Posted inଜାତୀୟ

କେତେ ସମ୍ପତ୍ତିର ମାଲିକ ଥିଲେ ମନମୋହନ, ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡ. ମନମୋହନ ସିଂଙ୍କର ଗତକାଲି ଅର୍ଥାତ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ୯୨ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମନମୋହନ ସିଂଙ୍କ ମୃତ୍ୟୁକୁ ଏମ୍ସ ନିଶ୍ଚିତ କରିଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମନମୋହନ ସିଂ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟ ମଧ୍ୟରେ ସେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ସେ ସକ୍ରିୟ ରାଜନୀତିରୁ ଅଲଗା ହୋଇଯାଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ ଦେଶରେ ଶୋକର ଲହରୀ ଖେଳିଯାଇଛି। ମନମୋହନଙ୍କ ବିଷୟରେ ସମସ୍ତ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏହି ସମୟରେ ମନମୋହନ ସିଂଙ୍କ ସହ ଜଡିତ ସମସ୍ତ ତଥ୍ୟ ଇଣ୍ଟରନେଟରେ ଖୋଜାଯାଉଛି। ଗୁଗୁଲରେ ଖୋଜାଯାଉଥିବା ସୂଚନା ମଧ୍ୟରେ ତାଙ୍କ ରାଜନୈତିକ ଯାତ୍ରା, ତାଙ୍କ ପରିବାର ଏବଂ ସମ୍ପତ୍ତି ସର୍ବାଧିକ ଖୋଜା ଚାଲିଛି। ପରିବାର ବିଷୟରେ କହିଲେ ମନମୋହନ ସିଂ ତାଙ୍କ ପଛରେ ପତ୍ନୀ ଗୁରୁଶରଣ କୌର ଏବଂ ତିନି ଝିଇଙ୍କୁ ଛାଡିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କ ମୋଟ ସମ୍ପତ୍ତି ୧୫ କୋଟି ୭୭ଲକ୍ଷ ଟଙ୍କା ରହିଛି। ୨୦୧୯ରେ ରାଜ୍ୟ ସଭା ନିର୍ବାଚନ ସମୟରେ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ଗୋଟିଏ ଗୋଟିଏ ଫ୍ଲାଟ ଅଛି। ତାଙ୍କ ପାଖରେ ୭କୋଟି ୭୨ ଲକ୍ଷ ୫୪ ହଜାର ୩୭୦ ଟଙ୍କା ଥିଲା।
ଏହା ବ୍ୟତୀତ ମନମୋହନ ସିଂଙ୍କ ପାଖରେ ୧୨ଲକ୍ଷ ୭୬ ହଜାର ଟଙ୍କା ଏନଏଏସ ଏବଂ ଡାକ ସଞ୍ଚୟ ଯୋଜନା ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଖରେ ୩ ଲକ୍ଷ ୮୬ହଜାର ୫୦୦ଟଙ୍କା ମୂଲ୍ୟର ଅଳଙ୍କାର ଥିବା କୁହାଯାଉଛି। ଏହା ସହିତ, ୨୦୧୩ରେ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ, ତାଙ୍କର ଏକ ମାରୁତି ୮୦୦ କାର୍‌ ଥିଲା । ୧୧ ବର୍ଷ ପୂର୍ବେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଫ୍ଲାଟର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ଥିଲା। ତାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ୩.୪୬ କୋଟି ଟଙ୍କା ଜମା ଏବଂ ପୁଞ୍ଜି ବିନିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?