ଭିକାରି କେତେ

ଭିକ୍ଷାବୃତ୍ତି ଜଣେ ବ୍ୟକ୍ତିର ଦୁର୍ବଳ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଦର୍ଶାଏ। ଭିକାରିଟିଏ ଏହି ବୃତ୍ତିରେ ବଞ୍ଚେ। ବହୁ ସମୟରେ ଦେଖାଯାଏ ଅନେକ ସକ୍ଷମ ବ୍ୟକ୍ତି ଭିକମାଗନ୍ତି, ଯାହା ସେମାନଙ୍କ କାର୍ଯ୍ୟ କ୍ଷମତା ଉପରେ ପ୍ରଶ୍ନ ଉଠାଏ। ଭିକାରିଙ୍କ ସଂଖ୍ୟା ଭାରତ ପାଇଁ ସବୁବେଳେ ଚିନ୍ତାଜନକ ହୋଇରହିଛି। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ମୋଟ ୪,୧୩,୬୭୦ ଭିକାରି ଥିଲେ। ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ତା’ ପଛକୁ ଥିଲା ଉତ୍ତରପ୍ରଦେଶ । ଏବେ ଦେଶରେ ଭିକାରି ସଂଖ୍ୟା ହ୍ରାସ ବୃଦ୍ଧିର ତଥ୍ୟ ପ୍ରକାଶ ପାଉଥିଲେ ବି ତାହା ସନ୍ଦେହ ସୃଷ୍ଟିକରେ। କାରଣ, ଭାରତ ବୈଶ୍ୱିକ ଦାରିଦ୍ର୍ୟ ସୂଚକାଙ୍କକୁ ଗ୍ରହଣ କରିବାକୁ ନାରାଜ। ତେବେ ଓଡ଼ିଶାରେ ୬,୯୭୦ ଜଣ ଭିକାରି ଠାବହୋଇଥିବା ୨୦୨୧ରେ ବିଧାନସଭାରେ ସରକାର ସ୍ପଷ୍ଟ କରିଥିଲେ। ରାଜ୍ୟକୁ ଭିକାରି ମୁକ୍ତ କରିବାକୁ ସହାୟ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି। ତେବେ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ପାଇଁ ୨୦୨୩ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଭିଯାନ ଆରମ୍ଭ କରିଥିଲା। ଏଥିରେ ବିଏମ୍‌ସି ପୂର୍ଣ୍ଣ ସଫଳତା ପାଇପାରି ନ ଥିଲେ ବି ଅନେକାଂଶରେ ଏହାକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ଏବେ ସୁଦ୍ଧା ରେଳଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳ କିମ୍ବା ଆଉ କିଛି ସ୍ଥାନରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଭିକାରିମାନଙ୍କୁ ଉଦ୍ଧାର କରାଯାଇ ଅନେକଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉଥିବାବେଳେ ଯାଯାବର ଗୋଷ୍ଠୀର ଭିକାରି (ବଞ୍ଜାରା) ବିଭିନ୍ନ ହସ୍ତକଳା ଜିନିଷ ତିଆରି ଓ ବିକ୍ରି କରିବା ଆଳରେ ଏଣେତେଣେ ରହିଥିବା ଜଣାପଡ଼ିଛି। ଏଯାବତ ପାଖାପାଖି ୨୫୦ ବଞ୍ଜାରାଙ୍କୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ସହରକୁ ଭିକାରିମୁକ୍ତ କରାଯାଉଥିଲେ ମଧ୍ୟ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଏମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି।
ଦେଶରେ ଭିକାରିମୁକ୍ତ ଅଭିଯାନର ସଫଳତା ହାର ବହୁତ କମ୍‌। କେନ୍ଦ୍ର ସରକାର ୨୦୨୧ରେ ଦିଲ୍ଲୀ ସମେତ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଆଦି ୧୦ଟି ସହରକୁ ଭିକାରି ମୁକ୍ତ କରିବାକୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। କିନ୍ତୁ ଗତ ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି୨୧ ସମ୍ମିଳନୀ ପୂର୍ବରୁ ପୁନର୍ବାର ଭିକାରିଙ୍କୁ ଠାବ କରାଯାଇଥିଲା । ଏଥିରୁ ବୁଝାପଡ଼ୁଛି , ଭିକାରି ମୁକ୍ତ ଯୋଜନା ଆରମ୍ଭ କରିଦେଇ ରାତାରାତି ସଫଳତା ମିଳିପାରିବ ବୋଲି ଦାବି କରାଯାଇପାରିବ ନାହିଁ। ଏଠାରେ ମନେରଖିବାକୁ ହେବ ଯେ, ଭିକାରି ସୃଷ୍ଟି ହେବା ପଛରେ ଅର୍ଥନୈତିକ କାରଣ ରହିଥିବା କଥା ସମସ୍ତେ ଜାଣନ୍ତି। ତେବେ ସବୁକଥା କେବଳ ଅର୍ଥରେ ଶେଷ ହୋଇଯାଉନାହିଁ। ଭିକାରି ଗୋଷ୍ଠୀଙ୍କର ମଧ୍ୟ ଏକ ଚାପ ରହିଥିବା ଦେଖିବାକୁ ମିଳେ। ନିର୍ଦ୍ଧାରିତ ସ୍ଥାନରେ ସେଠାକାର ନିର୍ଦ୍ଦିଷ୍ଟ ଭିକାରି ଗୋଷ୍ଠୀ ଭିକ ମାଗିପାରନ୍ତି। ସାମାଜିକ ସମସ୍ୟା ସହିତ ଏଥିରେ ଏକ ଆଇନଶୃଙ୍ଖଳା ଦିଗ ମଧ୍ୟ ରହିଛି।
ବିଶ୍ୱରେ ଜାପାନ, ଇଣ୍ଡୋନେସିଆ, ସିଙ୍ଗାପୋର, ନରଓ୍ବେ, ଫିନ୍‌ଲାଣ୍ଡ, ଦକ୍ଷିଣ କୋରିଆ, ୟୁଏଇ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଭିକାରି ସଂଖ୍ୟା ବହୁତ କମ୍‌। ସେହିସବୁ ଦେଶରେ ଲୋକସଂଖ୍ୟା ମଧ୍ୟ କମ୍‌। ଏହି ଦେଶଗୁଡ଼ିକ ଉଚିତ ମାର୍ଗରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା କିମ୍ବା କଠିନ ଆଇନ ପ୍ରଣୟନକରି ବହୁ ଚେଷ୍ଟାରେ ଏହାକୁ ନିୟନ୍ତ୍ରଣକୁ ଆଣିପାରିଛନ୍ତି। ବାସ୍ତବରେ ଭିକାରିମୁକ୍ତ ଯୋଜନା ସମୟ ସାପେକ୍ଷ ।
କିନ୍ତୁ ଭାରତରେ ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ଧିମା ଲକ୍ଷ୍ୟ କରାଯାଏ, ଯାହାଫଳରେ ଏହାର ପୂର୍ଣ୍ଣ ସଫଳତା ଉପରେ ପ୍ରଶ୍ନ ଉଠୁଛି। ଉଦ୍ଧାର କରାଯାଉଥିବା ଭିକାରିମାନଙ୍କ ପାଇଁ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯିବା ଦରକାର, ଯାହା ଏଯାବତ କେନ୍ଦ୍ର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇନାହିଁ। ଏହା ନିଶ୍ଚିତ ଯେ, ସେମାନଙ୍କ ଜୀବିକା ପାଇଁ ମହତ୍ତ୍ୱାକାଂକ୍ଷୀ ଯୋଜନା କରାଯିବା ଜରୁରୀ। ରାଜ୍ୟ ପରିପ୍ରେକ୍ଷୀରେ ବିଚାରକଲେ ଭୁବନେଶ୍ୱରରୁ ଭିକାରିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର କିମ୍ବା ରାଜ୍ୟକୁ ଫେରାଇଦେବା ହୁଏତ ସହଜ ହୋଇପାରେ। ଭୁବନେଶ୍ୱର ନୁହେଁ, ରାଜ୍ୟର ସବୁ ସ୍ଥାନରେ ଥିବା ଭିକାରିଙ୍କୁ ଠାବକରି ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ଶିକ୍ଷା ଦେଇ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରଚେଷ୍ଟା ଆରମ୍ଭ କରାଯିବା ଦରକାର। ଏହା ମଧ୍ୟ ଦେଖିବାକୁ ହେବ ଯେ, ସେହି ଉଦ୍ଧାର କରାଯାଇଥିବା ତଥାକଥିତ ଭିକାରିଙ୍କ ମଧ୍ୟରୁ କେତେଜଣ ଏକ ନିୟମିତ ଜୀବନଯାପନ କରି ରୋଜଗାର ପନ୍ଥା ଧରିବାକୁ ଇଚ୍ଛୁକ ହେବେ।

ଭୁବନେଶ୍ୱର ନୁହେଁ, ରାଜ୍ୟର ସବୁ ସ୍ଥାନରେ ଥିବା ଭିକାରିଙ୍କୁ ଠାବକରି ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ଶିକ୍ଷା ଦେଇ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରଚେଷ୍ଟା ଆରମ୍ଭ କରାଯିବା ଦରକାର। ଏହା ମଧ୍ୟ ଦେଖିବାକୁ ହେବ ଯେ, ସେହି ଉଦ୍ଧାର କରାଯାଇଥିବା ତଥାକଥିତ ଭିକାରିଙ୍କ ମଧ୍ୟରୁ କେତେଜଣ ଏକ ନିୟମିତ ଜୀବନଯାପନ କରି ରୋଜଗାର ପନ୍ଥା ଧରିବାକୁ ଇଚ୍ଛୁକ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri