯୬୪ ମସିହା ପରଠୁ ଏହାକୁ ବଜେଟର ପୂର୍ବ ଦିନ ଉପସ୍ଥାପନ କରାଯାଇଆସୁଛି।

ଆଜି ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଦ୍ୱାରା ଆହୂତ ଏହି ବୈଠକ ପାର୍ଲାମେଣ୍ଟ ଅନେକ୍ସ ବିଲ୍ଡିଂରେ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ସରକାର ସବୁ ଦଳର ସହଯୋଗ ଲୋଡ଼ିବେ। ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ଉଠାଇବାକୁ ଥିବା ପ୍ରସଙ୍ଗଗୁଡ଼ିକୁ ଏହି ବୈଠକରେ ମଧ୍ୟ ଉପସ୍ଥାପନ କରିପାରନ୍ତି। ଅପରାହ୍ନରେ ଏନ୍‌ଡିଏ ନେତାମାନେ ରଣନୀତି ପ୍ରସ୍ତୁତି ପାଇଁ ଏକ ଭିନ୍ନ ବୈଠକରେ ଏକାଠି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri