କେତେ ପ୍ରସ୍ତୁତ

ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ୍‌-୧୫ (ଗୋଗ୍ରା-ହଟ୍‌ସ୍ପ୍ରିଂସ ଅଞ୍ଚଳ)ରୁ ୧୨ ସେପ୍ଟେମ୍ବର ଅର୍ଥାତ୍‌ ଆଜି ସୁଦ୍ଧା ଚାଇନା ଓ ଭାରତ ସେମାନଙ୍କ ସେନା ପ୍ରତ୍ୟାହାର କରିନେବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ୧୬ତମ ସାମରିକ ଆଲୋଚନା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କେତେ ବାସ୍ତବ ରୂପ ଗ୍ରହଣକରିବ ପରବର୍ତ୍ତୀ ସମୟରେ ଜଣାପଡ଼ିବ। କାରଣ ଚାଇନାର ବିସ୍ତାରବାଦୀ ଚିନ୍ତାଧାରା ଆଗରେ ଏଭଳି ଆଶ୍ୱାସନାମୂଳକ ପଦକ୍ଷେପ କିଛି ମାନେ ରଖି ନ ଥାଏ। ଅତୀତରେ ଦୁଇ ଦେଶ ମଧ୍ୟରେ ସେନା ପ୍ରତ୍ୟାହାର ଲାଗି ବହୁବାର ଆଲୋଚନା ହୋଇଛି, କିନ୍ତୁ ତାହାର ସୁଫଳ ମିଳିପାରି ନାହିଁ। ବରଂ ସ୍ଥିତି ଗମ୍ଭୀରରୁ ଗମ୍ଭୀରତର ହୋଇଛି। ସୂଚନାଯୋଗ୍ୟ, ଜୁନ୍‌ ୨୦୨୨ରେ ଲଦାଖର ଗଲଓ୍ବାନରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଚାଇନା କଥାରେ ଭାରତ ଭୋଳି ନ ଯାଇ ତା’ର ସାମରିକ ଶକ୍ତିକୁ ମଜଭୁତ କରିବା ଦରକାର।
ଏଭଳି ପରିପ୍ରେକ୍ଷୀରେ ନିକଟରେ ପ୍ରକାଶିତ ଏକ ରିପୋର୍ଟ ଭାରତୀୟଙ୍କୁ ବ୍ୟଥିତ କରିବା କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁଳ ପ୍ରଚାରିତ ‘ମେକ୍‌ ଇନ୍‌ ଇଣ୍ଡିଆ’ ନୀତିରେ ଭାରତ ଅସ୍ତଶସ୍ତ୍ରରେ ପଛରେ ରହିଥିବା ବିଷୟ ପଦାକୁ ଆସିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସାମଗ୍ରୀ ପରିମାଣ ବୃଦ୍ଧି କରିବା ଲାଗି ‘ମେକ୍‌ ଇନ୍‌ ଇଣ୍ଡିଆ’ରେ ଅନେକ କଟକଣା ରହିଥିବାରୁ ଚାହିଦା ଅନୁଯାୟୀ ଉତ୍ପାଦନ ହୋଇପାରୁ ନାହିଁ। ପୁରୁଣା ଯୁଦ୍ଧାସ୍ତ୍ର ବଦଳାଇବା ଓ ଏଗୁଡ଼ିକର ମରାମତି ସକାଶେ ଭାରତର ସ୍ଥଳ, ବାୟୁ ଓ ନୌସେନା ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଆମଦାନୀ କରିବା ଉପରେ ମଧ୍ୟ କଟକଣା କରାଯାଇଛି। ଏହି ନୀତି ଅନୁଯାୟୀ ୩୦ରୁ ୬୦ ପ୍ରତିଶତ ସ୍ବଦେଶୀ ଉତ୍ପାଦ ବାଧ୍ୟତାମୂଳକ ହୋଇଛି। ଏକ ଉଦାହରଣ ଭାବେ ଦେଖିଲେ ଭାରତୀୟ ସେନାରେ ହେଲିକପ୍ଟର ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ତିନି ସେନା ୫୦ ବର୍ଷରୁ ଅଧିକ ସମୟ ହେଲା ଫ୍ରାନ୍ସ ନିର୍ମିତ ହେଲିକପ୍ଟର ଉପରେ ନିର୍ଭରଶୀଳ ରହିଆସିଛନ୍ତି। ଦେଖାଯାଉଛି କେତେକର ଉଡ଼ିବା ସମୟସୀମା ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ସେସବୁକୁ ଅବ୍ୟାହତି ଦିଆଯାଇ ନାହିଁ। ଅନେକ ସମୟରେ ଘଟୁଥିବା ଦୁର୍ଘଟଣା ଓ ସେଥିରେ ପାଇଲଟ୍‌ମାନଙ୍କ ମୃତ୍ୟୁ ପୁରୁଣା ହେଲିକପ୍ଟର ବ୍ୟବହାର ମୁଖ୍ୟତଃ ଦାୟୀ। ଏକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଲାଗି ପ୍ରୟାସ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବିଷୟ। କିନ୍ତୁ ସେହି ଲକ୍ଷ୍ୟରେ ପହଞ୍ଚତ୍ ସ୍ବୟଂସମ୍ପନ୍ନ ହେବା ପୂର୍ବରୁ ଆମଦାନୀ ବନ୍ଦ କରିଦେଲେ ତାହା ଦେଶର ସେନା ପାଇଁ ନିଶ୍ଚିତ ବିପଦ ଆଣିବ। ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ୨୦୩୦ ସୁଦ୍ଧା ବାୟୁସେନାରେ ୩୦ରୁ କମ୍‌ ଲଢ଼ୁଆ ବିମାନ ରହିଥିବ। ଯଦି ଏହି ଗୋଟିଏ ପ୍ରତିରକ୍ଷା ସାମଗ୍ରୀକୁ ଆଲୋଚନାର ବିନ୍ଦୁ ଭାବେ ଦେଖାଯାଏ ତାହା ହେଲେ ପଡ଼ୋଶୀ ଚାଇନା ଓ ପାକିସ୍ତାନକୁ ମୁକାବିଲା ଲାଗି ଭାରତ କେତେ ସକ୍ଷମ ହେବ କାହାରିକୁ ବୁଝାଇବା ଦରକାର ନାହିଁ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌) ବର୍ଷକୁ ମାତ୍ର ୮ଟି ତେଜସ ଫାଇଟର କିମ୍ବା ଗୋଟିଏ ସ୍କ୍ବାର୍ଡନ ଯୁଦ୍ଧଜାହାଜ ନିର୍ମାଣ କରିପାରୁଛି। ଏହାକୁ ମଧ୍ୟ ଏବେ ସରକାରୀ ଖର୍ଚ୍ଚ ବନ୍ଦ କରି ପଙ୍ଗୁ କରି ଦିଆଯାଉଛି। ଯଦିବା ଏହି ସଂସ୍ଥା ତା’ର କ୍ଷମତାକୁ ଆହୁରି ବୃଦ୍ଧି କରିପାରିବ, ତଥାପି ତାହା ଚାହିଦାକୁ କଦାପି ପୂରଣ କରିପାରିବ ବୋଲି ଆଶା କରାଯାଇପାରୁ ନାହିଁ। ପୁଣି ଯଦି ସେଭଳି ସମୟରେ ଭାରତ ଅନ୍ୟ କେଉଁ ଦେଶ ସହ ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତ ସମ୍ପର୍କ ରଖି ନ ଥିବ, ସେତେବେଳେ ଆହୁରି ବିପଦପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେବ। ଏମିତି ଦେଖିଲେ ଭାରତର ବନ୍ଧୁ ରାଷ୍ଟ୍ର କୁହାଯାଉଥିବା ରୁଷିଆ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସି ନ ପାରେ। କାରଣ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳରେ ବାଧା ଉପୁଜିସାରିଛି। ଏହା ବ୍ୟତୀତ ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆକୁ ପରୋକ୍ଷରେ ମିଳୁଥିବା ଚାଇନାର ସମର୍ଥନ ସମଗ୍ର ପୃଥିବୀକୁ ଜଣା।
ଭାରତର ଘରୋଇ ଶିଳ୍ପର ଦାୟିତ୍ୱସମ୍ପନ୍ନତା ଏବଂ ଦକ୍ଷତା ସମ୍ପର୍କରେ ଅନେକ ସନ୍ଦେହ ରହୁଛି। ଉଦାହରଣ ସ୍ବରୂପ ଫ୍ରାନ୍ସର ଡାସଲ୍‌ତ, ଆମେରିକାର ନିଥ୍ରୋପ୍‌ ଗ୍ରୁମ୍ୟାନ୍‌ ଓ ଲଖିଡ୍‌ ମାଟିନ୍‌, ଚାଇନାର ଅଭିକ୍‌, ସିଇଟିସି ଏବଂ ବ୍ରିଟେନ୍‌ର ବିଏଇ ସିଷ୍ଟମ୍ସ ଭଳି ବୃହତ କମ୍ପାନୀ ଅନେକ ଦଶନ୍ଧି ଧରି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଆସୁଛନ୍ତି। ସେଗୁଡ଼ିକର ପରୀକ୍ଷା କେବଳ ସାମରିକ ଅଭ୍ୟାସରେ ନୁହେଁ, ବିଶ୍ୱବ୍ୟାପୀ ଘଟୁଥିବା ଯୁଦ୍ଧଗୁଡ଼ିକରେ ହୋଇଆସୁଥିବାରୁ ବିଶ୍ୱସନୀୟତା ଉପରେ ସନ୍ଦେହ ରହୁନାହିଁ। କିନ୍ତୁ ଭାରତରେ ନୂତନ ଭାବେ ପ୍ରବେଶ କରୁଥିବା ଘରୋଇ କମ୍ପାନୀଗୁଡ଼ିକର ଇତିହାସକୁ ଦେଖିଲେ କୌଣସି କ୍ଷେତ୍ରରେ ବିଶ୍ୱସନୀୟତାର ପ୍ରମାଣ ମିଳୁନାହିଁ। ସେଥିପାଇଁ ଆଜିର ପୃଥିବୀରେ ଲାଗିରହିଥିବା ଦ୍ୱେଷ ଓ ବିଶେଷକରି ଭାରତକୁ ଘେରି ରହିଥିବା ଅପଡ଼ ପଡ଼ୋଶୀ ମେଣ୍ଟକୁ ଆଖିରେ ରଖି ଭାରତ ତା’ର ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଦରକାର। ଚାଇନା ସହିତ ବୁଝାମଣା ହୋଇପାରିଛି ବୋଲି ଯାହା କୁହାଯାଉଛି, ତାହା କେବଳ ଆଭ୍ୟନ୍ତରୀଣ ବଜାରକୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିବା ଭଳି ମନେ ହୁଏ। ସେଥିପାଇଁ ଆସନ୍ତା ଦିନଗୁଡ଼ିକରେ ଭାରତକୁ ଆହୁରି ଅଧିକ ସଜାଗ ରହିବାକୁ ପଡ଼ିବ। ମିଥ୍ୟା ପ୍ରଚାରରେ ବିଶ୍ୱାସ କରି ଅଧିକାଂଶ ନାଗରିକ ଭାବୁଛନ୍ତି ଯେ, ଉଭୟ ପାକିସ୍ତାନ ଓ ଚାଇନାକୁ ହରାଇବା ପାଇଁ ଭାରତ ସକ୍ଷମ। ଏହି ପ୍ରଚାରକୁ ବୃଦ୍ଧି କରାଇଲେ ଦେଶର ଯୁଦ୍ଧ ପ୍ରସ୍ତୁତିରେ ଆଞ୍ଚ ଆସିପାରେ।
ଆଜିର ଭାରତରେ କୌଣସି ବୃହତ କମ୍ପାନୀ ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରୁ ନ ଥିବାରୁ ସରକାରୀ ଅର୍ଥ ସେ ଦିଗରେ ବିପୁଳ ପରିମାଣରେ ଖର୍ଚ୍ଚ ହେଉ ନାହିଁ। ପୂର୍ବରୁ ଏକ ଶାନ୍ତିପ୍ରିୟ ଦେଶର ମୁଖା ପିନ୍ଧି ରହିଥିବା ଭାରତ ଏହି କ୍ଷେତ୍ରରେ ନିଜର ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଥିଲା। ଅହିଂସା ଥିଲା ଭାରତର ଅସ୍ତ୍ର। ଏବେ ସେହି ଆଭିମୁଖ୍ୟ ବଦଳାଇ ଭାରତୀୟମାନେ ରକ୍ତମୁଖା ହେବା ପାଇଁ ଆଗଭର ହେଉଛନ୍ତି। ରାଜନୈତିକ ନେତୃତ୍ୱ ମଧ୍ୟ ସେହି ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛି। କିନ୍ତୁ ସେଥିପାଇଁ ଯେଉଁ ପ୍ରସ୍ତୁତିର ଆବଶ୍ୟକତା ରହିଛି ତାହା କରାଯାଉ ନାହିଁ। ଏତଦ୍‌ବ୍ୟତୀତ ଆଦାନୀ ଏବଂ ଟାଟା ଭଳି ବଡ଼ ଶିଳ୍ପୋଦ୍ୟାଗୀମାନେ ଏହି କ୍ଷେତ୍ରକୁ ଆସିନାହାନ୍ତି ବୋଲି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଶିଳ୍ପର ଅଗ୍ରଗତି ଘଟିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri