Odisha Elections 2024

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା

ଓ୍ବାଶିଂଟନ୍‌,୧୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ପ୍ରଥମ ରେସ୍‌ ଜିତିଛନ୍ତି। ଜାନୁଆରୀ ୧୫ରେ ରିପବ୍ଲିକାନ ପାର୍ଟିର ଆଓ୍ବା କକ୍‌ସରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଏହି ବିଜୟ କଳ୍ପନାକୁ ଆହୁରି ଦୃଢ କରିଦେଇଛି ଯେ ଜୋ ବାଇଡେନଙ୍କୁ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ।
ଆଇଓ୍ବାରେ ୧୬୦୦ ରୁ ଅଧିକ ସ୍ଥାନରେ ମତଦାନ ହୋଇଥିଲା। ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଘୋଷିତ କରାଯାଇଥିଲା। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ ନିକ୍କି ହାଲି କିମ୍ବା ଫ୍ଲୋରିଡା ଗଭର୍ନର ରନ ଡିସାଣ୍ଟିସ ଦ୍ୱିତୀୟ ସ୍ଥାନରେ ରହିବେ ବୋଲି ଆଶା କରାଯାଉଛି। ଆୱା ପରେ ନ୍ୟୁ ହାମ୍ପସାୟର୍‌, ନେଭାଡା ଏବଂ ଦକ୍ଷିଣ କାରୋଲିନାରେ ମଧ୍ୟ କକ୍‌ସ ଅନୁଷ୍ଠିତ ହେବ। ଅବଶ୍ୟ ପ୍ରଥମ କକ୍‌ସ ହୋଇଥିବାରୁ ସମସ୍ତ ଆଖି ଆୱା ଉପରେ ଥିଲା, କାରଣ ଏଠାରେ ଏକ ବିଜୟ ଆଗାମୀ ଚ୍ୟାଲେଞ୍ଜଗୁଡ଼ିକ ପାଇଁ ଉତ୍ସାହ ବଢାଇବ। ଏହା ବ୍ୟତୀତ ଏହି ବିଜୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରିପବ୍ଲିକାନ ପାର୍ଟିର ଭୋଟରମାନେ ଟ୍ରମ୍ପଙ୍କୁ ଦୃଢ ସମର୍ଥନ କରୁଛନ୍ତି।
ଆମେରିକାର ଦୁଇଟି ମୁଖ୍ୟ ଦଳ ହେଉଛି ଡେମୋକ୍ରାଟ ଏବଂ ରିପବ୍ଲିକାନ୍ସ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟ ଦଳ ଦେଶର ପ୍ରତ୍ୟେକ ରାଜ୍ୟରେ ଦଳ ପ୍ରାର୍ଥୀ ବାଛିବା ପାଇଁ ଆନ୍ତଃ ପାର୍ଟି ଭୋଟିଂ କରନ୍ତି। ଯାହାକୁ କକସ କୁହାଯାଏ। ସମସ୍ତ ରାଜ୍ୟରେ ଭୋଟ ଦେବା ପରେ ଭୋଟିଂରେ ବିଜେତା ପ୍ରାର୍ଥୀଙ୍କୁ ଉଭୟ ଦଳର ଜାତୀୟ ସମ୍ମିଳନୀରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରାଯାଇଥାଏ।
ରିପବ୍ଲିକାନ ପାର୍ଟି ପାଇଁ ପ୍ରଥମ କକ୍‌ସ ଆଓ୍ବା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କକ୍‌ସରେ, ରିପବ୍ଲିକାନ ପାର୍ଟିର ୧,୬୦୦ରୁ ଅଧିକ ପଞ୍ଜୀକୃତ ସମର୍ଥକ ଲାଇବ୍ରେରୀ, ସ୍କୁଲ କିମ୍ବା ଖେଳ ପଡିଆ ପରି ସ୍ଥାନରେ ଏକତ୍ରିତ ହୋଇଥିଲେ ଏବଂ ଦଳର ଏକ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁପ୍ତ ମତଦାନରେ ଚୟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ

ଇସଲାମାବାଦ୍‌,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ...

ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା

ଇସଲାମାବାଦ୍‌,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି...

ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୧୫ା୫: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ...

ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri