Posted inଜାତୀୟ

ଶାସକ, ବିରୋଧୀ କେତେ ପ୍ରସ୍ତୁତ

ନୂଆଦିଲ୍ଲୀ,୩୦ା୧: ଜାନୁୟାରୀ ୩୧ରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଏବଂ ଅର୍ଥନୈତିକ ସର୍ଭେ ଉପସ୍ଥାପନ ସହ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୧ ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ ୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ପରେ ଏହାକୁ ରାଜ୍ୟ ସଭାରେ ଉପସ୍ଥାପନ କରାଯିବ। ଫେବୃୟାରୀ ୨ରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା କରାଯିବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ଓ ରାଜ୍ୟ ସଭାରେ ବିବୃତି ରଖିବେ। ଅଧିବେଶନର ପ୍ରଥମ ୨ ଦିନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ତେଣୁ ଉଭୟ ଶାସକ ଓ ବିରୋଧୀ ନିଜ ନିଜ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ।
ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ସୋମବାର ଶ୍ରୀନଗରରେ ଶେଷ ହେବ। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ ପାଇଁ କଂଗ୍ରେସ ପକ୍ଷରୁ ୨୪ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଛି। ବିରୋଧୀଙ୍କ ମଧ୍ୟରୁ ଅନେକେ ଏହି ଐତିହାସିକ ଯାତ୍ରାରୁ ଦୂରତ୍ୱ ଅବଲମ୍ବନ କରିଆସିଥିବାବେଳେ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ବିପକ୍ଷ ଏକତାର ପ୍ରଥମ ପରୀକ୍ଷା ବୋଲି କୁହାଯାଉଛି। ଦ୍ୱିତୀୟ ପରୀକ୍ଷା ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ହେବ। କଂଗ୍ରେସ ବିରୋଧୀ ଦଳଗୁଡ଼ିକର ନେତୃତ୍ୱ ନେଇପାରିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ଅସ୍ତ୍ର ରହିଥିଲେ ହେଁ ସେଗୁଡ଼ିକର ସଫଳ ପ୍ରୟୋଗ କରିବାରେ କଂଗ୍ରେସ କେତେ ସଫଳ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିବ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ଉପସ୍ଥିତିଠୁ ନେଇ ମୁଦ୍ରାସ୍ଫୀତି, ଜାତୀୟସ୍ତରରେ ଋଣ ଓ ବେକାରି ବୃଦ୍ଧି, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଆକ୍ରମଣାମତ୍କ ମୁଦ୍ରାରେ ଥିବାବେଳେ ଅନ୍ୟ ଦଳଗୁଡ଼ିକ ନୀରବ ରହିଛନ୍ତି।
ଅଧିବେଶନ ସାଧାରଣତଃ ୨ ଭାଗରେ ବିଭକ୍ତ ହୋଇଥାଏ। ଅଧିବେଶନର ପ୍ରଥମ ଭାଗ ଫେବୃୟାରୀ ୧୩ରେ ଶେଷ ହେବ। ଅର୍ଥମନ୍ତ୍ରୀ ସୀତାରାମନ୍‌ ଫେବୃୟାରୀ ୧ରେ କ୍ରମାଗତ ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନ କରିବେ। ପୂର୍ବ ଦୁଇଥର ଭଳି ଏଥର ମଧ୍ୟ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କାଗଜବିହୀନ ବଜେଟ ଉପସ୍ଥାପିତ ହେବ। ବଜେଟର ସମସ୍ତ ୧୪ଟି ଦସ୍ତାବିଜ (ବାର୍ଷିକ ଆର୍ଥିକ ବିବୃତି) ‘ୟୁନିୟନ୍‌ ବଜେଟ ମୋବାଇଲ୍‌ ଆପ୍‌’ରେ ଉପଲବ୍ଧ ହେବ। ଏହି ଦ୍ୱିଭାଷୀ (ଇଂଲିଶ୍‌ ଓ ହିନ୍ଦୀ) ଆପ୍‌ ଉଭୟ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ କେନ୍ଦ୍ରୀୟ ବଜେଟ ଓ୍ବେବ୍‌ ପୋର୍ଟାଲ www.indiabudget.gov.inରୁ ମଧ୍ୟ ଡାଉନ୍‌ଲୋଡ୍‌ କରିହେବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୧୩ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଭାଗରେ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଡିମାଣ୍ଡ୍‌ ଫର୍‌ ଗ୍ରାଣ୍ଟ୍ସ ଉପରେ ବିତର୍କ ହେବ ଏବଂ କେନ୍ଦ୍ରୀୟ ବଜେଟକୁ ଗୃହୀତ କରାଯିବ। ସରକାରଙ୍କ ପକ୍ଷରୁ ଅନ୍ୟ ଗୃହକାର୍ଯ୍ୟ ମଧ୍ୟ ଏହି ଅଧିବେଶନରେ ପରିଚାଳନା କରାଯିବ।

ଅର୍ଥନୈତିକ ସର୍ଭେ କ’ଣ

ଅର୍ଥନୈତିକ ସର୍ଭେରେ ପୂର୍ବ ବର୍ଷରେ ଦେଶର ଆର୍ଥିକ ଓ ବିତ୍ତୀୟ ଧାରାର ସମୀକ୍ଷା କରାଯାଇଥାଏ। ଏଥିରୁ କୃଷି, ଶିଳ୍ପ, ଭିତ୍ତିଭୂମି, ନିଯୁକ୍ତି, ମୁଦ୍ରାସ୍ଫୀତି ହାର, ବାଣିଜ୍ୟ, ଫରେନ୍‌ ଏକ୍ସଚେଞ୍ଜ ରିଜର୍ଭ ଓ ଅର୍ଥନୀତିର ଅନ୍ୟ ବୃହତ୍‌ କ୍ଷେତ୍ରଗୁଡ଼ିକ ଉପରେ ବିସ୍ତୃତ ତଥ୍ୟ ଓ ବିଶ୍ଳେଷଣ ମିଳିଥାଏ। ଏହି ସର୍ବେକ୍ଷଣ କେନ୍ଦ୍ରୀୟ ବଜେଟରେ ସେକ୍ଟରଗୁଡ଼ିକ ସକାଶେ ପ୍ରଭାବଶାଳୀ ଢଙ୍ଗରେ ଆବଣ୍ଟନ ତଥା ରଣନୀତି ପ୍ରସ୍ତୁତି ପାଇଁ ସରକାରଙ୍କୁ ସହାୟକ ହୋଇଥାଏ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ମୁଖ୍ୟ ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରିବା ପାଇଁ ମଧ୍ୟ ନୀତି ନିର୍ଦ୍ଧାରକମାନଙ୍କୁ ଇକୋନୋମିକ୍‌ ସର୍ଭେ ସାହାଯ୍ୟ କରିଥାଏ। ସରକାରଙ୍କ ପ୍ରଧାନ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି. ଅନନ୍ଥ ନାଗେଶ୍ୱରମ୍‌ଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆର୍ଥିକ ଦସ୍ତାବିଜକୁ ସୋମବାର ପାର୍ଲାମେଣ୍ଟରେ ଉପସ୍ଥାପନ କରାଯିବା ପରେ ଏହା gov.in/economicsurvey/ରେ ଉପଲବ୍ଧ ହେବ। ୧୯୫୦-୫୧ ଆର୍ଥିକ ବର୍ଷରେ ଦେଶର ପ୍ରଥମ ଅର୍ଥନୈତିକ ରିପୋର୍ଟ କେନ୍ଦ୍ରୀୟ ବଜେଟ ସହ ଉପସ୍ଥାପିତ ହୋଇଥିଲା। ୧୯୬୪ ମସିହା ପରଠୁ ଏହାକୁ ବଜେଟର ପୂର୍ବ ଦିନ ଉପସ୍ଥାପନ କରାଯାଇଆସୁଛି।

ଆଜି ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଦ୍ୱାରା ଆହୂତ ଏହି ବୈଠକ ପାର୍ଲାମେଣ୍ଟ ଅନେକ୍ସ ବିଲ୍ଡିଂରେ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ସରକାର ସବୁ ଦଳର ସହଯୋଗ ଲୋଡ଼ିବେ। ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ଉଠାଇବାକୁ ଥିବା ପ୍ରସଙ୍ଗଗୁଡ଼ିକୁ ଏହି ବୈଠକରେ ମଧ୍ୟ ଉପସ୍ଥାପନ କରିପାରନ୍ତି। ଅପରାହ୍ନରେ ଏନ୍‌ଡିଏ ନେତାମାନେ ରଣନୀତି ପ୍ରସ୍ତୁତି ପାଇଁ ଏକ ଭିନ୍ନ ବୈଠକରେ ଏକାଠି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri