ଭିକାରି କେତେ

ଭିକ୍ଷାବୃତ୍ତି ଜଣେ ବ୍ୟକ୍ତିର ଦୁର୍ବଳ ଆର୍ଥିକ ଓ ସାମାଜିକ ସ୍ଥିତିକୁ ଦର୍ଶାଏ। ଭିକାରିଟିଏ ଏହି ବୃତ୍ତିରେ ବଞ୍ଚେ। ବହୁ ସମୟରେ ଦେଖାଯାଏ ଅନେକ ସକ୍ଷମ ବ୍ୟକ୍ତି ଭିକମାଗନ୍ତି, ଯାହା ସେମାନଙ୍କ କାର୍ଯ୍ୟ କ୍ଷମତା ଉପରେ ପ୍ରଶ୍ନ ଉଠାଏ। ଭିକାରିଙ୍କ ସଂଖ୍ୟା ଭାରତ ପାଇଁ ସବୁବେଳେ ଚିନ୍ତାଜନକ ହୋଇରହିଛି। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ମୋଟ ୪,୧୩,୬୭୦ ଭିକାରି ଥିଲେ। ପଶ୍ଚିମବଙ୍ଗରେ ସବୁଠୁ ଅଧିକ ଓ ତା’ ପଛକୁ ଥିଲା ଉତ୍ତରପ୍ରଦେଶ । ଏବେ ଦେଶରେ ଭିକାରି ସଂଖ୍ୟା ହ୍ରାସ ବୃଦ୍ଧିର ତଥ୍ୟ ପ୍ରକାଶ ପାଉଥିଲେ ବି ତାହା ସନ୍ଦେହ ସୃଷ୍ଟିକରେ। କାରଣ, ଭାରତ ବୈଶ୍ୱିକ ଦାରିଦ୍ର୍ୟ ସୂଚକାଙ୍କକୁ ଗ୍ରହଣ କରିବାକୁ ନାରାଜ। ତେବେ ଓଡ଼ିଶାରେ ୬,୯୭୦ ଜଣ ଭିକାରି ଠାବହୋଇଥିବା ୨୦୨୧ରେ ବିଧାନସଭାରେ ସରକାର ସ୍ପଷ୍ଟ କରିଥିଲେ। ରାଜ୍ୟକୁ ଭିକାରି ମୁକ୍ତ କରିବାକୁ ସହାୟ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି। ତେବେ ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ପାଇଁ ୨୦୨୩ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଭିଯାନ ଆରମ୍ଭ କରିଥିଲା। ଏଥିରେ ବିଏମ୍‌ସି ପୂର୍ଣ୍ଣ ସଫଳତା ପାଇପାରି ନ ଥିଲେ ବି ଅନେକାଂଶରେ ଏହାକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ଏବେ ସୁଦ୍ଧା ରେଳଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳ କିମ୍ବା ଆଉ କିଛି ସ୍ଥାନରେ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଭିକାରିମାନଙ୍କୁ ଉଦ୍ଧାର କରାଯାଇ ଅନେକଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉଥିବାବେଳେ ଯାଯାବର ଗୋଷ୍ଠୀର ଭିକାରି (ବଞ୍ଜାରା) ବିଭିନ୍ନ ହସ୍ତକଳା ଜିନିଷ ତିଆରି ଓ ବିକ୍ରି କରିବା ଆଳରେ ଏଣେତେଣେ ରହିଥିବା ଜଣାପଡ଼ିଛି। ଏଯାବତ ପାଖାପାଖି ୨୫୦ ବଞ୍ଜାରାଙ୍କୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ସହରକୁ ଭିକାରିମୁକ୍ତ କରାଯାଉଥିଲେ ମଧ୍ୟ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଏମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି।
ଦେଶରେ ଭିକାରିମୁକ୍ତ ଅଭିଯାନର ସଫଳତା ହାର ବହୁତ କମ୍‌। କେନ୍ଦ୍ର ସରକାର ୨୦୨୧ରେ ଦିଲ୍ଲୀ ସମେତ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଆଦି ୧୦ଟି ସହରକୁ ଭିକାରି ମୁକ୍ତ କରିବାକୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। କିନ୍ତୁ ଗତ ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜି୨୧ ସମ୍ମିଳନୀ ପୂର୍ବରୁ ପୁନର୍ବାର ଭିକାରିଙ୍କୁ ଠାବ କରାଯାଇଥିଲା । ଏଥିରୁ ବୁଝାପଡ଼ୁଛି , ଭିକାରି ମୁକ୍ତ ଯୋଜନା ଆରମ୍ଭ କରିଦେଇ ରାତାରାତି ସଫଳତା ମିଳିପାରିବ ବୋଲି ଦାବି କରାଯାଇପାରିବ ନାହିଁ। ଏଠାରେ ମନେରଖିବାକୁ ହେବ ଯେ, ଭିକାରି ସୃଷ୍ଟି ହେବା ପଛରେ ଅର୍ଥନୈତିକ କାରଣ ରହିଥିବା କଥା ସମସ୍ତେ ଜାଣନ୍ତି। ତେବେ ସବୁକଥା କେବଳ ଅର୍ଥରେ ଶେଷ ହୋଇଯାଉନାହିଁ। ଭିକାରି ଗୋଷ୍ଠୀଙ୍କର ମଧ୍ୟ ଏକ ଚାପ ରହିଥିବା ଦେଖିବାକୁ ମିଳେ। ନିର୍ଦ୍ଧାରିତ ସ୍ଥାନରେ ସେଠାକାର ନିର୍ଦ୍ଦିଷ୍ଟ ଭିକାରି ଗୋଷ୍ଠୀ ଭିକ ମାଗିପାରନ୍ତି। ସାମାଜିକ ସମସ୍ୟା ସହିତ ଏଥିରେ ଏକ ଆଇନଶୃଙ୍ଖଳା ଦିଗ ମଧ୍ୟ ରହିଛି।
ବିଶ୍ୱରେ ଜାପାନ, ଇଣ୍ଡୋନେସିଆ, ସିଙ୍ଗାପୋର, ନରଓ୍ବେ, ଫିନ୍‌ଲାଣ୍ଡ, ଦକ୍ଷିଣ କୋରିଆ, ୟୁଏଇ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଭିକାରି ସଂଖ୍ୟା ବହୁତ କମ୍‌। ସେହିସବୁ ଦେଶରେ ଲୋକସଂଖ୍ୟା ମଧ୍ୟ କମ୍‌। ଏହି ଦେଶଗୁଡ଼ିକ ଉଚିତ ମାର୍ଗରେ ଦାରିଦ୍ର୍ୟ ଦୂରୀକରଣ ଯୋଜନା କିମ୍ବା କଠିନ ଆଇନ ପ୍ରଣୟନକରି ବହୁ ଚେଷ୍ଟାରେ ଏହାକୁ ନିୟନ୍ତ୍ରଣକୁ ଆଣିପାରିଛନ୍ତି। ବାସ୍ତବରେ ଭିକାରିମୁକ୍ତ ଯୋଜନା ସମୟ ସାପେକ୍ଷ ।
କିନ୍ତୁ ଭାରତରେ ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ଧିମା ଲକ୍ଷ୍ୟ କରାଯାଏ, ଯାହାଫଳରେ ଏହାର ପୂର୍ଣ୍ଣ ସଫଳତା ଉପରେ ପ୍ରଶ୍ନ ଉଠୁଛି। ଉଦ୍ଧାର କରାଯାଉଥିବା ଭିକାରିମାନଙ୍କ ପାଇଁ ସ୍ଥାୟୀ ଥଇଥାନ ବ୍ୟବସ୍ଥା କରାଯିବା ଦରକାର, ଯାହା ଏଯାବତ କେନ୍ଦ୍ର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇନାହିଁ। ଏହା ନିଶ୍ଚିତ ଯେ, ସେମାନଙ୍କ ଜୀବିକା ପାଇଁ ମହତ୍ତ୍ୱାକାଂକ୍ଷୀ ଯୋଜନା କରାଯିବା ଜରୁରୀ। ରାଜ୍ୟ ପରିପ୍ରେକ୍ଷୀରେ ବିଚାରକଲେ ଭୁବନେଶ୍ୱରରୁ ଭିକାରିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର କିମ୍ବା ରାଜ୍ୟକୁ ଫେରାଇଦେବା ହୁଏତ ସହଜ ହୋଇପାରେ। ଭୁବନେଶ୍ୱର ନୁହେଁ, ରାଜ୍ୟର ସବୁ ସ୍ଥାନରେ ଥିବା ଭିକାରିଙ୍କୁ ଠାବକରି ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ଶିକ୍ଷା ଦେଇ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରଚେଷ୍ଟା ଆରମ୍ଭ କରାଯିବା ଦରକାର। ଏହା ମଧ୍ୟ ଦେଖିବାକୁ ହେବ ଯେ, ସେହି ଉଦ୍ଧାର କରାଯାଇଥିବା ତଥାକଥିତ ଭିକାରିଙ୍କ ମଧ୍ୟରୁ କେତେଜଣ ଏକ ନିୟମିତ ଜୀବନଯାପନ କରି ରୋଜଗାର ପନ୍ଥା ଧରିବାକୁ ଇଚ୍ଛୁକ ହେବେ।

ଭୁବନେଶ୍ୱର ନୁହେଁ, ରାଜ୍ୟର ସବୁ ସ୍ଥାନରେ ଥିବା ଭିକାରିଙ୍କୁ ଠାବକରି ଉପଯୁକ୍ତ ପ୍ରଶିକ୍ଷଣ ଓ କୌଶଳ ଶିକ୍ଷା ଦେଇ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରଚେଷ୍ଟା ଆରମ୍ଭ କରାଯିବା ଦରକାର। ଏହା ମଧ୍ୟ ଦେଖିବାକୁ ହେବ ଯେ, ସେହି ଉଦ୍ଧାର କରାଯାଇଥିବା ତଥାକଥିତ ଭିକାରିଙ୍କ ମଧ୍ୟରୁ କେତେଜଣ ଏକ ନିୟମିତ ଜୀବନଯାପନ କରି ରୋଜଗାର ପନ୍ଥା ଧରିବାକୁ ଇଚ୍ଛୁକ ହେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri